କନକ ବ୍ୟୁରୋ : ଭାରତୀୟ ସମାଜରେ ପୁରୁଷଙ୍କ ଆତ୍ମହତ୍ୟା ବଢିବାରେ ଲାଗିଛି । ବିଗତ କେଇ ବର୍ଷର ତଥ୍ୟ ବେଶ ଚିନ୍ତାଜନକ ରହିଛି । ଚଳିତ ବର୍ଷ କୋଟାରେ ଇନଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ହେଉ କିମ୍ବା ନିକଟରେ ଆଇଟି ପ୍ରଫେସନାଲ ଅତୁଲ ସୁବାଷଙ୍କ ଆତ୍ମହତ୍ୟା ଘଟଣା । ଏସବୁ ଦେଶବାସୀଙ୍କୁ ପ୍ରଭାବିତ କରିଛି । ଏହାରି ଭିତରେ ପୁରୁଷମାନେ କାହିଁକି କରୁଛନ୍ତି ଆତ୍ମହତ୍ୟା ତାକୁ ନେଇ ଏକ ସର୍ଭେ କରାଯାଇଛି । ଏହି ସର୍ଭେରେ ଯେଉଁ ତଥ୍ୟା ସାମ୍ନାକୁ ଆସିଛି ତାହା ବେଶ ଚିନ୍ତାଜନକ ରହିଛି । ଏହା ପଛରେ କାରଣ କେବଳ ବିବାହ ମତଭେଦ ନୁହେଁ ବରଂ ଜୀବନରେ ପୁରୁଷ ନେଉଥିବା ଅନେକ ଭୁଲ୍ ନିଷ୍ପତ୍ତି ମଧ୍ୟ ରହିଛି । ଯାହାକୁ ନେଇ ଜାତୀୟ ଗଣମାଧ୍ୟମ ସଂସ୍ଥାର ଏକ ରିପୋର୍ଟ ସାମ୍ନାକୁ ଆସିଛି ।
ରିପୋର୍ଟ କହୁଛି
କାହିଁକି ପୁରୁଷ କରୁଛନ୍ତି ଆତ୍ମହତ୍ୟା
ଦାୟୀ କିଏ?
- ଭାରତରେ ଗତ ୮ ବର୍ଷରେ ପ୍ରାୟ ୧ ଲକ୍ଷ ପୁରୁଷ ଆତ୍ମହତ୍ୟା କରିଛନ୍ତି
- ରିପୋର୍ଟ ଅନୁସାରେ ମହିଳାଙ୍କ ସଂଖ୍ୟା ରହିଛି ୪୩,୩୧୪
- ପୁରୁଷଙ୍କ ଆତ୍ମହତ୍ୟା ହାର ୧୪.୨ ପ୍ରତିଶତ ରହିଛି
- ଆତ୍ମହତ୍ୟା ପଛରେ ସାମାଜିକ ଓ ଆର୍ଥିକ କାରଣ ରହିଛି
- ଘୋରଇ ହିଂସା ଓ ପାରିବାରିକ ସମସ୍ୟା ପାଇଁ ଅଧିକ ଆତ୍ମହତ୍ୟା
- ପାରିବାରିକ ସମସ୍ୟା ପାଇଁ ୨୩.୦୬ % ପୁରୁଷ ଆତ୍ମହତ୍ୟା କରିଛନ୍ତି
- ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ୨୩.୦୫% ପୁରୁଷ ଆତ୍ମହତ୍ୟା କରିଛନ୍ତି
- ଦାଦନ ଓ ଋଣ ସମସ୍ୟା ପାଇଁ ୧୦% ପୁରୁଷ ଆତ୍ମହତ୍ୟା କରିଛନ୍ତି
- ବୈବାହିକ ଜୀବନରେ ସମସ୍ୟା ପାଇଁ ମାତ୍ର ୩.୨୮% ପୁରୁଷ ଆତ୍ମହତ୍ୟା କରିଛନ୍ତି
- ସେହିପରି ଆତ୍ମହତ୍ୟା ପାଇଁ ସ୍ଲିପିଂ ପିଲର ବ୍ୟବହାର ବଢିବାରେ ଲାଗିଛି