କନକ ବ୍ୟୁରୋ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମାଷ୍ଟରମାଇଣ୍ଡ କିଏ ? ଘଟଣାକୁ ସପ୍ତାହେ ବିତିଥିଲେ ବି ମୁଖ୍ୟ ଅଭିଯୁକ୍ତର ଟେର୍ ପାଇନି ପୁଲିସ । ମାମଲାରେ ୫୦ରୁ ୬୦ ଜଣଙ୍କୁ ପଚାର ଉଚରା କରାଯାଇସାରିଛି । ଏବେ ୬ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ । ଏହା ଏକ ପ୍ରି-ପ୍ଲାନ୍ଡ ମର୍ଡର ବୋଲି ବିଜେପି ଅଭିଯୋଗ ଆଣିଛି ।
ହତ୍ୟାକାଣ୍ଡର ସପ୍ତାହେ ପରେ ବି ପୀତବାସ ମର୍ଡର ମାମଲାର ଖୁଲାସା କରିପାରିନି ପୁଲିସ । ମାମଲାରେ ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରାଯାଇଥିବା ବେଳେ ପୁଲିସ ୬ ଜଣଙ୍କୁ ଅଟକ ରଖିଛି । ଏପରିକି ଜଣେ କର୍ପୋରେଟରଙ୍କୁ ନେଇ ପଚରାଉଚରା କରିଛି । ପୀତବାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ଆଣିଛି ସାଙ୍ଘାତିକ ଅଭିଯୋଗ । ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ବିଜେପି କହିଛି । ସହରରେ ଦିନ କୁ ଦିନ ବଢ଼ିଚାଲିଛି ଅପରାଧ । ଅନେକ ମାମଲାରେ ପୁଲିସ ସଫଳତା ପାଉଥିଲେ ବି ଅପରାଧ ଉପରେ ରୋକ୍ ଲଗାଇ ପାରୁନି । ଫଳରେ ସହରରେ ଏବେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/12/28-2025-10-12-18-33-37.jpg)