କନକ ବ୍ୟୁରୋ : ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୩ ସେପ୍ଟେମ୍ବର ୨୦୨୫ ରେ ଅନୁଷ୍ଠିତ ହୋଇଥିଲା । ଗତକାଲି ସନ୍ଧ୍ୟା ଅତ୍ୟନ୍ତ ସ୍ମରଣୀୟ ଥିଲା, ଯେଉଁଥିରେ ଶାହାରୁଖ ଖାନ ଏବଂ ରାଣୀ ମୁଖାର୍ଜୀଙ୍କୁ ୩୦ ବର୍ଷର କ୍ୟାରିୟରରେ ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । କିଙ୍ଗ ଖାନଙ୍କୁ ‘ଜୱାନ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଏବଂ ରାଣୀ ମୁଖାର୍ଜୀଙ୍କୁ ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ସମ୍ମାନିତ କରାଯାଇଥିଲା । ଏଥି ସହିତ ଦାଦାସାହେବ ଫାଲକେ ପୁରସ୍କାର ଦକ୍ଷିଣ ଅଭିନେତା ମୋହନଲାଲଙ୍କୁ ପ୍ରଦାନ କରାଯାଇଥିଲା । ଏହି ତାଲିକାରେ ବିକ୍ରାନ୍ତ ମେସିଙ୍କ ନାମ ମଧ୍ୟ ସାମିଲ ଥିଲା, ଯାହାଙ୍କୁ ‘12th ଫେଲ୍’ ଚଳଚ୍ଚିତ୍ର ପାଇଁ ସମ୍ମାନିତ କରାଯାଇଥିଲା । ଏହି ବଡ଼ ଚେହେରାମାନଙ୍କ ମଧ୍ୟରେ ଅନେକ ନାମ ଥିଲା, ଯେଉଁମାନଙ୍କୁ ଜାତୀୟ ପୁରସ୍କାର ମିଳିଥିଲା କିନ୍ତୁ ସେମାନଙ୍କ ନାମ କେଉଁଠି ହଜିଯାଇଥିଲା । ଏଥିରେ ଏକ ନାମ ହେଉଛି ଜାନକୀ ବୋଡିୱାଲା ।

Advertisment
janki-bodiwala
janki-bodiwala Photograph: (Google)

ଅଭିନେତ୍ରୀ ଜାନକୀ ବୋଡିୱାଲାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଗୁଜୁରାଟୀ ଚଳଚ୍ଚିତ୍ର ‘ବଶ’ରେ ତାଙ୍କର ଦମଦାର ଅଭିନୟ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଥିଲା । ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ସହ-ଅଭିନେତ୍ରୀର ସମ୍ମାନ ପ୍ରଦାନ କରାଯାଇଥିଲା । ତେବେ ଏହି ଆୱାର୍ଡ ଶୋ’ର ଲାଇମଲାଇଟ୍ ଶାହାରୁଖ ଏବଂ ରାନୀ ମୁଖାର୍ଜୀ ଲୁଟି ନେଇଥିଲେ, ଯେଉଁଥିପାଇଁ ଜାନକୀଙ୍କ ନାମ କେଉଁଠି ଚର୍ଚ୍ଚା ହେଉନାହିଁ । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମାଧ୍ୟମରେ ୨୭ ବର୍ଷ ପରେ ‘କୁଛ୍ କୁଛ୍ ହୋତା ହୈ’ର ଟିନା ଏବଂ ରାହୁଲ ଏକାଠି ଦେଖିବାକୁ ମିଳିଥିଲେ, ଯାହାକୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା ।  

ପ୍ରକୃତରେ ଜାନକୀ ବୋଡିୱାଲାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଥିବେ ଯେ ସେ ଅଜୟ ଦେବଗନ ଏବଂ ଆର.ମାଧବନ ଷ୍ଟାରର ଚଳଚ୍ଚିତ୍ର ‘ଶୈତାନ’ରେ ନଜର ଆସିଛନ୍ତି । ଏହି ସାଇକୋ ଥ୍ରୀଲର ଚଳଚ୍ଚିତ୍ରରେ ଜାନକୀ ଜାନଭୀଙ୍କ ଭୂମିକା ଗ୍ରହଣ କରିଥିଲେ, ଯିଏ ଅଜୟ ଦେବଗନଙ୍କ ଝିଅ ଭୂମିକାରେ ଥାଆନ୍ତି ଏବଂ ଆର. ମାଧବନ ତାଙ୍କୁ ନିଜ ଗୁଣିଗାରେଡ଼ି ଦ୍ୱାରା ବଶୀଭୂତ କରି ନିଅନ୍ତି । ଏହି ଚଳଚ୍ଚିତ୍ରରେ ମଧ୍ୟ ଜାନକୀଙ୍କର ଅନେକ ଦୃଶ୍ୟ ଏବଂ ଅଭିନୟ ଥିଲା, ଯାହା ଭୟଭୀତ କରୁଥିଲା । ଜାନକୀ ଗୁଜୁରାଟୀ ଚଳଚ୍ଚିତ୍ର ‘ବଶ’ରେ ନଜର ଆସିଛନ୍ତି ଏବଂ ଏହାର ଦ୍ୱିତୀୟ ଭାଗ ‘ବଶ ଲେବଲ-୨’ ଏହି ବର୍ଷ ରିଲିଜ୍ ହୋଇଥିଲା । ସେଥିରେ ମଧ୍ୟ ଅଭିନେତ୍ରୀଙ୍କୁ ପୁନର୍ବାର କାଷ୍ଟ କରାଯାଇଥିଲା । ଏହି ଚଳଚ୍ଚିତ୍ର ପାଇଁ ମଧ୍ୟ ସେ ବହୁତ ଲାଇମଲାଇଟ୍ ଏବଂ ପ୍ରଶଂସା ସାଉଁଟିଥିଲେ ।