କନକ ବ୍ୟୁରୋ : ଭାରତ ଭଳି ଜନବହୁଳ ଦେଶରେ ଉଚ୍ଚ ରକ୍ତଚାପ ପାଲଟିଛି ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ଦେଶରେ ୨୧୦ ନିୟୁତରୁ ଅଧିକ ବୟସ୍କ ଉଚ୍ଚ ରକ୍ତଚାପରେ ପୀଡ଼ିତ । ତେବେ ୩୯% ଲୋକ ନିଜର ଅବସ୍ଥା ନେଇ ସଚେତନ ହୋଇଥିବା ବେଳେ ୮୩% ଲୋକଙ୍କ ରକ୍ତଚାପ ନିୟନ୍ତ୍ରଣ ଖରାପ । ଉଚ୍ଚ ରକ୍ତଚାପ କାରଣରୁ ହୃଦରୋଗ, ମସ୍ତିଷ୍କାଘାତ ଭଳି ସମସ୍ୟା ଦେଖାଦେଇଥାଏ । ଏହି ସ୍ବାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ଭାରତରେ ମାଗଣା ଔଷଧ ବଣ୍ଟନ ଉପରେ ଗୁରୁତ୍ବ ଦିଆଯାଉଥିଲେ ବି ବ୍ୟାପକ ଜନସଚେତନତା କରାଯାଉନାହିଁ । ୨୦୨୪ ମସିହାରେ ବିଶ୍ୱ ସ୍ତରରେ ୧.୪ ବିଲିୟନ ଲୋକ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ, ଏହା ବିଶ୍ୱ ଜନସଂଖ୍ୟାର ୩୪% । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଧାନମ୍ ଘେବ୍ରେୟସସ୍ କହିଛନ୍ତି ଯେ ଉଚ୍ଚ ରକ୍ତଚାପ ସମ୍ବନ୍ଧୀୟ ହୃଦୟ ଏବଂ ମସ୍ତିଷ୍କ ରୋଗରେ ପ୍ରତି ଘଣ୍ଟାରେ ୧୦୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରନ୍ତି । ଏହି ମୃତ୍ୟୁଗୁଡ଼ିକୁ ରୋକାଯାଇପାରିବ । ଉପଯୁକ୍ତ ନୀତି, ନିବେଶ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ଲକ୍ଷ ଲକ୍ଷ ଜୀବନ ବଞ୍ଚାଇ ପାରିବ ।
ଭାରତରେ ଉଚ୍ଚ ରକ୍ତଚାପ ପାଲଟିଛି ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା
ଦେଶରେ ୨୧୦ ନିୟୁତରୁ ଅଧିକ ବୟସ୍କ ଉଚ୍ଚ ରକ୍ତଚାପରେ ପୀଡ଼ିତ
କେବଳ ୩୯% ଲୋକ ନିଜର ଅବସ୍ଥା ନେଇ ସଚେତନ
୮୩% ଲୋକଙ୍କ ରକ୍ତଚାପ ନିୟନ୍ତ୍ରଣ ଖରାପ, ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ
ଭାରତରେ ମାଗଣା ଔଷଧ ବଣ୍ଟନ ଉପରେ ଗୁରୁତ୍ବ
ଭାରତ ଏହି ସମସ୍ୟାକୁ ଦୂର କରିବାରେ ସଫଳ ହୋଇଛି
ସରକାରୀ କ୍ଲିନିକ୍ଗୁଡ଼ିକରେ ମାଗଣା ଜେନେରିକ୍ ଔଷଧ ଯୋଗାଇ ଦିଆଯାଇଛି
ଘରୋଇ ଦୋକାନ ତୁଳନାରେ ସରକାରୀ ଦୋକାନରେ ଔଷଧ ୮୦% ଶସ୍ତା
୧୯୫ ଦେଶ ମଧ୍ୟରୁ ୯୯ ଟି ଦେଶର ନିୟନ୍ତ୍ରଣ ହାର ୨୦% ରୁ କମ୍
ଗରିବ ଦେଶଗୁଡ଼ିକରେ ଔଷଧର ଉପଲବ୍ଧତା କେବଳ୨୮%
ଧନୀ ଦେଶଗୁଡ଼ିକରେ ଔଷଧର ଉପଲବ୍ଧତା ୯୩%
ବାଂଲାଦେଶରେ ୨୦୧୯ରୁ ୨୦୨୫ ମଧ୍ୟରେ ରେ ନିୟନ୍ତ୍ରଣ ହାର ୫୬%କୁ ବୃଦ୍ଧି