କନକ ବ୍ୟୁରୋ: ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖାମେନି ଗୁରୁତର ଅସୁସ୍ଥ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ କିଏ ହେବ ତାଙ୍କ ଉତ୍ତରାଧିକାରୀ, ତାକୁ ନେଇ ପ୍ରଶ୍ନ ଉଠିଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି ।
ଖବର ଅନୁଯାୟୀ, ତାଙ୍କର ଦ୍ୱିତୀୟ ପୁଅ ମୋଜତାବା ଖାମେନି ତାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି । ଏହି ପ୍ରକ୍ରିୟାରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ୍ ଏକ ବଡ଼ ଭୂମିକା ଗ୍ରହଣ କରିପାରନ୍ତି । ରିପୋର୍ଟରେ କୁହାଯାଇଛି ଯେ ଖାମେନିଙ୍କ ଗୁରୁତର ଅସୁସ୍ଥତା ତାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଏକ 'ଶାନ୍ତ ଯୁଦ୍ଧ' ସୃଷ୍ଟି କରିଛି। ମେ’ ମାସରେ ହେଲିକପ୍ଟର ଦୁର୍ଘଟଣାରେ ଇରାନର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଖାମେନିଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ଚିନ୍ତା ବଢ଼ିଥିଲା। ୧୯୮୯ ମସିହାରୁ ଖାମେନି ଇରାନର ସର୍ବୋଚ୍ଚ ନେତା ଭାବରେ କାର୍ୟ୍ୟ କରିଆସୁଛନ୍ତି। ରୁହୋଲ୍ଲା ଖାମେନିଙ୍କ ମୃତ୍ୟୁ ପରେ ସେ ସର୍ବୋଚ୍ଚ ନେତା ହୋଇଥିଲେ। ସର୍ବୋଚ୍ଚ ନେତା ଇରାନରେ ଏକ ଶକ୍ତିଶାଳୀ ପଦ। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଏଭଳି ଏକ ସମୟରେ ଆସିଛି ଯେତେବେଳେ ଇସ୍ରାଏଲ ଅନେକ ଇରାନ ଟାର୍ଗେଟ ଉପରେ କ୍ଷେପଣାସ୍ତ୍ର ମାଡ଼ ଆରମ୍ଭ କରିଛି। ଇରାନର ଅଧିକାରୀଙ୍କ କହିବାନୁସାରେ, ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ସମସ୍ତ ଚାରିଜଣ ଦେଶର ବାୟୁ ପ୍ରତିରକ୍ଷା ପ୍ରତିଷ୍ଠାନରେ କାର୍ୟ୍ୟ କରୁଥିଲେ। ତେବେ ଦେଶର କେଉଁ ଭାଗରେ ତାଙ୍କୁ ପୋଷ୍ଟ କରାଯାଇଛି ସେ କହି ନାହାନ୍ତି। ଇରାନର ଅଧିକାରୀମାନେ କହିଛନ୍ତି ଯେ ସେମାନେ ଇସ୍ରାଏଲ ସହ ବିବାଦକୁ ବଢ଼ାଇବାକୁ ଚାହୁଁନାହାନ୍ତି। କିନ୍ତୁ ପ୍ରତିଶୋଧ ନିଶ୍ଚିତ ନିଆଯିବ। ଇରାନରେ ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରୁଥିବାବେଳେ ଇସ୍ରାଏଲ ମଧ୍ୟ ଇରାକ ଏବଂ ସିରିଆରେ ଆକ୍ରମଣ କରିଥିଲା।
ଖାମେନି ଗୁରୁତର ଅସୁସ୍ଥ
ଇରାନର ସର୍ବୋଚ୍ଚ ନେତା ଗୁରୁତର ଅସୁସ୍ଥ
ଆୟୋତୋଲ୍ଲା ଅଲି ଖାମେନି ଗୁରୁତର ଅସୁସ୍ଥ
ଅସୁସ୍ଥ ଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଏଭଳି ଏକ ଦାବି କରିଛି
ଖାମେନିଙ୍କ ଉତ୍ତରାଧିକାରୀ କିଏ ହେବ ଉଠିଲା ପ୍ରଶ୍ନ
ବଡ଼ ଭୂମିକା ଗ୍ରହଣ କରିପାରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡସ୍
ସର୍ବୋଚ୍ଚ ନେତା ଇରାନରେ ଏକ ଶକ୍ତିଶାଳୀ ପଦ
୧୯୮୯ ମସିହାରୁ ଖାମେନି ଇରାନର ସର୍ବୋଚ୍ଚ ନେତା ରହିଛନ୍ତି
ରୁହୋଲ୍ଲା ଖାମେନିଙ୍କ ମୃତ୍ୟୁ ପରେ ସେ ସର୍ବୋଚ୍ଚ ନେତା ହୋଇଥିଲେ