କନକ ବ୍ୟୁରୋ : କିଏ ଏହି ମାସ୍କ ପିନ୍ଧା ବାବୁ? । ସିବିଆଇ ଅଫିସ ଆଗରେ ସନ୍ଦିଗ୍ଧ ବ୍ୟକ୍ତି । ମାସ୍କ ପିନ୍ଧିଥିବା ଅବସ୍ଥାରେ ସିବିଆଇ ଅଫିସରୁ ବାହାରି ଯାଉଥିବା ବେଳେ ରିପୋର୍ଟରଙ୍କ ପ୍ରଶ୍ନର ଉତ୍ତର ରଖିନଥିଲେ ଏହି ବ୍ୟକ୍ତି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପରିଚୟ ନଦେଇ ଦିଲ୍ଲୀ ନମ୍ବର ରେଜିଷ୍ଟ୍ରେସନ ଥିବା ଏକ ବାଇକରେ ପଳାଇଯାଇଛନ୍ତି ବ୍ୟକ୍ତି ଜଣଙ୍କ ୧ ଏହାସହ ଫାଇଲ ଧରି ଦୌଡ଼ି ଦୌଡ଼ି ଯାଉଥିବାର ଭିଡ଼ିଓ କ୍ୟାମେରାରେ କଏଦ ହୋଇଛି ।