କାହା ପାଇଁ ସ୍ପେର୍ଟ୍ସ କଂପ୍ଲେକ୍ସ, ନିର୍ମାଣର ଦେଢ଼ ବର୍ଷ ପରେ କାମରେ ଲାଗୁନି, ଖତ ଖାଉଛି ଜାତୀୟସ୍ତରର କ୍ରୀଡ଼ା ଭୂମି

Advertisment

କଟକ ମହାନଦୀ ପଠାରେ  ଦୁଇଟି ସ୍ପୋର୍ଟ୍ସ କଂପ୍ଲେକ୍ସ ନିର୍ମାଣ କରିଛି ପୂର୍ତ୍ତ ବିଭାଗ। ବିଡ଼ମ୍ବନାର ବିଷୟ ପ୍ରାୟ ଦେଢ଼ ବର୍ଷ ହେଲା  ଦୁଇ ସ୍ପୋର୍ଟସ କମ୍ପ୍ଲେକ୍ସ ଖେଳାଳିଙ୍କ କାମରେ ଆସିପାରୁନାହିଁ। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କ୍ରୀଡ଼ାପ୍ରେମୀ।

କଟକ ମହାନଦୀ ପଠାରେ  ଦୁଇଟି ସ୍ପୋର୍ଟ୍ସ କଂପ୍ଲେକ୍ସ ନିର୍ମାଣ କରିଛି ପୂର୍ତ୍ତ ବିଭାଗ। ବିଡ଼ମ୍ବନାର ବିଷୟ ପ୍ରାୟ ଦେଢ଼ ବର୍ଷ ହେଲା  ଦୁଇ ସ୍ପୋର୍ଟସ କମ୍ପ୍ଲେକ୍ସ ଖେଳାଳିଙ୍କ କାମରେ ଆସିପାରୁନାହିଁ। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କ୍ରୀଡ଼ାପ୍ରେମୀ।

3A

କନକ ବ୍ୟୁରୋ : ଖେଳ ତଥା ଖେଳାଳିଙ୍କ ବିକାଶ ଲାଗି ସରକାର ଅନେକ ପଦକ୍ଷେପ ନେଉଛନ୍ତି। ମାତ୍ର ବିଡ଼ମ୍ବନାର ବିଷୟ କିଛି ସ୍ଥାନରେ ଭିତ୍ତିଭୂମି ଥାଇ ବି ତାହା ଖେଳାଳିଙ୍କ କୌଣସି କାମରେ ଆସୁନି । କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିଲା  ଦୁଇଟି ଜାତୀୟ ସ୍ତରର ସ୍ପୋର୍ଟ୍ସ କଂପ୍ଲେକ୍ସ । ଗୋଟିଏ ବୋଷ୍ ସ୍ପୋର୍ଟ୍ସ କଂପ୍ଲେକ୍ସ ଏବଂ ଅନ୍ୟଟି ଏସସିବି ସ୍ପୋର୍ଟ୍ସ କଂପ୍ଲେକ୍ସ । କଟକ ମହାନଦୀ ପଠାରେ  ଦୁଇଟି ସ୍ପୋର୍ଟ୍ସ କଂପ୍ଲେକ୍ସ ନିର୍ମାଣ କରିଛି ପୂର୍ତ୍ତ ବିଭାଗ। ବିଡ଼ମ୍ବନାର ବିଷୟ ପ୍ରାୟ ଦେଢ଼ ବର୍ଷ ହେଲା  ଦୁଇ ସ୍ପୋର୍ଟସ କମ୍ପ୍ଲେକ୍ସ ଖେଳାଳିଙ୍କ କାମରେ ଆସିପାରୁନାହିଁ। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କ୍ରୀଡ଼ାପ୍ରେମୀ।

  • ସ୍ପୋର୍ଟ୍ସ କଂପ୍ଲେକ୍ସରେ ଅତ୍ୟାଧୁନିକ ସୁବିଧା
  • ରଣଜୀ କ୍ରିକେଟ୍‌ ଲାଗି ପଡ଼ିଆ
  • ଜାତୀୟସ୍ତରର ଫୁଟବଲ୍‌ ପଡ଼ିଆ
  • ବାସ୍କେଟ୍‌ ବଲ୍‌ କୋର୍ଟ ଏବଂ ୨ଟି ବ୍ୟାଡ୍‌ମିଣ୍ଟନ କୋର୍ଟ
  • ହକି, ଟେନିସ୍‌ ଏବଂ ଭଲିବଲ୍‌ କୋର୍ଟ ରହିଛି
  • ଏକକାଳୀନ ଏକାଧିକ ମ୍ୟାଚ୍ ହେବା ପରି ଭିତ୍ତିଭୂମି

ଅଧିକ ପଢ଼ନ୍ତୁ : କଟକର ଟ୍ରାଫିକ୍‌ ସମସ୍ୟା ସମାଧାନ ପାଇଁ ଆଉଟର ରିଙ୍ଗ୍‌ରୋଡ୍‌, ରାଜ୍ୟ ରାଜପଥ ୪ ଲେନ୍‌ ନିର୍ଦ୍ଦେଶ


 ସୂଚନା ଯୋଗ୍ୟ, କଟକ ଏସ୍‌ସିବି ମେଡିକାଲକୁ ଏମସ ପ୍ଲସ୍ କରିବା ଲାଗି ବୋଷ୍‌ ଇଂଜିନିୟରିଂ କଲେଜ ଏବଂ ଏସସିବିର ଦୁଇଟି ପଡ଼ିଆକୁ ଅଧିଗ୍ରହଣ କରିବାକୁ ପଡ଼ିଥିଲା। ଏଥିଲାଗି ପ୍ରଶାସନ ବୋଷ୍‌ ଏବଂ ଏସ୍‌ସିବି ଲାଗି ମହାନଦୀ ପଠାରେ ଦୁଇଟି ଅଲଗା ସ୍ପୋର୍ଟ୍ସ କଂପ୍ଲେକ୍ସ ତିଆରି କରିଥିଲା। ନାନା କାରଣରୁ ଦେଢ଼ ବର୍ଷ ହେଲା କାମ ସରିଥିଲେ ବି ବ୍ୟବହାର ନହୋଇ ପଡ଼ିରହିଛି। ଜିଲ୍ଲାପାଳ କହିଛନ୍ତି ଦୁଇ କଲେଜର ଗଭର୍ଣ୍ଣିଂ ବଡି ସହ ଆଲୋଚନା କରାଯାଇ ଏ ନେଇ ପଦକ୍ଷେପ ନିଆଯିବ।  କେବେ କାର୍ଯ୍ୟକ୍ଷମ ହେବ ସ୍ପୋର୍ଟ୍ସ କଂପ୍ଲେକ୍ସ? କେବେ ଖେଳାଳିଙ୍କ କାମରେ ଆସିବ? ତାହା ଦେଖିବାର କଥା। 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe