କନକ ବ୍ୟୁରୋ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ ହର୍ଷିତା କେଜ୍ରିୱାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ କଲେଜ ଫ୍ରେଣ୍ଡ୍ ସମ୍ଭବ ଜୈନଙ୍କୁ ସାତ ଜନ୍ମର ସାଥି କରିଛନ୍ତି । ହର୍ଷିତା ଏବଂ ସମ୍ଭବଙ୍କ ସାକ୍ଷାତ ଆଇଆଇଟି ଦିଲ୍ଲୀରେ ହୋଇଥିଲା । ଏହି ଠାରୁ ଦୁଇ ଜଣ ନିଜ ନିଜର ପାଠ ପଢା ପୂରା କରିବା ସହ କ୍ୟାରିୟର ଆରମ୍ଭ କରିଥିଲେ । ସମ୍ଭବ ଜୈନ ବର୍ତ୍ତମାନ ଏକ ଘରୋଇ କମ୍ପାନିରେ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ କନ୍ସଲଟାଣ୍ଟ ଭାବେ କାର୍ଯ୍ୟରତ । ଏହା ବ୍ୟତିତ ସମ୍ଭବ ଏବଂ ହର୍ଷିତା ମିଶି କରି ଏକ ଷ୍ଟାର୍ଟଅପ ମଧ୍ୟ ଆରମ୍ଭ କରିଛନ୍ତି ।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସମ୍ଭବ କହିଥିଲେ ଯେ, ତାଙ୍କ କମ୍ପାନିର ନାଁ ହେଉଛି ଇନ୍ଟ୍ରାକ୍ଟ । ଯାହାକୁ ତାଙ୍କ ସାଙ୍ଗମାନଙ୍କ ସହ ମିଶି ତିଆରି କରିଛନ୍ତି । ଏହି କମ୍ପାନି ଆରମ୍ଭ କରିବା ପୂର୍ବରୁ ସମ୍ଭବ ପ୍ରସିଦ୍ଧ ଆମେରିକୀୟ ଇନ୍ଭେଷ୍ଟମେଣ୍ଟ ଫର୍ମ ବ୍ଲାକ୍ଷ୍ଟୋନ ରେ ମଧ୍ୟ କାମ କରିଥିଲେ । ଏହା ବ୍ୟତିତ ସମ୍ଭବ ଜୈନ, ହର୍ଷିତାଙ୍କ ସହ ମିଶି କରି ବେସିଲ୍ ହେଲ୍ଥ ପ୍ଳାଟଫର୍ମରେ ମଧ୍ୟ ନଜର ଆସିଥାନ୍ତି । ଯାହା କେବଳ ହେଲ୍ଦି ଖାଦ୍ୟ ବିଷୟରେ ସୂଚନା ଦେଇଥାଏ । ହର୍ଷିତା କେଜ୍ରିୱାଲ ନିଜେ ଜଣେ ଆଇଆଇଟି ଦିଲ୍ଳୀରୁ କେମିକାଲ ଇଞ୍ଜିନିୟରିଙ୍ଗର ସ୍ନାତକ । ତେବେ ଅରବିନ୍ଦ କେଜ୍ରିୱାଲଙ୍କ ଏକମାତ୍ର ଝିଅ ହର୍ଷିତା ଏବଂ ପୁଅ ପୁଲକିତ କେଜ୍ରିୱାଲ । ଯିଏ କି ବର୍ତ୍ତମାନ ଦିଲ୍ଲୀ ଆଇଆଇଟିରେ ନିଜ ପଢା ଜାରି ରଖିଛନ୍ତି ।