କନକ ବ୍ୟୁରୋ: ଆସିଲା ସୁଭଦ୍ରା ଯୋଜନାର ଗାଇଡଲାଇନ । ସୁଭଦ୍ରା ଯୋଜନା ଆବେଦନ ପାଇଁ କଣ ରହିଛି ଯୋଗ୍ୟତା । ବିସ୍ତୃତ ଗାଇଡଲାଇନ ପ୍ରକାଶ କଲା ଶିଶୁ ଓ ମହିଳା ବିକାଶ । ତେବେ ନଜର ପକାନ୍ତୁ ସୁଭଦ୍ରା ଯୋଜନା ପାଇଁ କିଏ ଯୋଗ୍ୟ କିଏ ଅଯୋଗ୍ୟ । 

  • ସୁଭଦ୍ରା ଯୋଜନାର ଯୋଗ୍ୟତା
  • ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ
  • ବୟସ ୨୧ରୁ ୬୦ ବର୍ଷ ଭିତରେ ହୋଇଥିବ 
    ୩- ଆଧାରକାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ 
    ୪-ଜୁଲାଇ ୧ ତାରିଖ ୨୦୨୪ ସୁଦ୍ଧା ବୟସ ୨୧ ହେବା ଆବଶ୍ୟକ 
    ୫-୨୧ ବର୍ଷରୁ କମ ୬୦ ବର୍ଷରୁ ଅଧିକ ଅଯୋଗ୍ୟ ହେବେ 

ସୁଭଦ୍ରା ଯୋଜନା ଅଯୋଗ୍ୟ ମାନଦଣ୍ଡ 
୧-୧ ଜୁଲାଇ, ୨୦୨୪ ସୁଦ୍ଧା ୨୧ ବର୍ଷରୁ କମ୍ ଏବଂ ୬୦ ବର୍ଷରୁ ଅଧିକ କୌଣସି ମହିଳା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଯୋଗ୍ୟ ହେବେ ନାହିଁ
୨-ଯେକୌଣସି ମହିଳା ମାସକୁ ମୋଟ ୧୫୦୦ ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,୦୦୦ ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ତେବେ ସେମାନେ ଯୋଗ୍ୟ ବିବେଚିତ ହେବେ ନାହିଁ 
୩-ଜଣେ ମହିଳା ନିଜେ କିମ୍ବା ତାଙ୍କ ପରିବାର ସଦସ୍ୟ ଯଦି, ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ତାହାଲେ ମିଳିବନି
୪-ଆୟକର ଦେୟ ହେଉଥିଲେ ଅଯୋଗ୍ୟ ବିବେଚିତ ହେବେ
୫-ସରକାରୀ ଚାକିରିଆ ହୋଇଥିଲେ ମିଳିବନି ସୁଭଦ୍ରା ସୁବିଧା