ନବ ଦାସଙ୍କୁ ମାରିଲା କିଏ, ନବ ଦାସଙ୍କ ରକ୍ତଭିଜା ସାର୍ଟ ଗଲା କୁଆଡେ? ଗୋପାଳଙ୍କ ଓକିଲ ବାରିଲେ ଷଡ଼ଯନ୍ତ୍ରର ଗନ୍ଧ...

ଅଦ୍ୟତନ ହୋଇଛି
777

କନକ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଫେରିଲା ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା । ଝିଅ ଦୀପାଳି ଦାସ କନକ ନ୍ୟୁଜରେ ବାପାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିବାର  ୨୪ ଘଣ୍ଟା ନପୂରୁଣୁ ବଡ଼ ବୟାନ ଦେଲେ ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ । ଗୋପାଳଙ୍କ ଓକିଲଙ୍କ ଏକ ପ୍ରଶ୍ନ, ଏବେ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସେ କହିଛନ୍ତି, ହତ୍ୟା ଘଟଣା ଦିନ ଗୋପାଳଙ୍କୁ ନବ ଦାସଙ୍କ ସୁରକ୍ଷାରେ ମୂତୟନ କରାଯାଇଥିଲା କିନ୍ତୁ ଗୋପାଳଙ୍କ ଗୁଳିରେ ନବଙ୍କ ମୃତ୍ୟୁ ହୋଇନି । କାରଣ ଘଟଣା ଘଟିବା ପୂର୍ବରୁ ଗୁଳି କିମ୍ବା ବାଣ ଫୁଟିବା ଭଳି ଏକ ଶବ୍ଦ ଗୋପାଳ ଶୁଣିଥିଲେ ତେଣୁ କାଳେ ଅଘଟଣ ଘଟିଯିବ ବୋଲି ଭାବି ସତର୍କ ହୋଇ ବନ୍ଧୁକ ବାହାର କରି ଫାଙ୍କା ଗୁଳି ଚାଳନା କରିଥିଲେ । ଏପରିକି ଗୋପାଳ ୩ ଥର ବ୍ଲାଙ୍କ୍ ଫାୟାରିଂ କରିଥିଲେ ବୋଲି ତାଙ୍କ ଓକିଲ ଗଣମାଧ୍ୟମରେ ବୟାନ ଦେଇଛନ୍ତି । 

ସବୁଠାରୁ ବଡ଼କଥା ହେଲା, ଗୁଳିମାଡ଼ରେ ଜୁଡ଼ୁବୁଡ଼ୁ ହୋଇଥିବା ନବଙ୍କ ରକ୍ତ ଭିଜା ସାର୍ଟ କେଉଁ ଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଗୋପାଳଙ୍କ ଓକିଲ । କ୍ରାଇମବ୍ରାଞ୍ଚ ଦେଇଥିବା ସିଜ୍ ଲିଷ୍ଟରେ ନବ ଦାସଙ୍କ ରକ୍ତଭିଜା ସାର୍ଟଟି ମିସିଂ ଅଛି, ଯାହା ଦ୍ୱାରା ସନ୍ଦେହ ସୃଷ୍ଟି ହେଉଛି ବୋଲି କହିଛନ୍ତି ଗୋପାଳଙ୍କ ଓକିଲ ନରେଶ ନାୟକ । ତେବେ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ନେଇ ଦିନେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଣି ଗୋପାଳଙ୍କ ଓକିଲ ଦେଇଥିବା ବୟାନ ପୁଣି ଷଡ଼ଯନ୍ତ୍ର ଆଡକୁ ବଡ଼ ଇସାରା କରୁଛି କି? 

ସେପଟେ ବିଜେପି ବିଧାୟକ ବାବୁ ସିଂ ମଧ୍ୟ ପୂର୍ବରୁ ଶାଣିତ ସ୍ୱରରେ ଦୀପାଳିଙ୍କୁ କହିଥିଲେ ଯେ, ପୂର୍ବ ସରକାରରେ ତାଙ୍କ ବାପାଙ୍କ ହତ୍ୟା ଘଟଣାର ଖୁଲାସା ହୋଇପାରିନଥିଲା କି ତାଙ୍କ ପରିବାରକୁ ନ୍ୟାୟ ମିଳିନଥିଲା । ଏବେର ବିଜେପି ସରକାର ଉପରେ ଭରସା କରି ସିବିଆଇ ତଦନ୍ତ ଦାବି କରିଥିବାରୁ ଧନ୍ୟବାଦ, ଆମ ସରକାର ତାଙ୍କ ବାପାଙ୍କ ହତ୍ୟାକାଣ୍ଡ ଉପରୁ ପରଦା ହଟାଇବେ ଏବଂ ସତ ସାମ୍ନାକୁ ଆଣିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe