ପୀତବାସଙ୍କୁ ହତ୍ୟାର ମାଷ୍ଟର ମାଇଣ୍ଡ କିଏ ? ସପ୍ତାହେ ପରେ ବି ମୁଖ୍ୟ ଅଭିଯୁକ୍ତର ମିଳିନି ପତ୍ତା

ହତ୍ୟାକାଣ୍ଡର ସପ୍ତାହେ ପରେ ବି ପୀତବାସ ମର୍ଡର ମାମଲାର ଖୁଲାସା କରିପାରିନି ପୁଲିସ । ମାମଲାରେ ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଥିବା ବେଳେ ପୁଲିସ ୬ ଜଣଙ୍କୁ ଅଟକ ରଖିଛି ।

28

କନକ ବ୍ୟୁରୋ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ କିଏ ? ଘଟଣାକୁ ସପ୍ତାହେ ବିତିଥିଲେ ବି ମୁଖ୍ୟ ଅଭିଯୁକ୍ତର ଟେର୍ ପାଇନି ପୁଲିସ । ମାମଲାରେ ୫୦ରୁ ୬୦ ଜଣଙ୍କୁ ପଚାର ଉଚରା କରାଯାଇସାରିଛି । ଏବେ ୬ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ । ଏହା ଏକ ପ୍ରି-ପ୍ଲାନ୍‌ଡ ମର୍ଡର ବୋଲି ବିଜେପି ଅଭିଯୋଗ ଆଣିଛି । 

ହତ୍ୟାକାଣ୍ଡର ସପ୍ତାହେ ପରେ ବି ପୀତବାସ ମର୍ଡର ମାମଲାର ଖୁଲାସା କରିପାରିନି ପୁଲିସ । ମାମଲାରେ ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଥିବା ବେଳେ ପୁଲିସ ୬ ଜଣଙ୍କୁ ଅଟକ ରଖିଛି । ଏପରିକି ଜଣେ କର୍ପୋରେଟରଙ୍କୁ ନେଇ ପଚରାଉଚରା କରିଛି । ପୀତବାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ଆଣିଛି ସାଙ୍ଘାତିକ ଅଭିଯୋଗ । ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ବିଜେପି କହିଛି । ସହରରେ ଦିନ କୁ ଦିନ ବଢ଼ିଚାଲିଛି ଅପରାଧ । ଅନେକ ମାମଲାରେ ପୁଲିସ ସଫଳତା ପାଉଥିଲେ ବି ଅପରାଧ ଉପରେ ରୋକ୍ ଲଗାଇ ପାରୁନି । ଫଳରେ ସହରରେ ଏବେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe