କନକ ବ୍ୟୁରୋ:  କୋରି ଖାଇଗଲେ କୋଇଲା ଖଣି।  ଘଞ୍ଚ ଜଙ୍ଗଲରେ ଗଚ୍ଛିତ ହଜାର ହଜାର ଟନ୍ କୋଇଲା । ସୁନ୍ଦରଗଡ ଜିଲ୍ଲାର ଖଣି ଚୋରି ଚହଳ ପକାଇ ଦେଇଛି । ଜିଲ୍ଲାରେ ଚାଲିଛି କଳାହୀରାର କଳା ସାମ୍ରାଜ୍ୟ । ମାମଲା ଥାନାରୁ ଯାଇ  ମୁଖ୍ୟମମନ୍ତ୍ରୀଙ୍କ ପାଖରେ ପହଞ୍ଚିଲାଣି । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କଳା ଚୋରିର ସତ । 

Advertisment

ସୁନ୍ଦରଗଡରେ ଖୁଲମଖୁଲ୍ଲା ଖଣି ମାଫିଆ ମାତିଥିଲେ ବି ପ୍ରଶାସନ ଚେଇଁ ଶୋଇଥିଲା । ଆଉ କନକ ନ୍ୟୁଜରେ  କଳାହୀରା କଳାସମ୍ରାଜ୍ୟ ପାର୍ଟ-୨ ପ୍ରସାରଣର ମାତ୍ର ୨ ଘଂଟା ମଧ୍ୟରେ ଆକ୍ସନକୁ ଆସିଛି ଜିଲ୍ଲା ପ୍ରଶାସନ ।  ବେଆଇନ ଖଣି ଉପରେ ମିଳିତ ଚଢାଉ ହୋଇଛି । ରତନସରାରେ ୧୦ରୁ ବେଆଇନ କୋଇଲା ଖଣି ଠାବ ହୋଇଛି । କୋଇଲା ଉତ୍ତୋଳନ ପରେ  ଜଙ୍ଗଲ ଭିତରେ ଷ୍ଟକୟାର୍ଡ କରାଯାଇ କୋଇଲା ଗଚ୍ଛିତ ରଖାଯାଇଛି ।  ରତନସରା ପରେ  ମିଳିତ ଟିମ୍ ଭୋଗ୍ରାକଛାର ଜାମକାନୀ ରିଜର୍ଭ ଫରେଷ୍ଟରେ ରେଡ୍ କରିଛି । ଏଠାରେ ଏକ ବଡ ସ୍ଥାନରେ  ବେଆଇନ କୋଇଲା ଗଛିତ ଅଛି। ଭୋଗ୍ରାକୋଛାର ଜଙ୍ଗଲରେ ବି ୧୨ରୁ ଅଧିକ ଖଣି ଉପରେ ରେଡ୍ ହୋଇଛି ।  

ସୁନ୍ଦରଗଡ ଖଣି କେଳେଙ୍କାରୀକୁ ନେଇ ଚିନ୍ତାରେ ଅଛନ୍ତି ସରକାର । ଆଉ ଗୋଟିଏ ପରେ ଗୋଟିଏ ଖଣି ଲୁଟର ପର୍ଦ୍ଦାଫାସ ପରେ ସୁନ୍ଦରଗଡ ଡିଡିଏମକୁ  ରିପୋର୍ଟ ତଲବ କରିଛନ୍ତି ଖଣି ନିର୍ଦ୍ଦେଶକ । ରିପୋର୍ଟ ପାଇବା ପରେ ସରକାର ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ।