ଖଣି ଲୁଟ୍ ପଛରେ କିଏ ? ନେତା, ମାଫିଆ, ଅଧିକାରୀଙ୍କ ମଧୂଚନ୍ଦ୍ରିକା ନେଇ ଚର୍ଚ୍ଚା

ସୁନ୍ଦରଗଡର ଖଣି ଲୁଟ ପଛରେ କିଏ ?  କନକ ନ୍ୟୁଜର ବଡ ଖୁଲାସା ପରେ ଏ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ନେତା, ମାଫିଆ ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ବିନା ଏହା ସମ୍ଭବ ନୁହେଁ ବୋଲି ଆଲୋଚନା ହେଉଛି ।  ପ୍ରଶାସନର ନାକତଳେ ଦେଶର କୋଟି କୋଟି ଟଙ୍କା  ଲୁଟ ହେଉଥିଲେ ବି କେହି କିଭଳି ଜାଣିପାରିଲେ ନାହିଁ ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି । 

coal scam 2++

coal scam 2++ Photograph: (KanakNews)

କନକ ବ୍ୟୁରୋ: ସୁନ୍ଦରଗଡରେ କଳା ହୀରା ଚୋରିର ଚେର ଯେତିକି ଲମ୍ବିଛି, ବଡବଡିଆଙ୍କ ହାତ ବି ମାଫିଆଙ୍କ ଉପରେ ସେତିକି ଅଛି । ଦେଶର ସମ୍ପତ୍ତିକୁ ଖୁଲମ୍‌ଖୁଲ୍ଲା ବିକ୍ରି କରି ଟଙ୍କା ନିଜ ପକେଟ୍‌କୁ ନେଇଛନ୍ତି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ । ସନ୍ଦେହ କରାଯାଉଛି ଏହି କଳା କାରବାର ପଛରେ ରାଜ୍ୟର ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଛି । ରାଜନୈତିକ ଦଳର ନେତା, ବଡ ବଡ ବାବୁ ଖଣି ଚୋରି ପଛରେ ଅଛନ୍ତି। ପ୍ରଶାସନର ଗଳାବାଟର ଫାଇଦା ଉଠାଇ ମାଫିଆମାନେ ନେତା ଓ ଅଧିକାରୀଙ୍କ ସହ ମେଣ୍ଟ କରି ଖଣି ଚୋରି କରୁଥିଲେ ।

ବର୍ଷେ ତଳେ ଗୋପାଳପୁର ଅଞ୍ଚଳର ତତକାଳୀନ ଫରେଷ୍ଟ ରେଞ୍ଜର ତତକାଳୀନ ତହସିଲଦାର ଲାବଣେନ୍ଦୁ ମହାନ୍ତିଙ୍କୁ ଏକ ଚିଠି କରିଥିଲେ । ଏଥିରେ ଦର୍ଶାଯାଇଥିଲା, ତେଲେନଡିହି ଜଙ୍ଗଲ ଭିତରେ ବେଆଇନ କୋଇଲା ଖଣି ଅଛି ଓ ଚୋରା ପରିବହନ ହେଉଛି । ସେତେବେଳେ ଏହି ଚିଠିକୁ ଚାପିକୁ ଦେଇଥିଲେ ତତକାଳୀନ ତହସିଲଦାର । ଏବେ ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାପାଳ  ଲାବଣେନ୍ଦୁ ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ୩ ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି । ଲାବଣେନ୍ଦୁ ଏବେ ଗଜପତିରେ ଡେପୁଟି କଲେକ୍ଟର  ଅଛନ୍ତି । ଏଥିରୁ ସ୍ପଷ୍ଟ ବାରି ହେଉଛି, ମାଫିଆଙ୍କ ପଛରେ ପ୍ରଶାସନର ହାତ ଥିଲା । ଆଉ ସେମାନଙ୍କୁ ରାଜନେତା ଓ ଅଧିକାରୀ ପ୍ରଶ୍ରୟ ଦେଉଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe