କନକ ବ୍ୟୁରୋ : ମହାରାଷ୍ଟ୍ରରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ଏନେଇ ଜାରି ରହିଛି କଳ୍ପନାଜଳ୍ପନା। ଏହାରି ଭିତରେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକାନଥ ସିନ୍ଦେ ଇସ୍ତଫା ଦେଇଛନ୍ତି । ଏହାପରେ ଦିଲ୍ଲୀ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ଓ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ଆଲୋଚନା କରିବେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକ ପରେ ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ପାଇଁ ଫଡନାଭିସଙ୍କ ନାଁରେ ବିଜେପିର ଶୀର୍ଷ ନେତୃତ୍ବ ମଞ୍ଜୁରି ଦେଇଥିବା ସୂଚନା ମିଳିଛି। କୁହାଯାଉଛି ଫଡନାଭିସ୍ ମୁଖ୍ୟମନ୍ତ୍ରୀ ହେଲେ ମହାୟୁତିର ଅନ୍ୟ ଦୁଇ ସହଯୋଗୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହେବେ। ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ସହ ତାଙ୍କ ଦଳର ୧୨ ଜଣ ବିଧାୟକ ମନ୍ତ୍ରୀ ହୋଇପାରନ୍ତି। ସେମାନଙ୍କୁ ପ୍ରମୁଖ ବିଭାଗ ମଧ୍ୟ ମିଳିପାରେ। ଏନସିପି ଭାଗରେ ଉପମୁଖ୍ୟମନ୍ତ୍ରୀ ସହ ୧୦ ମନ୍ତ୍ରୀ ମଧ୍ୟ ପଡ଼ିପାରେ। ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ସର୍ବାଧିକ ୪୩ ଜଣ ମନ୍ତ୍ରୀ ରହିପାରିବେ। ହେଲେ ନୂଆ ସରକାର ଗଠନ ପର୍ୟ୍ୟନ୍ତ ସେ କାମଚଳା ମୁଖ୍ୟମନ୍ତ୍ରୀ ରହିବେ।
ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ, ଆଜି ବାଜିପାରେ ମୋହର । ସବୁଠୁ ଆଗରେ ଫଡନାଭିସଙ୍କ ନାମ, ଅଜିତ ପାୱାରଙ୍କ ସହ ସିନ୍ଦେ ଗୋଷ୍ଠୀର ଆଲୋଚନା
ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ଓ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ଆଲୋଚନା କରିବେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକ ପରେ ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି ।