କନକ ବ୍ୟୁରୋ: ବିଜେଡି ସରକାର ଯିବା ପରେ, ମୋହନ ମାଝୀ ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି। ପ୍ରତିଦିନ ଲୋକଙ୍କୁ ଭେଟିବା ସହ ଅଭିଯୋଗ ପ୍ରକୋଷ୍ଠରେ ସିଧାସଳଖ ଶୁଣାଣି କରି ନିଆରା ପରମ୍ପରା ତିଆରି କରିଛନ୍ତି। ତେବେ ଏତେ ସବୁ ସତ୍ବେ ବି ନବୀନ ପଟ୍ଟନାୟକଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଲୋକେ ଜାଣନ୍ତି ବୋଲି ବିଜେଡି ନେତା କହିବା ପରେ ଜୋର୍ ହୋଇଛି ରାଜନୈତିକ ବୟାନବାଜି।
- ଲୋକପ୍ରିୟତା ପାଇଁ ପ୍ରତିଯୋଗିତା
 - ପ୍ରସନ୍ନଙ୍କୁ ପ୍ରଶ୍ନରେ ଛନ୍ଦିଲେ ସମୀର
 
ନିର୍ବାଚନ ପରେ ନୀରବ ଥିଲେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଏବେ ମୁହଁ ଖୋଲି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ଉପ ନେତା । ପ୍ରସନ୍ନ କହିଛନ୍ତି, ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଲୋକେ ନବୀନ ପଟ୍ଟନାୟକଙ୍କୁ ଜାଣନ୍ତି । ଓଡିଶାବାସୀଙ୍କ ମନରେ ଅଛନ୍ତି ନବୀନ । ତେବେ ପ୍ରସନ୍ନଙ୍କ ଏହି ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି । କେବଳ ପ୍ରସନ୍ନ ନୁହନ୍ତି ବିଜେଡିର ଜଣକ ପରେ ଜଣେ ନେତା ନବୀନ ମୁଖ୍ୟମନ୍ତ୍ରୀ ବୋଲି ସଫେଇ ଦେଉଛନ୍ତି । ପରାଜୟକୁ ମାନିବାକୁ ନାରାଜ କି ବିଜେଡି ? ୨୪ ବର୍ଷର ହ୍ୟାଙ୍ଗଓଭର ଯାଇନଥିବା କହି ବିଜେଡିକୁ ଟାର୍ଗେଟ କରିଛି ବିଜେପି ।
- ରାଜ୍ୟ ସରକାରଙ୍କୁ ଚଳାଉଛି କିଏ ?
 - ପ୍ରସନ୍ନଙ୍କ ମନ୍ତବ୍ୟ, ବିଜେପିର ଜବାବ
 
ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରକୁ ୪ ଜଣ ଚଳାଉଛନ୍ତି ବୋଲି କହି, ବିଜେଡି-ବିଜେପି ବୟାନବାଜି ନିଆଁରେ ଘିଅ ଢାଳିଛନ୍ତି । ପ୍ରସନ୍ନ ଯେଉଁ ଅଭିଯୋଗ କରିଛନ୍ତି, ତାର ଆଧାର କଣ, ସେ ନେଇ ଚର୍ଚ୍ଚା ଜୋରଦାର ହୋଇଛି। ବଡ କଥା ହେଉଛି, ପ୍ରସନ୍ନ ଦୁଇ ଜଣଙ୍କ ନାଁ ନେଇଥିବାବେଳେ ଆଉ ଦୁଇ ଜଣଙ୍କ ନାଁ ନନେବା ପ୍ରସଙ୍ଗକୁ ଗୋଳମାଳିଆ କରିଛି। ଯାହାକୁ କଟାକ୍ଷ କରିଛି ବିଜେପି।
ବିଜେପି ସରକାରକୁ ଶହେ ଦିନ ପୂରିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଶାସକ ଓ ବିରୋଧୀ ନେତାଙ୍କ ମଧ୍ୟରେ ବୟାନବାଜି ତେଜିଛି । ଆଉ ଏହା ଆଗକୁ ଜୋରଦାର ହେବ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/RkAnfXJbiq6m8JV8lEB2.jpg)