କନକ ବ୍ୟୁରୋ :  ପ୍ରାୟ ଗୋଟିଏ ଦଶକ ପରେ ଜାମ୍ମୁ କାଶ୍ମୀରରେ ବିଧାନ ସଭା ନିର୍ବାଚନ ହେବାକୁ  ଯାଉଛି। ସଵୁ ରାଜନୈତିକ ଦଳ ଏବେ ଆସନ ଜିତିବା ପାଇଁ ଅଣ୍ଟା ଭିଡୁଛନ୍ତି। ସମସ୍ତେ ନିଜ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସାମିଲ କରିଥିବା ଜଣେ ମାତ୍ର ମହିଳା ପ୍ରାର୍ଥୀ ସଗୁନଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ନିର୍ବାଚନ ପାଇଁ ସେ କିସ୍ତବାଡ ବିଧାନସଭା କ୍ଷେତ୍ରରୁ ଏଥର ଲଢ଼ିବେ। ପୂର୍ବରୁ ପାର୍ଟିର ସଚିବ ଭାବେ କାମ କରୁଥିବା ସଗୁନଙ୍କ ଦାଦା ଅନିଲ ପରିହାରଙ୍କୁ ୨୦୧୮ ମସିହାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଦେଇଥିଲେ ।

Advertisment

ବିଜେପି ତରଫରୁ ପାର୍ଟି ଟିକେଟ ପାଇବା ପରେ ଭାବବିହ୍ଵଳ ହୋଇ ଶଗୁନ କହିଛନ୍ତି କି ଏହି ସୁଯୋଗ ସେ ପାଇବେ ବୋଲି କେବେ ଭାବି ନଥିଲେ । ଏହି ରାଜନୈତିକ ମୋଡ ଏବେ ଜୀବନକୁ କେଉଁ ନୂଆ ଦିଗ ଦେବ ଏହା ଦେଖିବା ବାକି ରହିଲା। ଜିତିଲେ ଶଗୁନ ମହିଳା ସଶକ୍ତିକରଣ ତଥା ନାରୀ ମାନଙ୍କୁ କାର୍ୟ୍ୟ କ୍ଷେତ୍ରରେ ଅଧିକ ସୁଯୋଗ ଦେବା ଦିଗରେ କାମ କରିବେ ବୋଲି ଜଣାଇଛନ୍ତି। ପାର୍ଟି ପାଇଁ ଆଶାନୁରୂପ କାର୍ୟ୍ୟକରି ଦେଖାଇବେ ବୋଲି ଶଗୁନ ଆଶାବାଦୀ।

ଇଲେକ୍ଟ୍ରୋନିକ୍ସ ବିଷୟରେ ପିଏଚଡ଼ି ଅଧୟନରତ ଶଗୁନ ସକ୍ରିୟ ରାଜନୀତିରେ ସାମିଲ ନଥିଲେ କିମ୍ବା ହେବାକୁ ଚାହୁଁନଥିଲେ। ହେଲେ ସମୟ କ୍ରମେ ରାଜନୀତିରେ ଦାଦାଙ୍କ ସିଧା ସଳଖ ସମ୍ପୃକ୍ତି ଥିବାରୁ ତୃଣ ମୂଳ ସ୍ତରରେ ସେ ରାଜନୀତି ସହ ଜଡିତ ହୋଇଥିଲେ। ଆତଙ୍କବାଦୀ ଆକ୍ରମଣରେ ଦାଦା ଓ ବାପାଙ୍କୁ ହରାଇଥିବା ଶଗୁନ ଅତୀତର ଘଟଣା ମାନେ ପକାଇ ଦୁଃଖ କରିବା ସହ ସୁରକ୍ଷା ବିଭାଗକୁ ଅଧିକ ଦୃଢ କରିବା ଦିଗରେ ଅଧିକ ଧ୍ୟାନ ଦେବେ ବୋଲି ଗଣ ମାଧ୍ୟମ ବୈଠକରେ ଜଣାଇଛନ୍ତି। ଏହା ସହ କିସ୍ତବାଡର ଜନତାଙ୍କ ଠାରୁ ସହଯୋଗ ପାଇଁ ସେ ଆଶାବାଦୀ ଅଛନ୍ତି।