କନକ ବ୍ୟୁରୋ : ବଲେନ୍ଦ୍ର ଶାହ ହେବେ ନେପାଳ ପ୍ରଧାନମନ୍ତ୍ରୀ । କାଠମାଣ୍ଡୁ ମେୟର୍ ବଲେନ୍ଦ୍ର ଶାହ ଓରଫ୍ ବଲେନ୍ । ଇଞ୍ଜିନିୟର, ରାପରରୁ ମେୟର୍ ବନିଛନ୍ତି ଏହି ଯୁବ ରାଜନେତା । ଆନ୍ଦୋଳନକୁ ଓହ୍ଲାଇଥିବା ନେପାଳର ଜେନ୍-ଜିଙ୍କ ପସନ୍ଦର ଚେହେରା । ଓଲିଙ୍କ ଇସ୍ତଫା ପରେ ବଲେନଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି ନେପାଳର ଯୁବପିଢ଼ି । ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଓ ଦୁର୍ନୀତି ବିରୋଧରେ ଜେନ୍-ଜି ଆନ୍ଦୋଳନ ତୀବ୍ର ହେବାରୁ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଇସ୍ତଫା ଦେଇଛନ୍ତି । ଏହି ଆନ୍ଦୋଳନରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । କାଠମାଣ୍ଡୁ ମେୟର ବଲେନ୍ଦ୍ର ଶାହ, ଜଣେ ରାପରରୁ ରାଜନେତା, ଜେନ୍-ଜି ପ୍ରିୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ।
ବଲେନ୍ଦ୍ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ !
ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ପରେ ବଲେନ୍ଦ୍ର ଶାହଙ୍କୁ ନେତୃତ୍ୱ ଦାବି
ବଲେନ୍ଦ୍ର ପୂର୍ବତନ ରାପର୍ ଓ କାଠମାଣ୍ଡୁର ମେୟର୍
ବଲେନ୍ଦ୍ର ସୋସିଆଲ ମିଡିଆରେ ଆନ୍ଦୋଳନକୁ ସମର୍ଥନ କରିଥିଲେ
ବଲେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସୋସିଆଲ ମିଡିଆରେ ଅଭିଯାନ
ସେପଟେ ନେପାଳ ସେନାର ନିୟନ୍ତ୍ରଣରେ କିନ୍ତୁ ଏହା ସତ୍ତ୍ୱେ ଦେଶରେ ହିଂସା ଓ ଅଶାନ୍ତି ଚାଲୁ ରହିଛି । ରାଜଧାନୀ କାଠମାଣ୍ଡୁ ସହ ଅନ୍ୟାନ୍ୟ ସହରରେ ପ୍ରଦର୍ଶନକାରୀମାନଙ୍କ ଉପରେ ପୁଲିସ ଓ ସେନାର ଲାଠିଚାର୍ଜ ଓ ଟିୟର୍ ଗ୍ୟାସ୍ ବ୍ୟବହାର ହୋଇଛି । ସୁପ୍ରିମକୋର୍ଟରେ ନିଆଁ ଲଗାଇ ଦେଇଛନ୍ତି ପ୍ରଦର୍ଶନ କାରୀ, ଯେଉଁଥିରେ ୨୫ ହଜାରରୁ ଅଧିକ ମହତ୍ୱପୂର୍ଣ୍ଣ ଫାଇଲ୍ ଓ ରେକର୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ପୁଲିସ ୨୭ ଜଣ ଉପଦ୍ରବୀଙ୍କୁ ଗିରଫ କରିଛି ଯେଉଁମାନେ ହିଂସାରେ ସମ୍ପୃକ୍ତ ବୋଲି ଅଭିଯୋଗ ରହିଛି ।
ନେପାଳରେ କେବେ ଫେରିବ ଶାନ୍ତି !
କାଠମାଣ୍ଡୁ ସହ ଅନ୍ୟ ସହରରେ ପ୍ରଦର୍ଶନ ହିଂସାତ୍ମକ ରୂପ ନେଇଛି
ସୁପ୍ରିମକୋର୍ଟରେ ନିଆଁ ଲଗାଯାଇଛି ୨୫ ହଜାରରୁ ଅଧିକ ଫାଇଲ୍ ନଷ୍ଟ
ପୁଲିସ ୨୭ ଜଣଙ୍କୁ ଗିରଫ କରିଛି
ଆଜିର ହିଂସାରେ ୧୦ରୁ ଅଧିକ ବ୍ୟକ୍ତି ଆହତ
ସୁପ୍ରିମକୋର୍ଟ ପରିସରରେ ଗାଡ଼ିଗୁଡ଼ିକୁ ପୋଡ଼ି ଦିଆଯାଇଥିଲା
ନେପାଳ ସରକାରୀ ଅଧିକାରୀମାନେ ହେଲିକପ୍ଟରରେ ଝୁଲି ରହି ଦେଶ ଛାଡ଼ି ପଳାଇଛନ୍ତି
ନେପାଳର ନବଲପରାସି ପଶ୍ଚିମ ଜିଲ୍ଲା ଜେଲରୁ ୫୦୦ ରୁ ଅଧିକ କଏଦୀଙ୍କ ପଳାୟନ
ଜେଲ ଭିତରେ ନିଆଁ ଲଗାଇଥିଲେ କଏଦୀ ଏବଂ ସେମାନଙ୍କ ମୁକ୍ତି ଦାବି କରି ସ୍ଲୋଗାନ ଦେଇଥିଲେ
ନେପାଳରେ ବାଂଲାଦେଶ ମଡେଲ ପୁନରାବୃତ୍ତି ଏହାର ଅର୍ଥ ସେନା ସରକାର ଚଳାଇବ
ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁଯାୟୀ, କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦର ଆଜି ସନ୍ଧ୍ୟା ୬ଟା ଯାଏଁ ବନ୍ଦ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/10/nepal-2025-09-10-14-50-26.jpg)