କନକ ବ୍ୟୁରୋ: ଝାରସୁଗୁଡ଼ା ରେଳଧାରଣା କଡ଼ରେ ଗଦା ହୋଇଛି ହଜାର ହଜାର ଟନ୍ କୋଇଲା । ଝାରସୁଗୁଡ଼ା ସହର ଉପକଣ୍ଠ ଏଚ୍ କଣ୍ଟାପାଲି ରୋଡ୍ ଓଭରବ୍ରିଜ୍ ନିକଟରେ କୋଇଲା ଦେଖି ତାଜୁବ୍ ସ୍ଥାନୀୟ ବାସିନ୍ଦା । ରୟତି ଜମିରେ ଅବୈଧ କୋଇଲା ଷ୍ଟକିଂ କେମିତି ହେଲା ? କେଉଁଠୁ ଆସିଲା ଓ କିଏ ଗଦା କଲା? ଏମିତି କିଛି ପ୍ରଶ୍ନ ଭିତରେ କୋଇଲା ଷ୍ଟକ୍ ପାଇଁ ଖଣି ବିଭାଗରୁ ଅନୁମତି ନିଆଯାଇନଥିବା ଜଣାପଡ଼ିଛି । ନିୟମ ଅନୁସାରେ, ଖଣିରୁ ବାହାରୁଥିବା କୋଇଲା ସିଧାସଳଖ କମ୍ପାନିକୁ ଯିବା କଥା। କିନ୍ତୁ ମଝି ରାସ୍ତାରେ ଏତେ ପରିମାଣର କୋଇଲା ଗଦା ହେବାରୁ ସନ୍ଦେହ କରି ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଜନତା ।
ମହାରାଷ୍ଟ୍ର ପାୱାର ଜେନେରେସନ୍ କର୍ପୋରେସନ୍ ପାଇଁ ବସୁନ୍ଧରା ଅଞ୍ଚଳରୁ କୋଇଲା ଯାଇଥାଏ । ସୁନ୍ଦରଗଡ଼ର ସବଡ଼େଗା ଓ ଲଇକେରା ସାଇଡିଂରେ ଲୋଡିଂ ହେବା ପରେ ଓଜନ ହୁଏ । ପ୍ରତିଟି ୱାଗନ୍ରେ ସର୍ବାଧିକ ୪୦ ଟନ୍ କୋଇଲା ରହିପାରିବ ହେଲେ ସରଡେଗାରୁ ବାହାରିଥିବା କୋଇଲା ଟ୍ରେନ୍ଟି ଝାରସୁଗୁଡ଼ା ଜିଲ୍ଲା ମାଳିଡିହି ଷ୍ଟେସନଠୁ କିଛି ଦୂରରେ ଏଚ୍ କଣ୍ଟାପାଲି ବ୍ରିଜ୍ ନିକଟରେ ପୁଣିଥରେ ଓଜନ କରାଯାଇଛି । ୱାଗନ୍ରେ ଥିବା ଅତିରିକ୍ତ କୋଇଲାକୁ କଢ଼ାଯାଇଛି । ଜବତ କୋଇଲାର ସତ ଜାଣିବା ପାଇଁ ଛାନ୍ଭିନ୍ ଜାରି ରଖିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଖଣି ଅଧିକାରୀ । କାହିଁକି ପୁଣିଥରେ କୋଇଲା ୱାଗନ ଓଜନ କରିବାର ଆବଶ୍ୟକତା ପଡ଼ିଲା? ସବଡେଗାରୁ ଓଜନ ହୋଇ ଆସିବା ପରେ ଅତିରିକ୍ତ ଓଜନର କୋଇଲା ବାହାରିଲା କେମିତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଜନତା ।
କିଏ ଗଦା କଲା ରେଳଧାରଣା କଡ଼ରେ କୋଇଲା, ଅଧରାସ୍ତାରେ କେମିତି ଓଜନ ହେଲା କୋଇଲା ଭର୍ତ୍ତି ୱାଗନ୍
ଝାରସୁଗୁଡ଼ା ସହର ନିକଟରେ ଗଦା ହୋଇଥିବା ଟନ୍ଟନ୍ କୋଇଲାର କାହାଣୀ ଖୋଜୁଛନ୍ତି ଜନତା
/kanak/media/media_files/2025/07/25/coal-2025-07-25-18-58-46.jpg)