କନକ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍ଡିଏ ପ୍ରାର୍ଥୀଙ୍କ ନାଁ ଉପରେ ଆଜି ମୋହର ବାଜିବ । ଆଜି ବସୁଛି ଏନ୍ଡିଏ ସଂସଦୀୟ ଦଳ ବୈଠକ । ଆଜିର ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ୨୧ ତାରିଖରେ ଉପରାଷ୍ଟପ୍ରତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ତେବେ ଏନ୍ଡିଏ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସବୁଠୁ ଆଗରେ ଅଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ଓ ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ୍ । ସେହିପରି ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, କର୍ଣ୍ଣାଟକ ରାଜ୍ୟପାଳ ଥାୱର ଚନ୍ଦ ଗେହଲଟ୍, ସିକ୍କିମ୍ ରାଜ୍ୟପାଳ ଓମ୍ ମାଥୁର, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ସିଂଙ୍କ ନାଁ ମଧ୍ୟ ଏନ୍ଡିଏର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ରହିଛି । ସେହିପରି ବିରୋଧୀ ଇଣ୍ଡିଆ ବ୍ଲକ ପକ୍ଷରୁ ଆସନ୍ତାକାଲି ବୈଠକ ବସିବାର ସମ୍ଭାବନା ରହିଛି ।
କିଏ ହେବ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ; ଆଜି ସଂସଦୀୟ ଦଳ ବୈଠକରେ ବାଜିବ ମୋହର
ଆଜି ବସୁଛି ଏନ୍ଡିଏ ସଂସଦୀୟ ଦଳ ବୈଠକ । ଆଜିର ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ।
/kanak/media/media_files/2025/08/17/vice-president-2025-08-17-09-35-54.png)