ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପଛରେ କିଏ? ୧୬ ବର୍ଷ ପରେ ଖୋଲିବ ରହସ୍ୟ !

Advertisment

ଜନ୍ମାଷ୍ଟମୀରେ ହତ୍ୟାର ଶିକାର ହୋଇଥିଲେ ସ୍ବାମୀ ଲକ୍ଷ୍ଣଣାନନ୍ଦ ସରସ୍ବତୀ। ୧୬ ବର୍ଷ ତଳର ଏହି ବହୁଚର୍ଚ୍ଚିତ ହତ୍ୟା ଘଟଣାରେ ତଦନ୍ତ କରିଥିଲେ ବିଜେଡି ସରକାର। କିନ୍ତୁ ଏଯାଏ ସାର୍ବଜନୀନ ହୋଇନାହିଁ ରିପୋର୍ଟ।

ଜନ୍ମାଷ୍ଟମୀରେ ହତ୍ୟାର ଶିକାର ହୋଇଥିଲେ ସ୍ବାମୀ ଲକ୍ଷ୍ଣଣାନନ୍ଦ ସରସ୍ବତୀ। ୧୬ ବର୍ଷ ତଳର ଏହି ବହୁଚର୍ଚ୍ଚିତ ହତ୍ୟା ଘଟଣାରେ ତଦନ୍ତ କରିଥିଲେ ବିଜେଡି ସରକାର। କିନ୍ତୁ ଏଯାଏ ସାର୍ବଜନୀନ ହୋଇନାହିଁ ରିପୋର୍ଟ।

scs

କନକ ବ୍ୟୁରୋ: ଜନ୍ମାଷ୍ଟମୀରେ ହତ୍ୟାର ଶିକାର ହୋଇଥିଲେ ସ୍ବାମୀ ଲକ୍ଷ୍ଣଣାନନ୍ଦ ସରସ୍ବତୀ। ୧୬ ବର୍ଷ ତଳର ଏହି ବହୁଚର୍ଚ୍ଚିତ ହତ୍ୟା ଘଟଣାରେ ତଦନ୍ତ କରିଥିଲେ ବିଜେଡି ସରକାର। କିନ୍ତୁ ଏଯାଏ ସାର୍ବଜନୀନ ହୋଇନାହିଁ ରିପୋର୍ଟ। ଏବେ ବିଜେପି ସରକାର ରିପୋର୍ଟ ସାର୍ବଜନୀନ କରିବ ବୋଲି କହିଛି। ଅନ୍ୟପଟେ ସିବିଆଇ ତଦନ୍ତ ପାଇଁ ଦାବି କରି ନିଆଁରେ ଘିଅ ଢାଳିଛନ୍ତି ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ।

ଅଗଷ୍ଟ ୨୩, ୨୦୦୮ । ଜନ୍ମାଷ୍ଟମୀର ସେହି କାଳରାତିରେ କନ୍ଧମାଳ ଜଳେଶପଟ୍ଟା ଆଶ୍ରମର ମୁଖ୍ୟ ସ୍ବାମୀ  ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ ।  ସେତେବେଳେ ଏହାକୁ ନେଇ ସାରା  କନ୍ଧମାଳରେ ଦଙ୍ଗା ସୃଷ୍ଟି ହୋଇଥିଲା । ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଥିଲା । ତତକାଳୀନ ସରକାର ଘଟଣାର ତଦନ୍ତ ପାଇଁ ୩-୩ଟି ତଦନ୍ତ କମିଶନ ଗଠନ କରିଥିଲେ । କିନ୍ତୁ ଏହାର ରିପୋର୍ଟ ଏ ଯାଏଁ ସାର୍ବଜନୀନ ହୋଇପାରିଲା ନାହିଁ । ଏବେ ବିଜେପି ସରକାରକୁ ଆସିଲା ପରେ ରିପୋର୍ଟ ସାର୍ବଜନୀନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ । 

ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବେ ବି ରହସ୍ୟ ହୋଇ ରହିଛି । ତାଙ୍କୁ କିଏ ହତ୍ୟା କଲା , କିଏ ଷଡଯନ୍ତ୍ର କରିଥିଲା ତାହା ଉପରୁ ପରଦା ହଟିପାରିଲା ନାହିଁ । ବିରୋଧୀ ଦଳରେ ଥିବାବେଳେ ବିଜେପି ଏହାର ରହସ୍ୟ ଉନ୍ମୋଚନ କରିବାକୁ  ବାରମ୍ୱାର ଦାବି କରିଆସୁଥିଲା। ଏବେ ସରକାରକୁ ଆସିବା ପରେ ରିପୋର୍ଟକୁ ସାମ୍ନାକୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି ।ଏଭଳି ସମୟରେ ଖୋଦ ଶାସକ ଦଳର ବରିଷ୍ଠ ବିଧାୟକ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି ।  

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ୨୦୦୮ରେ ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଥିଲା । ୨୦୦୯ରେ ବିଜେଡି-ବିଜେପି ମେଂଟ ମଧ୍ୟ ଭାଙ୍ଗିଥିଲା । ଏବେ ରିପୋର୍ଟ ସାର୍ବଜନୀନ କରିବାକୁ ମନ୍ତ୍ରୀଙ୍କ ଘୋଷଣା ପରେ ପ୍ରଶ୍ନ ଉଠୁଛି, ଷଡଯନ୍ତ୍ରର ପର୍ଦ୍ଦାଫାସ  ହେବ ତ ଓ ପ୍ରକୃତ ଦୋଷୀ ଦଣ୍ଡ ପାଇବେ ତ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe