କନକ ବ୍ୟୁରୋ: ମହାକୁମ୍ଭରେ ଭାଇରାଲ ହୋଇଥିବା ମଡେଲ ଓ ସୋସିଆଲ ମିଡିଆରେ ପପୁଲାର ଇନଫ୍ଲୁଏନ୍ସର ତାନ୍ୟା ମିତ୍ତଲ ଏବେ ବିଗ୍ ବସରେ ନିଜ ଜଲୱା ଦେଖାଉଛନ୍ତି । ଏବେ ତାନ୍ୟା ମାତ୍ର ୨୫ ବର୍ଷର । ସବୁଠୁ କମ୍ ବୟସର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଭାବେ ଜଣାଶୁଣା ।
/filters:format(webp)/kanak/media/media_files/2025/08/29/1-2025-08-29-12-38-09.jpg)
ଆପଣ ଜାଣନ୍ତି , ତାନ୍ୟା ମାତ୍ର ୫୦୦ ଟଙ୍କାରୁ ନିଜ ବିଜନେସ୍ କ୍ୟାରିୟର ଆରମ୍ଭ କରିଥିଲେ । ହେଲେ ଆଜି କେବଳ ସୋସିଆଲ ମିଡିଆ ଇନଫ୍ଲୁଏଲନ୍ସର ନୁହନ୍ତି ବରଂ ସଫଳ ମହିଳା ଉଦ୍ୟୋଗୀ । ବିଗ୍ ବସରେ ସାମିଲ ହୋଇଥିବା ତାନ୍ୟା ମିତ୍ତଲ ମିସ୍ ଏସିଆ ଟୁରିଜିମ୍ ୟୁନିଭର୍ସ ୨୦୧୮ ର ମୁକୁଟ ହାତେଇ ସାରିଛନ୍ତି । ସେ ନିଜ ସୋସିଆଲ ମିଡିଆ ଭିଡିଓ ମାଧ୍ୟମରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ପର୍ଯ୍ୟଟନର ପ୍ରଚାର ପ୍ରସାର କରୁଛନ୍ତି ।
/filters:format(webp)/kanak/media/media_files/2025/08/29/3-2025-08-29-12-38-19.jpg)
ତାନ୍ୟାଙ୍କ ଜନ୍ମ ୧୯୯୮ ଡିସେମ୍ବର ୨୭ରେ ମଧ୍ୟପ୍ରଦେଶ ଗ୍ବାଲିୟରରେ ହୋଇଥିଲା ।ପ୍ରାଥମିକ ଶିକ୍ଷା ଗ୍ବାଲିୟରରେ ହିଁ ହୋଇଥିଲା । ସେ ମାତ୍ର 12th ପାସ୍ କରିଛନ୍ତି । ଏହାପରେ ଇଂରାଜି ଶିଖିବା ଉପରେ ଗୁରୁତ୍ବ ଦେଇଥିଲେ । ତାଙ୍କ କହିବା କଥା, ଆଜିକା ଦିନରେ ଇଂରାଜି ଜାଣିବା , କହିବା ନିହାତି ଜରୁରି ।
/filters:format(webp)/kanak/media/media_files/2025/08/29/8-2025-08-29-12-38-30.jpg)
ଦିନ ଥିଲା ନିଜକୁ ସ୍ବାବଲମ୍ବି କରିବାକୁ ମାତ୍ର ୫୦୦ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ସେ ନିଜର ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଦିଲ୍ଲୀର ସଦର ବାଜାରରୁ ଜିନିଷ କିଣି ବିକ୍ରି କରୁଥିଲେ । ତାନ୍ୟାଙ୍କ ହସ୍ତଶିଳ୍ପ ବ୍ୟବସାୟକୁ ’ ହ୍ୟାଣ୍ଡମେଡ୍ ଲଭ୍’ ନାଁରେ ଆରମ୍ଭ କରିଥିଲେ । ଫଟୋଫ୍ରେମ୍, ଗିଫ୍ଟ କାର୍ଡ, ପରି ହାତ ତିଆରି ସାମଗ୍ରୀ ତିଆରି କରୁଥିଲେ। ପ୍ରଥମେ ପ୍ରଥମେ ଏସବୁରେ କିଛି ଲଭା ହେଲାନି ।କିନ୍ତୁ ସେ ସୋସିଆଲ ମିଡିଆରେ ସେ ନିଜ ବିଜନେସକୁ ବଢ଼ାଇଲେ । ଏସବୁ ଭିତରେ ଗ୍ରାଜୁଏସନ୍ ଆଡମିସନ କରିଥିଲେ ବି ବାଧ୍ୟ ହୋଇ ମଝିରେ ଛାଡ଼ିଥିଲେ ।
/filters:format(webp)/kanak/media/media_files/2025/08/29/9-2025-08-29-12-38-40.jpg)
୨୦୧୭ରେ ତାନ୍ୟା ନିଜର ବ୍ୟବସାୟ ଆରମ୍ଭ କରିଥିଲେ ।୨୦୧୮ରେ ଫ୍ୟାସନ୍ ଇଣ୍ଡଷ୍ଟ୍ରିରେ ପାଦ ଥାପିଲେ । ମିସ୍ ଟୁରିଜିମ୍ ଏସିଆର ବିଜୟିନୀ ହେବା ପରେ ଲେବାନନରେ ୧୨ ଦିନ ଧରି ଚାଲିଥିବା ୧୬ ରାଉଣ୍ଡକୁ ପାରି କରି ତାନ୍ୟା ୩୧ ଟି ଦେଶର ମଡେଲଙ୍କୁ ପଛରେ ପକାଇ ମୁକୁଟ ପିନ୍ଧିଥିଲେ ।
/filters:format(webp)/kanak/media/media_files/2025/08/29/10-2025-08-29-12-38-50.jpg)
ତାନ୍ୟା ନିଜେ କହିଛନ୍ତି ତାଙ୍କୁ ପ୍ରଥମେ ଇଂରାଜି ଆସୁନଥିଲା । କିନ୍ତୁ ନିଜ ବିଜନେସକୁ ଆଗକୁ ବଢ଼ାଇବାକୁ ୟୁଟ୍ୟୁବ ସାହାଯ୍ୟରେ ଇଂରାଜି ଶିଖିଲେ । ଏହାପରେ ନିଜ ବ୍ୟବସାୟ ପାଇଁ ତାନ୍ୟା ଭିଡିଓ ବାନାଇବା ଆରମ୍ଭ କଲେ । ତାନ୍ୟା ୨୦୦ରୁ ଅଧିକ ଝିଅଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି । ସେମାନଙ୍କ ପଢ଼ା ଦାୟିତ୍ବ ନେବା ସହ ସେମାନଙ୍କ ଶିକ୍ଷିତ କରିବା ପରେ ନିଜ ଫ୍ୟାକ୍ଟ୍ରିରେ କାମ ଦେଇ ସ୍ବାବଲମ୍ବି କରୁଛନ୍ତି ।
/filters:format(webp)/kanak/media/media_files/2025/08/29/2-2025-08-29-12-39-08.jpg)
ତାନ୍ୟାଙ୍କ ଇନଷ୍ଟ୍ରାଗ୍ରାମରେ ୩ ମିଲିୟନରୁ ଅଧିକ ଫଲୋଅର୍ସ ଥିବାବେଳେ, ତାଙ୍କୁ ୟୁଟ୍ୟୁବ ଚ୍ୟାନେଲରେ ୬୮.୭ ହଜାର ସବସ୍କ୍ରାଇବର ଅଛନ୍ତି । ଏଥିରେ ସେ ପଡକାଷ୍ଟରୁ ଆରମ୍ଭ କରି ଧାର୍ମିକସ୍ଥଳର ଭିଡିଓ ଅପଲୋଡ କରନ୍ତି ।
/filters:format(webp)/kanak/media/media_files/2025/08/29/5-2025-08-29-12-39-19.jpg)
ମହାକୁମ୍ଭ ମେଳାରେ ଚର୍ଚ୍ଚାକୁ ଆସିଥିଲେ ତାନ୍ୟା ମିତ୍ତଲ । ସେ ସମୟରେ ତାଙ୍କର ଭିଡିଓ ଭାଇରାଲ ହୋଇଥିଲା , ଯେଉଁଥିରେ ସେ କାନ୍ଦି କାନ୍ଦି ଦଳାଚକଟା ଘଟଣାର ଭୟଙ୍କର ସ୍ଥିତିକୁ ବୟାନ କରୁଥିଲେ । ଏହାସହ ପହଲ ଗାମ ଆତଙ୍କୀ ଆକ୍ରମଣ ସମୟରେ ସେ କହିଥିଲେ, ଆତଙ୍କବାଦର କୌଣସି ଧର୍ମ ନାହିଁ, ଏହାକୁ ନେଇ ସେ ସମୟରେ ଖୁବ୍ ଆଲୋଚନା ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/29/32-2025-08-29-12-10-15.jpg)