ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ କିଏ, ଲସ୍କର ପରେ ଏବେ ଟିଆର୍‌ଏଫ୍‌ ବି ଛାନିଆ

Advertisment

ଲସ୍କର ପରେ ଏବେ ଟିଆର୍‌ଏଫ୍‌ ବି ଛାନିଆ । କହିଲେ ଆମେ ପହଲଗାମ ଆକ୍ରମଣ କରିନୁ ।

ଲସ୍କର ପରେ ଏବେ ଟିଆର୍‌ଏଫ୍‌ ବି ଛାନିଆ । କହିଲେ ଆମେ ପହଲଗାମ ଆକ୍ରମଣ କରିନୁ ।

ଛାନିଆ ଟିଆରଏଫ୍

ଛାନିଆ ଟିଆରଏଫ୍ Photograph: (kanakNews)

କନକ ବ୍ୟୁରୋ: ଭାରତର ଆକ୍ସନ ଦେଖି ଥରହର ଆତଙ୍କୀ ସଂଗଠନ ଟିଆରଏଫ । ପହଲଗାମ ଆକ୍ରମଣର ୪ ପରେ ଟିଆର୍‌ଏଫ୍‌ ୟୁଟର୍ନ । ପହଲଗାମ ଆକ୍ରମଣରେ ସମ୍ପୃକ୍ତି ନେଇ ଲସ୍କର ସମର୍ଥିତ ସଂଗଠନ ଟିଆରଏଫର ଅସ୍ବୀକାର । ପହଲଗାମ ଆକ୍ରମଣରେ ହାତ ନଥିବା କଥା କହିଛି  ରେଜିଷ୍ଟାଣ୍ଟ ଫ୍ରଣ୍ଟ । ପୂର୍ବରୁ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଟିଆରଏଫ ।

୨୦୨୩ ମସିହାରେ ଭାରତ ସରକାର ଟିଆର୍‌ଏଫ୍‌କୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଥିଲେ । ପହଲଗାମ ଆକ୍ରମଣ ପରେ ଟିଆର୍‌ଏଫ୍‌ ପକ୍ଷରୁ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଡିଜିଟାଲ ପ୍ଲାଟଫର୍ମରେ ଯେଉଁ ପୋଷ୍ଟ କରାଯାଇଥିଲା ତାକୁ ଅନଧିକୃତ ବୋଲି ଦର୍ଶାଇଛି । ଏହାକୁ ସାଇବର ଆଟାକର ରୂପ ଦେଇ ଖସିଯିବାକୁ ଚେଷ୍ଟା କରିଛି ଟିଆରଏଫ । କେବଳ ସେତିକି ନୁହେଁ ଏହି ସାଇବର ଆଟାକ ପଛରେ ଭାରତୀୟ ସୁରକ୍ଷା ଏଜେନ୍ସିର ହାତ ଥିବା କହିଛି ଟିଆର୍‌ଏଫ୍‌ । ପହଲଗାମ  ଆକ୍ରମଣ ପରେ ଲସ୍କର କମାଣ୍ଡର ସୈଫୁଲା ଏଥିରେ ଲସ୍କର ହାତ ନଥିବା ନେଇ ପୂର୍ବରୁ  ଅସ୍ବୀକାର କରିସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe