କନକ ବ୍ୟୁରୋ: ୧୩ ବର୍ଷ ପରେ ରଣଜୀ ଟ୍ରଫି ଖେଳିବାକୁ ମୈଦାନକୁ ଓହ୍ଲାଇଥିବା ବିରାଟ କୋହଲି ୩୧ ଜାନୁଆୟରୀରେ ଫ୍ଲପ ସାବ୍ୟସ୍ତ ହୋଇଥିଲେ ।  ଅରୁଣ ଜେଟଲୀ ଷ୍ଟାଡିୟମରେ କୋହଲି କୌଣସି କମାଲ କରିପାରିନଥିଲେ । ସେ ମାତ୍ର ୬ ରନ କରି ବୋଲ୍ଡ ହୋଇଯାଇଥିଲେ । କୋହଲି ଆଉଟ ହୋଇଯିବା ପରେ ପୂରା ଷ୍ଟାଡିୟମରେ ନୀରବତା ଦେଖିବାକୁ ମିଳିଥିଲା । ତେବେ କୋହଲିଙ୍କୁ ଆଉଟ କରିଥିବା ଏହି ବୋଲରଙ୍କୁ ଦିଲ୍ଲୀ ସହ ରହିଛି ସ୍ପେଶାଲ କନେକ୍ସନ । ତେବେ ଜାଣନ୍ତୁ କିଏ ଏହି ଦ୍ରୁତ ବୋଲର । 

Advertisment

୨୯ ବର୍ଷିୟ ହିଂମାଶୁ ସାଙ୍ଗବାନ ବାମହାତୀ ମଧ୍ୟମଧରଣର ଦ୍ରୁତ ବୋଲର । ତାଙ୍କ ଜନ୍ମ ଦିଲ୍ଲୀର ନଜଫଗଡ ଅଞ୍ଚଳରେ ୨ ଡିସେମ୍ବର ୧୯୮୫ ମସିହାରେ ହୋଇଥିଲା । ଆଉ ଏହି ସ୍ଥାନରେ ବୀରେନ୍ଦ୍ର ସେହଓ୍ବାଗ ବି ଜନ୍ମ ହୋଇଥିଲେ । ସେ ରେଲଓ୍ବେ ଟିମରେ ଖେଳିବା ପୂର୍ବରୁ ଦିଲ୍ଲୀର ଅଣ୍ଡର ୧୯ ଟିମରେ ମଧ୍ୟ ଖେଳିସାରିଛନ୍ତି । 

ବିରାଟ କୋହଲି ଦିଲ୍ଲୀ ପାଇଁ ବ୍ୟାଟିଂ କରି ମାତ୍ର ୬ ରନ କରି ଆଉଟ ହୋଇଯାଇଥିଲେ । ତାଙ୍କୁ ହିଂମାଶୁ ସାଙ୍ଗବାନ କ୍ଲିନ ବୋଲ୍ଡ କରିଥିଲେ । ଆଉ ତାଙ୍କ ଓ୍ବିକେଟ ଉପୁଡି ପ୍ରଥମ ସ୍ଲିପ ପାଖରେ ପଡିଥିଲା । ବିରାଟ ଆଉଟ ହେବା ପରେ ଗୋଟିଏ ପରେ ଗୋଟିଏ ଦର୍ଶକ ନିରାଶ ହୋଇ ଷ୍ଟାଡିୟମ ଛାଡି ଚାଲିଯାଇଥିଲେ । ବିରାଟଙ୍କୁ ଆଉଟ କରିବା ପରେ ହିଂମାଶୁ ପିଚରେ ପ୍ରବଳ ଜୋସ ଦେଖାଇଥିଲେ ।