ଦେବଗଡ଼ ରିଆମାଳ ବନାଞ୍ଚଳରେ ଦନ୍ତା ମୃତଦେହ ଠାବ ; ହାତୀକୁ ମାରିଲା କିଏ, ଉଠିଲା ପ୍ରଶ୍ନ

ହାତୀଟି ଗତକାଲି ରାତିରେ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ରାସ୍ତା କଡ଼ରେ ହାତୀର ମୃତ ହାତୀ ଦେଖିବା ପରେ ଗ୍ରାମବାସୀ ରିଆମାଳ ବନ ବିଭାଗକୁ ସୂଚନା ଦେଇଥିଲେ ।

27 - Copy

କନକ ବ୍ୟୁରୋ : ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ରେଙ୍ଗଲବେଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଉଁସି ତଇଲା ଗାଁ ରାସ୍ତା କଡ଼ରେ ଏକ ଦନ୍ତା ହାତୀର ମୃତ ଦେହ ଠାବ ହୋଇଛି । ହାତୀଟି ଗତକାଲି ରାତିରେ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ରାସ୍ତା କଡ଼ରେ ହାତୀର ମୃତ ହାତୀ ଦେଖିବା ପରେ ଗ୍ରାମବାସୀ ରିଆମାଳ ବନ ବିଭାଗକୁ ସୂଚନା ଦେଇଥିଲେ ।  ଖବର ପାଇ ଘଟଣା ସ୍ଥଳକୁ ବନ ବିଭାଗର ରେଞ୍ଜର ନିରଞ୍ଜନ ଧରୁଆ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣା ପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ହେଲା ଉକ୍ତ ଦନ୍ତା ହାତୀଟି ସେହି ଅଞ୍ଚଳରେ ଉପଦ୍ରଵ କରୁଥିଲା । ୨ ଦିନ ତଳେ ଜଣେ ବୃଦ୍ଧଙ୍କୁ ଦଳି ମାରି ଦେଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe