ଦୀର୍ଘ ୨୭ ବର୍ଷ ପରେ  ଦିଲ୍ଲୀକୁ ପୁଣି ଫେରିଲା ବିଜେପି ; ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା

ଆମ୍ ଆଦମୀ ପାର୍ଟିକୁ ମାତ୍ ଦେଇ ୨୭ ବର୍ଷ ପରେ ବିଜେପି ବିଧାନସଭା ନିର୍ବାଚନ ରେକର୍ଡ ମାର୍ଜିନରେ ଜିତିନେଇଛି। ହେଲେ ଏବେ କିଏ ହେବ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତାହା ବଡ଼ ପ୍ରଶ୍ନ। ମୁଖ୍ୟମନ୍ତ୍ରୀ ରେସ୍‌ରେ ଏବେ ଦୁଇ ପ୍ରମୁଖ ଦାବିଦାର।

Delhi

Delhi Photograph: (kanakNews)

କନକ ବ୍ୟୁରୋ : ଆମ୍ ଆଦମୀ ପାର୍ଟିକୁ ମାତ୍ ଦେଇ ୨୭ ବର୍ଷ ପରେ ବିଜେପି ବିଧାନସଭା ନିର୍ବାଚନ ରେକର୍ଡ ମାର୍ଜିନରେ ଜିତିନେଇଛି। ହେଲେ ଏବେ କିଏ ହେବ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତାହା ବଡ଼ ପ୍ରଶ୍ନ। ମୁଖ୍ୟମନ୍ତ୍ରୀ ରେସ୍‌ରେ ଏବେ ଦୁଇ ପ୍ରମୁଖ ଦାବିଦାର। ପରବେଶ ବର୍ମା ଓ ବିଜେନ୍ଦ୍ର ଗୁପ୍ତା। ଦୁଇ ଗୋଷ୍ଠୀ ପକ୍ଷରୁ ଲବି ମଧ୍ୟ ଆରମ୍ଭ ହୋଇଯାଇଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରୁ ଫେରିବା ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।   

ଦିଲ୍ଲୀରେ ରେକର୍ଡ ଜନମତ ହାସଲ କରି ବିଜେପି ଶିବିର ଏବେ ଉତ୍ସାହିତ। ହେଲେ ଏବେ କଷ୍ଟକର ନିଷ୍ପତ୍ତିର ବେଳ। କିଏ ହେବ ମୁଖ୍ୟ ମନ୍ତ୍ରୀ? କାହା ଉପରେ ଏତେବଡ଼ ଦାୟିତ୍ବ ନ୍ୟସ୍ତ କରିବ ଭାରତୀୟ ଜନତା ପାର୍ଟି, ତାକୁ ନେଇ ଏବେ ଆକଳନ ଓ ଅଙ୍କକଷା ଜୋର ହୋଇଛି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିସୀ ମର୍ଲେନା ଆପ୍‌ର  ପରାଜୟ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। 

ନୂଆ ଦିଲ୍ଲୀ ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା ପରବେଶ ବର୍ମା ସବୁଠୁ ଅଧିକ ଦାବିଦାର ଅଛନ୍ତି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବ ସିଂ ବର୍ମାଙ୍କ ପୁଅ। ପରବେଶ ପଶ୍ଚିମ ଦିଲ୍ଲୀ ଆସନରୁ ଦୁଇ ଥର ସାଂସଦ ଭାବେ ବିଜୟୀ ହୋଇଥିଲେ। ଜାଠ ସମ୍ପ୍ରଦାୟ ସହ ତାଙ୍କର ଭଲ ସମ୍ପର୍କ ମଧ୍ୟ ଅଛି। 

ସେପଟେ ମୁଖ୍ୟମନ୍ତ୍ରୀ ପଦପାଇଁ ଦାବିଦାର ଅଛନ୍ତି ବିଜେପି ନେତା ବିଜେନ୍ଦ୍ର ଗୁପ୍ତା। ଦିଲ୍ଲୀର ରୋହିନି ଆସନରୁ ଲଗାତାର ତିନି ଥର ବିଧାୟକ ଭାବେ ଜିତିଛନ୍ତି ବିଜେନ୍ଦ୍ର ଗୁପ୍ତା। ତେବେ ବିଜେପି ସର୍ବଦା ଲୋ-ପ୍ରୋଫାଇଲ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରୁଥିବାର ନଜର ରହିଛି। ସ୍ବଚ୍ଛ ଏବଂ ନିର୍ମଳ ଭାବମୂର୍ତି ଥିବା ନେତାଙ୍କୁ ବିଜେପି ଚୟନ କରୁଛି। 

ମୁଖ୍ୟମନ୍ତ୍ରୀ ରେସ୍ ନେଇ ହିସାବକିତାବ ଚାଲିଥିବା ବେଳେ ଜଣେ ବିଧାୟକ ହିଁ ମୁଖ୍ୟମନ୍ତ୍ରୀ ହେବେ। ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରୁ ଫେରିବା ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଜଣେ ବିଧାୟକ ହେବେ ବୋଲି ନିଷ୍ପତ୍ତି ହେବା ପରେ ଅନେକ ହେଭିୱେଟ ଏହି ଦୌଡରୁ ବାଦ ପଡିଛନ୍ତି। ପୂର୍ବ କେନ୍ଦ୍ରମନ୍ତ୍ରୀ ସ୍ମୁତି ଇରାନି, ସାଂସଦ ବାଂଶୁରୀ ସ୍ବରାଜ ରେସରୁ ଓହରିଯାଇଥିବା ଚର୍ଚ୍ଚା ହେଉଛି। ଯଦି କୌଣସି ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉଛି ତେବେ ବିଜେପିକୁ ଦୁଇଟି ଉପନିର୍ବାଚନର ସାମ୍ନା କରିବାକୁ ପଡିପାରେ। ଯେହେତୁ ସଂସଦରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିନାହିଁ ତେଣୁ ଅକାରଣରେ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe