ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ କ୍ଷେପଣାସ୍ତ୍ର, ମୋର୍ଟାର ଏବଂ ଘାତକ ଗୁଳି ବିନିମୟ ହୋଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି, ତାଙ୍କ ଦେଶର ଧୈର୍ଯ୍ୟ ସରିଯାଇଛି। ସେ ତାଲିବାନ ସହିତ ଖୋଲା ଯୁଦ୍ଧ ଘୋଷଣା କରିଛନ୍ତି। ଗତ ସପ୍ତାହରେ ପାକିସ୍ତାନ ଆଫଗାନିସ୍ତାନରେ ବୋମା ପକାଇଥିଲା, ତା'ପରେ ପାକିସ୍ତାନୀ ଅଞ୍ଚଳରେ ତାଲିବାନ ବୋମା ମାଡ଼ କରିଥିଲା ​। ଫଳରେ ଦୁଇ ଦେଶ ପରସ୍ପରକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ପାକିସ୍ତାନର ଏକ ଶକ୍ତିଶାଳୀ ସାମରିକ ବାହିନୀ ଅଛି। ଅପରପକ୍ଷରେ ତାଲିବାନର ଯୁଦ୍ଧ ପାଇଁ ସମ୍ବଳର ଅଭାବ ଅଛି। ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି ଯେ, ପାକିସ୍ତାନର ଆଫଗାନିସ୍ତାନ ଉପରେ ଆକ୍ରମଣ ଏକ ସୁଚିନ୍ତିତ ରଣନୀତିର ଅଂଶ କି?ଅସୀମ ମୁନାରି ଓ ଶାହବାଜ ସରିଫ ଆମେରିକାର ନିର୍ଦ୍ଦେଶରେ ଆଫଗାନିସ୍ତାନ ଉପରେ ଆକ୍ରମଣ କରୁଛନ୍ତି କି? ଆଫଗାନ ସାମ୍ବାଦିକ ବିଲାଲ ସରୱାରୀ ଆକ୍ରମଣର ସମୟ ବିଷୟରେ ପ୍ରଶ୍ନ ଉଠାଇଛନ୍ତି, କାରଣ ଶାହବାଜ ସରିଫ ଗତ ସପ୍ତାହରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରିଥିଲେ। ଏହା ପରେ ପରେ ଏଭଳି ଘଟଣା ଘଟିଛି। ଏହି ଆକ୍ରମଣର ପରଦା ପଛର ନାୟକ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ଆଗକୁ ପଢ଼ନ୍ତୁ : ଚାକିରି ଖାଉନି , ଷ୍ଟାଇଲ୍ ବଦଳାଉଛି … AI ଯୁଗର ସତ କ’ଣ ?

ବିଲାଲ ସରୱାରି କହିଛନ୍ତି, ପାକିସ୍ତାନୀ ସେନା କାବୁଲ, କାନ୍ଦାହାର, ପାକଟିଆ, ନିଙ୍ଘାର ଏବଂ କୁନାର ସମେତ ଆଫଗାନିସ୍ତାନର ଅନେକ ସ୍ଥାନକୁ ଟାର୍ଗେଟ କରିଥିଲା। କାବୁଲରେ, ୱାଜିର ଆକବର ଖାନ, ଆରଜାନ କାମାତ, ଦାରୁଲ ଅମାନ, ଖୁଶାଲ ଖାନ ଏବଂ କାବୁଲ ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବୋମା ମାଡ଼ କରାଯାଇଥିଲା। କୁନାରରେ, ମାରାୱାରା ଏବଂ ଶୁଲତାନ ଜିଲ୍ଲା ଉପରେ ଆକ୍ରମଣ କରାଯାଇଥିଲା, ଯେତେବେଳେ ଗାର୍ଦେଜ୍ ଏବଂ କାନ୍ଦାହାର ସହରକୁ ମଧ୍ୟ ଟାର୍ଗେଟ କରାଯାଇଥିଲା। ବୋମା ବିସ୍ଫୋରଣ ଅଭିଯାନ ତାଲିବାନକୁ ଦଣ୍ଡ ମିଳୁନି ଏହା କେବଳ ଆର୍ଥିକ ଅବନତି ଓ ବିସ୍ଥାପନ ସହିତ ଜଡ଼ିତ ସାଧାରଣ ପରିବାର ପାଇଁ ଭୟ ତଥା ଅନିଶ୍ଚିତତାକୁ ବୃଦ୍ଧି କରୁଛି। ଶରଣାର୍ଥୀଙ୍କ ପ୍ରତି ପାକିସ୍ତାନର ନୀତି ଓ ଡୁରାଣ୍ଡ ଲାଇନ୍ ଦେଇ ଚାପ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ପ୍ରଭାବିତ କରିନାହିଁ। ଏହା ବଞ୍ଚିବାକୁ ସଂର୍ଘର୍ଷ କରୁଥିବା ଲକ୍ଷ ଲକ୍ଷ ଆଫଗାନଙ୍କ ଜୀବନକୁ କଷ୍ଟକର କରିଛି।

ଏହି ପ୍ରଶ୍ନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ, ରାଷ୍ଟ୍ରପତି ହେବା ପରେ, ଟ୍ରମ୍ପ ତାଲିବାନକୁ କାବୁଲର ବାଗ୍ରାମ ଏୟାରବେସ୍ ଆମେରିକାକୁ ହସ୍ତାନ୍ତର କରିବାକୁ କହିଥିଲେ, କିନ୍ତୁ ତାଲିବାନ ତାହା କରିବାକୁ ମନା କରିଦେଇଥିଲା। ଚୀନ୍‌କୁ ଘେରିବା ପାଇଁ ଟ୍ରମ୍ପ ବାଗ୍ରାମ ଏୟାରବେସ୍କୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରନ୍ତି। ସେ ଯୁକ୍ତି ଦେଇଛନ୍ତି, ୨୦୨୧ରେ ଏହି ଘାଟି ପରିତ୍ୟାଗ କରିବା ଆମେରିକୀୟ ଇତିହାସର ସବୁଠାରୁ ବଡ଼ ମୂର୍ଖତା ଥିଲା। ଆଫଗାନିସ୍ତାନ-ପାକିସ୍ତାନ ଉତ୍ତେଜନା ପଛରେ ଆମେରିକା ମାଷ୍ଟରମାଇଣ୍ଡ ରହିଥିବା ପ୍ରଶ୍ନ ଉଠୁଛି ବୋଲି ବିଲାଲ ସରୱାରି କହିଛନ୍ତି।