କନକ ବ୍ୟୁରୋ: ପାକିସ୍ତାନ ବେଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଅପହରଣ ଘଟଣାରେ ନୂଆ ଟ୍ବିଷ୍ଟ । ରେସକ୍ୟୁ ଅପରେସନ ସଫଳ ହୋଇଥିବା ଘୋଷଣା କରିଛନ୍ତି ପାକିସ୍ତାନ ସରକାର । ଅପହରଣକାରୀଙ୍କ ଠାରୁ ୩୪୬ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏହା ସହିତ ସମସ୍ତ ୩୩ ଆତଙ୍କୀବାଦୀଙ୍କୁ ନିହତ କରାଯାଇଥିବା ପାକ୍ ସରକାର କହିଛନ୍ତି ,ହେଲେ ସତ କିଏ କହୁଛି ପାକ ସରକାରଙ୍କୁ ତାଗିଦ କରିଛି ବିଏଲଏ ,କହିଛି ବିଭ୍ରାନ୍ତିକର ତଥ୍ୟ ଟିଭିରେ ଦିଅନି । 

Advertisment

ଟ୍ରେନ ଅପହରଣ ଘଟଣା ପାକିସ୍ତାନର ନିଦ ହଜେଇ ଦେଇଛି । ପାକିସ୍ତାନ କହୁଛି ଆମର ଅପରେସନ ସରିଯାଇଛି ସମସ୍ତ ବଦ୍ଧକଙ୍କୁ ମୁକ୍ତ କରିଛୁ ହେଲେ ବିଏଲ ଏହାକୁ ପୁରା ଖଣ୍ଡନ କରିଛି ।ବେଲୁଚ ଲିବରେସନ ଆର୍ମି ଦାବି କରିଛି, ଏବେ ବି ତାଙ୍କ ପାଖରେ ୧୫୪ଜଣ ଯାତ୍ରୀ ପଣବନ୍ଦୀ ଅଛନ୍ତି । ଏହାର ଏକ ତାଲିକା ମଧ୍ୟ ଜାରି କରିଛି ସଂଗଠନ । ଏହାଛଡ଼ା କ୍ବେଟା ଷ୍ଟେସନରେ ୨ଶହ କଫିନ୍ ଦେଖାଯାଇଥିବା କୁହାଯାଇଛି । ବଲୋଚ ସେନା ଦାବି କରିଛି, ୬୦ ଜଣ ସୈନିକ ନିହତ ହୋଇଛନ୍ତି ଏବଂ ୧୫୦ ଜଣ ଏବେ ବି ନିଜ ହେପାଜତରେ ଅଛନ୍ତି। ସେପଟେ ପାକିସ୍ତାନ ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି  ସେନା ଓ ବାୟୁସେନା ଏହି ଅପରେସନ ଶେଷ କରିସାରିଛନ୍ତି । ପାକ୍ ସେନା ର ସୂଚନା ଅନୁଯାୟୀ, ଏହି ଅପହରଣ ସମୟରେ ୨୧ ଜଣ ଯାତ୍ରୀ ଓ ୪ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ଜଣେ ପ୍ରତ୍ୟକ୍ଷଦର୍ଶୀ ୭୦ରୁ ୮୦ଟି ମୃତଦେହ ଦେଖିଥିବା ଦାବି କରିଛନ୍ତି। ବିଏଲଏ ଏବଂ ପାକିସ୍ତାନର ଦାବି ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ପାକିସ୍ତାନ ଓ ତା'ର ସେନା କାହିଁକି ମିଛ କହୁଛି? ପାକିସ୍ତାନର ଦାବୀ ପରେ ବିଏଲଏ କହିଛି ,ମିଛ କହୁଛି ପାକିସ୍ତାନ । ସେପଟେ ଦାବୀ ପୂରଣ ପାଇଁ ଯେଉଁ ଅଲ୍ଟିମିଟମ୍ ବିଏଲଏ ଦେଇଥିଲା ତାର ସମୟ ସରିଯାଇଛି ଅର୍ଥାତ ଏବେ ଆକ୍ସନ ଦେଖାଇବ ବାଲୁଚ ଆର୍ମି । କଣ କହିଲା ବିଏଲଏ , ବଲୋଚ କଏଦୀମାନଙ୍କୁ ମୁକ୍ତ କରା ନଗଲେ ଟ୍ରେନ୍ ରେ ଥିବା ସମସ୍ତ ବନ୍ଧକଙ୍କୁ ହତ୍ୟା କରାଯିବ- । ପାକିସ୍ତାନ ଜେଲରେ ବନ୍ଦୀ ଥିବା ୨୪୧ ଜଣ ବଲୋଚଙ୍କୁ ମୁକ୍ତ କରିବାକୁ ବିଏଲଏ ଦାବି କରିଛି । ସମୟ ସୀମା ଶେଷ ହେବା ପରେ ଆମେ ପ୍ରତି ଘଣ୍ଟାରେ ୫ ଜଣ ବନ୍ଧକଙ୍କୁ ହତ୍ୟା କରିବୁ ।ଥରେ ଆମେ ନିଷ୍ପତ୍ତି ନେଲେ, ଏହା ବଦଳିବ ନାହିଁ ବୋଲି ବିଏଲଏ କହିଛି ।

ଜାଫର ଏକ୍ସପ୍ରେସ୍ ଆକ୍ରମଣରେ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ପାକ ସେନା ଅଭିଯାନ ଜାରି ରଖିଥିବା ବେଳେ ବଲୋଚ୍ ଲିବରେସନ୍ ଆର୍ମି (ବିଏଲ୍ଏ) ପାକିସ୍ତାନକୁ ବନ୍ଧକ କରିପାରିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ କହିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ପାକିସ୍ତାନ ମୁସଲିମ୍ ଲିଗ୍-ଏନର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ କହିଛନ୍ତି , ଆତଙ୍କବାଦୀ ସଂଗଠନ ରାଜ୍ୟର କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ କରୁଛି ଏବଂ ସେମାନଙ୍କ ଦାବିକୁ ଗ୍ରହଣ କରିବା କେବଳ ସେମାନଙ୍କ ମନୋବଳ ବଢ଼ାଇବ। ପାକିସ୍ତାନ ଗଣମାଧ୍ୟମରେ ସାକ୍ଷାତକାର ଦେଇ ଆସିଫ କହିଛନ୍ତି ,ପାକିସ୍ତାନ ଚାପରେ ବୁଝାମଣା କରିବ ନାହିଁ ଏବଂ ଆତଙ୍କବାଦୀଙ୍କ ଦାବି ପୂରଣ କରିବା ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରିବ ବୋଲି ଚେତାବନୀ ଦେଇଛନ୍ତି। ଆସିଫ କହିଛନ୍ତି, ଆମେ କାହାକୁ ଆମ ଲୋକଙ୍କୁ ବନ୍ଧକ ରଖିବାକୁ ଅନୁମତି ଦେଇପାରିବୁ ନାହିଁ ଏବଂ ତା'ପରେ ଆମକୁ ସର୍ତ୍ତାବଳୀ ଜାରି କରିପାରିବୁ ନାହିଁ। ଆସନ୍ତାକାଲି ସେମାନେ ଅଧିକ ଲୋକଙ୍କୁ ଅପହରଣ କରି ପ୍ରତିଶୋଧ ନେବେ ବୋଲି ମନ୍ତ୍ରୀ ଆସିଫ ଗଣମାଧ୍ୟମରେ କହିଥିଲେ ।