ହରିୟାଣା ନିର୍ବାଚନରେ ରାହୁଲଙ୍କ ଭୋଟ୍ ଚୋରି ଅଭିଯୋଗ : ବ୍ରାଜିଲ୍ ମଡେଲ୍ ଦେଇଛନ୍ତି ୨୨ ଥର ଭୋଟ୍?

ରାହୁଲ ଗାନ୍ଧୀ କହିଛନ୍ତି, ହରିୟାଣାରେ ୨ କୋଟି ଭୋଟର ଅଛନ୍ତି । ଆଉ ତା ଭିତରୁ ଏଥର ୨୫ ଲକ୍ଷ ଭୋଟ୍ ଚୋରି ହୋଇଛି । ଏଥିପାଇଁ ମିଛ ଫଟୋ ବ୍ୟବହାର କରାଯିବା ସହିତ ଜଣେ ମହିଳାଙ୍କ ଫଟୋ ଶହେଟି ଜାଗାରେ ବ୍ୟବହାର ହେଇଥିବା ମଧ୍ୟ କହିଛନ୍ତି ରାହୁଲ ଗାନ୍ଧୀ । ଯାହାକି ଏବେ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ରାହୁଲ ଗାନ୍ଧୀଙ୍କ କହିବା କଥା, ହରିୟାଣାରେ ଏହି ମିଛ ବା ଫେକ୍ ଭୋଟ୍ ଯୋଗୁ କଂଗ୍ରେସକୁ ହାରିଥିଲା ।

RAHUL GANDHI

RAHUL GANDHI Photograph: (KANAK NEWS)

କନକ ବ୍ୟୁରୋ: ଭୋଟ୍ ଚୋରିକୁ ନେଇ ପୁଣି ବୋମା ପକାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ପୁଣିଥରେ ରାହୁଲ ଗମ୍ଭୀର ଅଭିଯୋଗ ଲଗାଇବା ସହିତ ହରିୟାଣାରେ ୨୫ ଲକ୍ଷରୁ ଅଧିକ ଫେକ୍ ଭୋଟ୍ ହୋଇଥିବା ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହରିୟାଣାରେ ବ୍ରାଜିଲର ଜଣେ ମଡେଲ୍ ୨୨ ଥର ଭୋଟ୍ ଦେଇଛନ୍ତି । ଆଉ ଏ ବ୍ରାଜିଲର ମଡେଲ୍ ଭୋଟର ଲିଷ୍ଟକୁ ଆସିଲେ କେମିତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି, ହରିୟାଣାରେ ୨ କୋଟି ଭୋଟର ଅଛନ୍ତି । ଆଉ ତା ଭିତରୁ ଏଥର ୨୫ ଲକ୍ଷ ଭୋଟ୍ ଚୋରି ହୋଇଛି । ଏଥିପାଇଁ ମିଛ ଫଟୋ ବ୍ୟବହାର କରାଯିବା ସହିତ ଜଣେ ମହିଳାଙ୍କ ଫଟୋ ଶହେଟି ଜାଗାରେ ବ୍ୟବହାର ହେଇଥିବା ମଧ୍ୟ କହିଛନ୍ତି ରାହୁଲ ଗାନ୍ଧୀ । ଯାହାକି ଏବେ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ରାହୁଲ ଗାନ୍ଧୀଙ୍କ କହିବା କଥା, ହରିୟାଣାରେ ଏହି ମିଛ ବା ଫେକ୍ ଭୋଟ୍ ଯୋଗୁ କଂଗ୍ରେସକୁ ହାରିଥିଲା ।

ଆହୁରି ପଢ଼ନ୍ତୁ : ଭୋଟରଙ୍କ ନଖରେ କାହିଁକି ଲଗାନ୍ତି ନୀଳ କାଳି? ଆଶ୍ଚର୍ଯ୍ୟ କରିଦେବ ଲିଟର ପିଛା ଦାମ୍

ଗମ୍ଭୀର ଅଭିଯୋଗ ଲଗାଇବା ସହିତ ରାହୁଲ କହିଛନ୍ତି, ବିଜେପିର ହଜାର ହଜାର ଭୋଟର ୟୁପିରେ ଭୋଟ୍ ଦେଉଛନ୍ତି, ଆଉ ସେହି ଭୋଟର ହରିୟାଣାରେ ମଧ୍ୟ ଭୋଟ୍ ଦେଉଛନ୍ତି । ଜଣେ ଭୋଟର ୟୁପିରେ ଭୋଟ୍ ଦେବା ପରେ, ବାପାଙ୍କ ନାଁ ବଦଳାଇ ହରିୟାଣାରେ ଭୋଟ୍ ଦେଇଥିବା ନେଇ ପ୍ରମାଣ ଦେଖାଇଛନ୍ତି ରାହୁଲ ଗାନ୍ଧୀ ।

ପୋଷ୍ଟାଲ ବାଲାଟ ଏବଂ ଅସଲ ଭୋଟ୍ ମିଜାଜ୍ ଅଲଗା

ରାହୁଲ ଗାନ୍ଧୀ ହରିୟାଣା ନିର୍ବାଚନରେ ପଡ଼ିଥିବା ପୋଷ୍ଟାଲ ବାଲାଟ୍ ଉପରେ ଗୁରୁତ୍ୱ ଦେଇ କହିଛନ୍ତି, ହରିୟାଣା ନିର୍ବାଚନ ଇତିହାସରେ ପ୍ରଥମ ଥର ପାଇଁ ଏମିତି ଦେଖିବାକୁ ମିଳିଲା, ଯେଉଁଥିରେ ପୋଷ୍ଟାଲ ବାଲାଟ୍ ଏବଂ ଅସଲ ଭୋଟରଙ୍କ ମିଜାଜ୍ ଭିନ୍ନ ଦେଖିବାକୁ ମିଳିଲା । ପୋଷ୍ଟାଲ ବାଲାଟରେ କଂଗ୍ରେସକୁ ୭୬ ଏବଂ ବିଜେପିକୁ ୧୭ଟି ଭୋଟ୍ ମିଳିଥିଲା । ହେଲେ ଅସଲ ଭୋଟରେ କିନ୍ତୁ କଂଗ୍ରେସ ପଛରେ ପଡ଼ିଗଲା । ଯାହାକି ଠିକ୍ ନୁହେଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଆହୁରି ପଢ଼ନ୍ତୁ : ଭୋଟରଙ୍କ ନଖରେ କାହିଁକି ଲଗାନ୍ତି ନୀଳ କାଳି? ଆଶ୍ଚର୍ଯ୍ୟ କରିଦେବ ଲିଟର ପିଛା ଦାମ୍

୨୨୩ ବୁଥରେ ନଜର ଆସିଲେ ଜଣେ ମହିଳା 

ରାହୁଲ ଗାନ୍ଧୀ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଜଣେ ମହିଳାଙ୍କୁ ୨୨୩ଟି ବୁଥରେ ଦେଖିବାକୁ ମିଳିଛି । ଯେଉଁ କାରଣରୁ ନିର୍ବାଚନ ଆୟୋଗ ସିସିଟିଭି ଫୁଟେଜ୍ ଡିଲିଟ୍ କରିଛି । ଅନେକ ଲୋକ ବହୁବାର ଭୋଟ୍ ଦେଇଛନ୍ତି । ଯାହାର ଅନେକ ଉଦାହରଣ ତାଙ୍କ ପାଖେ ଥିବା ନେଇ ଦାବି କରିଛନ୍ତି ରାହୁଲ ଗାନ୍ଧୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe