ବିଜେପି ନେତାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ କିଏ? ସନ୍ଦେହ ବଢ଼ାଇଲା ହାଇୱା ଡ୍ରାଇଭରର ବୟାନ । ଟାର୍ଗେଟରେ ଥିଲେ କି ରେଙ୍ଗାଲିର ପୂର୍ବତନ ବିଧାୟକ?

Advertisment

ସମ୍ବଲପୁରରେ ୨ ବିଜେପି ନେତାଙ୍କ ହତ୍ୟା ଘଟଣାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଡ୍ରାଇଭରଙ୍କ ବୟାନ ରହସ୍ୟକୁ ଆହୁରି ବଢ଼ାଇ ଦେଇଛି। ଏହା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ଜୟନାରାୟଣଙ୍କ ବୟାନ ଏହି ଆଶଙ୍କାକୁ ଖୋରାକ ଯୋଗାଇଛି।

ସମ୍ବଲପୁରରେ ୨ ବିଜେପି ନେତାଙ୍କ ହତ୍ୟା ଘଟଣାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଡ୍ରାଇଭରଙ୍କ ବୟାନ ରହସ୍ୟକୁ ଆହୁରି ବଢ଼ାଇ ଦେଇଛି। ଏହା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ଜୟନାରାୟଣଙ୍କ ବୟାନ ଏହି ଆଶଙ୍କାକୁ ଖୋରାକ ଯୋଗାଇଛି।

ନେତାଙ୍କ ହତ୍ୟା ପଛରେ କିଏ?

ନେତାଙ୍କ ହତ୍ୟା ପଛରେ କିଏ? Photograph: (KanakNews )

କନକ ବ୍ୟୁରୋ: ସମ୍ବଲପୁରରେ ୨ ବିଜେପି ନେତାଙ୍କ ହତ୍ୟା ଘଟଣାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଡ୍ରାଇଭରଙ୍କ ବୟାନ ରହସ୍ୟକୁ ଆହୁରି ବଢ଼ାଇ ଦେଇଛି। ଏହା ଏକ ସୁଚିନ୍ତିତ ଓ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ଜୟନାରାୟଣଙ୍କ ବୟାନ ଏହି ଆଶଙ୍କାକୁ ଖୋରାକ ଯୋଗାଇଛି।

  • ବିଜେପି ନେତାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ କିଏ?
  • ସନ୍ଦେହ ବଢ଼ାଇଲା ହାଇୱା ଡ୍ରାଇଭରର ବୟାନ
  • ଟାର୍ଗେଟରେ ଥିଲେ କି ରେଙ୍ଗାଲିର ପୂର୍ବତନ ବିଧାୟକ?

ସମ୍ବଲପୁରରେ ୨ ବିଜେପି ନେତାଙ୍କୁ ହାଇୱା ଚଢାଇ ହତ୍ୟା ଘଟଣାରେ ରୋଚକ ଦିଗ ଏବେ ସାମ୍ନାକୁ ଆସିଛି। ହାଇୱା ଡ୍ରାଇଭର ପ୍ରସନ୍ନ ଜେନାମଣିଙ୍କ ବୟାନ ପୂରା ଘଟଣାକ୍ରମକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ଆଡକୁ ଇସାରା କରୁଛି। ପୋଲିସର ପଚରାଉଚରା ବେଳେ ପ୍ରସନ୍ନ କହିଛି, ଇଚ୍ଛା ହେଲା ମାରିଦେଲି। କିନ୍ତୁ  ଡ୍ରାଇଭରଙ୍କ ଏହି କଥା ସନ୍ଦେହକୁ ବଢ଼ାଇ ଦେଇଛି।

ପ୍ରଶ୍ନ ଉଠୁଛି, ୨ ମୃତ ବିଜେପି ନେତାଙ୍କ ସହ ଡ୍ରାଇଭରର ପୂର୍ବରୁ ଶତ୍ରୁତା ଥିଲା କି? ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ପଛରେ ରହିଛି ଆଉ କାହାର ହାତ? ହତ୍ୟାକାଣ୍ଡ ପୂର୍ବରୁ କାହାସହ ଯୋଗାଯୋଗ କରିଥିଲା କି ପ୍ରସନ୍ନ? ନା ଆଉ କାହାକୁ ବଞ୍ଚାଇବାକୁ ନିଜ ମୁଣ୍ଡକୁ ଦୋଷ ନେଉଛି ପ୍ରସନ୍ନ?  ପୂରା ଘଟଣା ଉପରୁ ପରଦା ହଟାଇବାକୁ ପୋଲିସ ସବୁ ଦିଗରୁ ତଦନ୍ତ ଆରମ୍ଭ କରିଛି। 
 
ଡ୍ରାଇଭର ପ୍ରସନ୍ନ ସତ କହୁଛି କି ମିଛ ତା ଉପରୁ ତ ପରଦା ହଟାଇବ ପୋଲିସ। କିନ୍ତୁ ଏହି ହତ୍ୟାକାଣ୍ଡକୁ ନେଇ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସୁପାରୀ କିଲିଂର ସନ୍ଦେହ କରିଛନ୍ତି।  ଡ୍ରାଇଭରର ଟାର୍ଗେଟରେ ଅନ୍ୟ କେହି ଥିବା ବେଳେ ଭୁଲବଶତଃ ବିଜେପି ନେତାଙ୍କ ଜୀବନ ଯାଇଥିବା କହିଛନ୍ତି ଜୟନାରାୟଣ। ପଶ୍ଚିମ ଓଡ଼ିଶାରେ ପାଉଁଶ କାରବାର ଚାଲିଥିବାରୁ ମାଫିଆଙ୍କ ଆଡକୁ ମଧ୍ୟ ସନ୍ଦେହର ତୀର ଛାଡିଛନ୍ତି ଜୟନାରାୟଣ। 

ତେବେ ସମ୍ବଲପୁରର ବିଧାୟକଙ୍କ କଥା ସତ ହୋଇଥିଲେ ସାଂଘାତିକ। ତେବେ କିଏ ଓ କାହିଁକି ଡ୍ରାଇଭରକୁ ଦେଇଥିଲା ସୁପାରି? ଯଦି ବିଜେପି ନେତା ଟାର୍ଗେଟରେ ନଥିଲେ ତେବେ କିଏ ଥିଲା ଟାର୍ଗେଟରେ? ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକଙ୍କ ଜୀବନରୁ ମାରିଦେବାକୁ ହୋଇଥିଲା କି ଷଡଯନ୍ତ୍ର?  କାରଣ ମୃତ ୨ ବିଜେପି ନେତା ନାଉରୀଙ୍କ ସହ ଭୁବନେଶ୍ବରରୁ ସମ୍ବଲପୁର ଫେରିଥିଲେ। ନାଉରୀ ସମ୍ବଲପୁରରେ ରହିଥିବା ବେଳେ ବିଜେପି ନେତା ଗାଁକୁ ଫେରୁଥିବା ବେଳେ ହାଇୱା ଧକ୍କା ଦେଇଥିଲା। ଏବେ ପ୍ରସନ୍ନଙ୍କ ଫୋନକଲ ରେକର୍ଡ ପୋଲିସ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। କାରଣ ଫୋନକଲ ରେକର୍ଡ ହିଁ ଯୋଜନବଦ୍ଧ ହତ୍ୟାକାଣ୍ଡ ପଛରେ ଥିବା ମାଷ୍ଟରମାଇଣ୍ଡର ମୁଖା ଖୋଲିବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe