କନକ ବ୍ୟୁରୋ: ବିଜେପି ସାମ୍ନାରେ ଏବେ ଦୁଇଟି ବଡ ଚ୍ୟାଲେଞ୍ଜ । ଦିଲ୍ଲୀ ଓ ମଣିପୁରରେ କାହାକୁ ଦଳ କରିବ ମୁଖ୍ୟମନ୍ତ୍ରୀ । ଗୋଟିଏ ପଟେ ଦିଲ୍ଲୀର ଉତ୍ସାହଜନକ ବିଜୟ ଓ ଅନ୍ୟପଟେ ମଣିପୁରରେ ସମ୍ବେଦନଶୀଳ ସ୍ଥିତି ।କିଭଳି ଏହି ଦୁଇଟି ରାଜ୍ୟରେ ଦଳ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଭରସାଯୋଗ୍ୟ ଓ ଦକ୍ଷ ଚେହେରାଙ୍କୁ ବାଛିବ ଏହା ଉପରେ ରହିଛି ନଜର ।

Advertisment
  • ବିଜେପି ପାଇଁ ଦିଲ୍ଲୀ ଚ୍ୟାଲେଞ୍ଜ
  • କାହାକୁ କରିବ ମୁଖ୍ୟମନ୍ତ୍ରୀ?

ଅପେକ୍ଷାକୃତ ଭଲ ପ୍ରଦର୍ଶନ, ଆଶାଠୁ ଅଧିକ ଫଳାଫଳ । ଦିଲ୍ଲୀର ଆପର ଗଢ଼କୁ ଭାଙ୍ଗି ବିଜେପି ଦମଦାର ଏଣ୍ଟ୍ରି କରିଛି । ଏବେ ଏତେ ସଂଖ୍ୟକ ଆସନ ମଧ୍ୟରୁ ଗୋଟିଏ ଭଲ ଚେହେରା ବାଛିବା ଦଳ ପାଇଁ ଆହୁରି ବଡ ଚ୍ୟାଲେଞ୍ଜ । ସବୁକୁ ଆଖିରେ ରଖି ବିଜେପିକୁ ମୁଖ୍ୟମନ୍ତ୍ରୀ ବାଛିବାକୁ ପଡିବ । ଦଳିତ, ମହିଳା ,ଅଳ୍ପସଂଖ୍ୟକ,ଆରଏସଏସ ନା ପୁରୁଣା ତଥା ଅଭିଜ୍ଞ ନେତାଙ୍କୁ ଦଳ ଦେବ ଗୁରୁଦାୟିତ୍ବ , ତା ଉପରେ ସସପେନ୍ସ ହଟିନି । କୁହାଯାଉଛି  ମହାରାଷ୍ଟ୍ର, ହରିୟାଣା, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ସଂଘ ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିଛି ଦଳ । ଦେବେନ୍ଦ୍ର ଫଡନାଭିସ , ଭଜନ ଲାଲ, ମୋହନ ଯାଦବ, ସାହେବ ସିଂ ସୈନୀଙ୍କ ପରି ନେତାଙ୍କୁ ମୁଖ୍ୟମନ୍ତ୍ରୀ କରି ସଂଘକୁ ଅଣଦେଖା କରିବା ଭୂଲ କରିନି ଦଳ । ଦିଲ୍ଲୀ ପରି ମେଟ୍ରୋ ପଲଟିସିଆନ ସିଟି ପାଇଁ ଉଚ୍ଚଶିକ୍ଷିତ ତଥା ବିକାଶ ଦୃଷ୍ଟିକୋଣର ଚେହେରା ମଧ୍ୟ ଆବଶ୍ୟକ । ରାସ୍ତାଠୁ ନେଇ ନଦୀ, ମାର୍କେଟଠୁ ନେଇ ମେଟ୍ରୋ । ସବୁ ଉପରେ ଅଭିଜ୍ଞତା ରଖୁଥିବା ଚେହେରାଙ୍କୁ  ମୌକା ଦେଇପାରେ । ଏମସିଡି ନିର୍ବାଚନ ଆସୁଛି, ତେଣୁ ଏହାକୁ ମଧ୍ୟ ଦଳ  ଧ୍ୟାନ ଦେବା ସ୍ବାଭାବିକ କଥା ।

