ସମ୍ବଲପୁରରେ ବିଜେପି ନେତାଙ୍କୁ ହାଇୱା ଦଳିଦେବା ମାମଲା : ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ କୋର୍ଟ

ବିଜେପି ନେତାଙ୍କୁ ଗାଡ଼ି ଚଢାଇ ହତ୍ୟା ଘଟଣା ଓ ଅଭିଯୁକ୍ତ ପ୍ରସନ୍ନ ଜେନାମଣିକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜେଏମଏଫସି କୋର୍ଟ ।

BJP Neta

BJP Neta Photograph: (KanakNews )

କନକ ବ୍ୟୁରୋ : ବିଜେପି ନେତାଙ୍କୁ ଗାଡ଼ି ଚଢାଇ ହତ୍ୟା ଘଟଣା ଓ ଅଭିଯୁକ୍ତ ପ୍ରସନ୍ନ ଜେନାମଣିକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜେଏମଏଫସି କୋର୍ଟ । ପୋଲିସ ୭ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ ୩ଦିନ ରିମାଣ୍ଡ ପାଇଁ ଅନୁମତି ମିଳିଛି । ତେବେ ରିମାଣ୍ଡରେ ପଚରାଉଚରା ପରେ ସାମ୍ନାକୁ ଆସିପାରେ ହତ୍ୟାକାଣ୍ଡର ସତ । 

ତେବେ ହତ୍ୟା ଷଡ଼ଯନ୍ତ୍ରର ଏକ ବଡ଼ ସୁରାକ ପାଇଛି ବୁର୍ଲା ପୁଲିସ । ଅଭିଯୁକ୍ତ ଫୋନ ବ୍ୟବହାର କରୁ ନଥିବା ନେଇ ମଧ୍ୟ ପୋଲିସର ସନ୍ଦେହ ବଢ଼ିଛି । ଅଭିଯୁକ୍ତ ଫୋନ ବ୍ୟବହାର କରୁଥିଲା ନା ହତ୍ୟାକାଣ୍ଡ ପରେ, ତାହାକୁ ଫୋପାଡ଼ି ଦେଇଛି ,ନା କେଉଁ ସତ ଚାପିବାକୁ ଉଦ୍ୟମ ଚାଲିଛି ସେନେଇ ତଦନ୍ତ କରାଯାଉଛି । ଅଭିଯୁକ୍ତର ବୟାନରେ ମଧ୍ୟ ତାଲମେଳ ରହୁନାହିଁ । ତେଣୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥିବା ଜଣାପଡୁଛି । ଅନ୍ୟପଟେ ସମ୍ବଲପୁର ବିଧାୟକ ଜୟ‌ାନାରାୟଣ ମିଶ୍ର ଏହାକୁ ସୁପାରି କିଲିଂ କହିବା ପରେ ସସ୍ପେନ୍ଦ ଆହୁରି ବଢ଼ିଛି । ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି ଅଭିଯୁକ୍ତ ବାରମ୍ବାର କାର୍‌ ଉପରେ ହାଇୱା ଚଢ଼ାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe