କନକ ବ୍ୟୁରୋ: ଭାରତର ଆକ୍ସନ ଦେଖି ଥରହର ଆତଙ୍କୀ ସଂଗଠନ ଟିଆରଏଫ । ପହଲଗାମ ଆକ୍ରମଣର ୪ ପରେ ଟିଆର୍ଏଫ୍ ୟୁଟର୍ନ । ପହଲଗାମ ଆକ୍ରମଣରେ ସମ୍ପୃକ୍ତି ନେଇ ଲସ୍କର ସମର୍ଥିତ ସଂଗଠନ ଟିଆରଏଫର ଅସ୍ବୀକାର । ପହଲଗାମ ଆକ୍ରମଣରେ ହାତ ନଥିବା କଥା କହିଛି ରେଜିଷ୍ଟାଣ୍ଟ ଫ୍ରଣ୍ଟ । ପୂର୍ବରୁ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଟିଆରଏଫ ।
୨୦୨୩ ମସିହାରେ ଭାରତ ସରକାର ଟିଆର୍ଏଫ୍କୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଥିଲେ । ପହଲଗାମ ଆକ୍ରମଣ ପରେ ଟିଆର୍ଏଫ୍ ପକ୍ଷରୁ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ଡିଜିଟାଲ ପ୍ଲାଟଫର୍ମରେ ଯେଉଁ ପୋଷ୍ଟ କରାଯାଇଥିଲା ତାକୁ ଅନଧିକୃତ ବୋଲି ଦର୍ଶାଇଛି । ଏହାକୁ ସାଇବର ଆଟାକର ରୂପ ଦେଇ ଖସିଯିବାକୁ ଚେଷ୍ଟା କରିଛି ଟିଆରଏଫ । କେବଳ ସେତିକି ନୁହେଁ ଏହି ସାଇବର ଆଟାକ ପଛରେ ଭାରତୀୟ ସୁରକ୍ଷା ଏଜେନ୍ସିର ହାତ ଥିବା କହିଛି ଟିଆର୍ଏଫ୍ । ପହଲଗାମ ଆକ୍ରମଣ ପରେ ଲସ୍କର କମାଣ୍ଡର ସୈଫୁଲା ଏଥିରେ ଲସ୍କର ହାତ ନଥିବା ନେଇ ପୂର୍ବରୁ ଅସ୍ବୀକାର କରିସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/26/LqjNMCoIgA2sxaU0Zxlq.jpg)