କନକ ବ୍ୟୁରୋ : ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ରେଙ୍ଗଲବେଡା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାଉଁସି ତଇଲା ଗାଁ ରାସ୍ତା କଡ଼ରେ ଏକ ଦନ୍ତା ହାତୀର ମୃତ ଦେହ ଠାବ ହୋଇଛି । ହାତୀଟି ଗତକାଲି ରାତିରେ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ରାସ୍ତା କଡ଼ରେ ହାତୀର ମୃତ ହାତୀ ଦେଖିବା ପରେ ଗ୍ରାମବାସୀ ରିଆମାଳ ବନ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣା ସ୍ଥଳକୁ ବନ ବିଭାଗର ରେଞ୍ଜର ନିରଞ୍ଜନ ଧରୁଆ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ଜଣା ପଡ଼ିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ହେଲା ଉକ୍ତ ଦନ୍ତା ହାତୀଟି ସେହି ଅଞ୍ଚଳରେ ଉପଦ୍ରଵ କରୁଥିଲା । ୨ ଦିନ ତଳେ ଜଣେ ବୃଦ୍ଧଙ୍କୁ ଦଳି ମାରି ଦେଇଥିଲା ।
ଦେବଗଡ଼ ରିଆମାଳ ବନାଞ୍ଚଳରେ ଦନ୍ତା ମୃତଦେହ ଠାବ ; ହାତୀକୁ ମାରିଲା କିଏ, ଉଠିଲା ପ୍ରଶ୍ନ
ହାତୀଟି ଗତକାଲି ରାତିରେ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ରାସ୍ତା କଡ଼ରେ ହାତୀର ମୃତ ହାତୀ ଦେଖିବା ପରେ ଗ୍ରାମବାସୀ ରିଆମାଳ ବନ ବିଭାଗକୁ ସୂଚନା ଦେଇଥିଲେ ।
/kanak/media/media_files/2025/10/08/27-copy-2025-10-08-10-29-00.jpg)