କନକ ବ୍ୟୁରୋ : ବନ୍ଧ କଡ଼ରେ ଔଷଧ । ମାଲକାନଗିରିର ଚିତ୍ରକୋଣ୍ଡା ବାଲିମେଳା ମାଟି ବନ୍ଧ ନିକଟରେ ପଡିଛି କୁଢ କୁଢ ଔଷଧ । କିଛି ଔଷଧର ଅବଧି ଆଉ ମାସେ ଥିବା ବେଳେ ଆଉ କିଛି ଔଷଧର ଅବଧି ଶେଷ ହୋଇଛି । ଛୋଟ ଛୋଟ ପିଲାମାନେ ନଦୀରେ ଗାଧେଇବାକୁ ଆସି ଏ ସବୁ ଔଷଧ ଗୋଟାଇ ନେଉଥିବା ଦେଖିବାକୁ ମିଳିଛି । ଏ ଦୃଶ୍ୟକୁ ଦେଖି ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । କିଏ ଓ କାହିଁକି ବନ୍ଧ ନିକଟରେ ଏତେ ମାତ୍ରାରେ ଔଷଧ ପକାଇଛି । ତାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।