  • ମଣିପୁରରେ କିଏ ହେବେ ମୁଖ୍ୟମନ୍ତ୍ରୀ?
  • ମେଣ୍ଟ ଫାଟ କମ କରିବାକୁ କ’ଣ କରିବ ବିଜେପି?

ଅନ୍ୟପଟେ ଦୀର୍ଘ ଦୁଇବର୍ଷ ହେବ ମଣିପୁରରେ ହିଂସା ଓ ଉତ୍ତେଜନା ଚାଲିଛି । ବାରମ୍ବାର ଦାବି ପରେ ବି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉନଥିବା ବୀରେନ ସିଂ ହଠାତ କାହିଁକି ପଦ ଛାଡିଲେ ଏନେଇ ଚର୍ଚ୍ଚା ଚାଲିଛି । ଅତି ନାଟକୀୟ ଢ଼ଙ୍ଗରେ ବୀରେନ ସିଂ ଇସ୍ତଫା ଦେଇଚନ୍ତି ।  ଏଣିକି ଦଳ ସେହିଭଳି ଜଣେ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହିଁବ ଦଳ , ଯିଏକି ମଣିପୁରବାସୀଙ୍କ ଦୀର୍ଘଦିନ ପୀଡାର ମଲମ ହୋଇପାରିବ । ଏଥିସହ ଯେଉଁ ପ୍ରସଙ୍ଗ କରି ବିରୋଧୀ ମଣିପୁରର ବିଜେପି ସରକାରଙ୍କୁ ଟାର୍ଗେଟ କରିଆସୁଛି ସେଥିରୁ ମୁକୁଳିବାକୁ ମଧ୍ୟ ଚାହିଁବ ଦଳ ।

  • ଦିଲ୍ଲୀ ପାଇଁ କସରତ
  • ମଣିପୁର ପାଇଁ ମାଇଇଣ୍ଡଗେମ

ଉଭୟ ରାଜ୍ୟ ବିଜେପି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଗୋଟେ ପଟେ ଦିଲ୍ଲୀରେ ଦୀର୍ଘବର୍ଷ ପରେ ରାଜୁତି କରିବାକୁ ମୌକା ମିଳିଛି ଅନ୍ୟପଟେ ମଣିପୁରର ସମ୍ବେଦନଶୀଳ ସ୍ଥିତିରେ ଦଳ ଆଗକୁ କୌଣସି ରିସ୍କ ନେବାକୁ ଚାହିଁବନି ।ଯଦି କୁକି ସମ୍ପ୍ରଦାୟଙ୍କୁ ମୁଖ୍ୟମନ୍ତ୍ରୀ କରୁଛି ତେବେ ମୈଇତି ବିରୋଧ କରିବ । ଯଦି ମୈଇତି ସମ୍ପ୍ରଦାୟରୁ କାହାକୁ ବାଛୁଛି ତେବେ କୁକି ରାଗିବା ସ୍ବାଭାବିକ । ଯଦି କୌଣସି ତୃତୀୟ ସମ୍ପ୍ରଦାୟରୁ ମୁଖ୍ୟମନ୍ତ୍ରୀ କରିବ ଦଳ ଉଭୟ କୁକି ଓ ମୈଇତିଙ୍କ ରାଗ ସହିବାକୁ ପଡିବ ।ତେଣୁ ଦିଲ୍ଲୀଠୁ ମଣିପୁରରେ ସରକାର ବାଛିବା ବିଜେପି ପାଇଁ ବଡ କାଠିକର ପାଠ ହୋଇପାରେ ।