କନକ ବ୍ୟୁରୋ: ସେ କହିପାରନ୍ତିନି. ...ହେଲେ ସହି ଯାଅନ୍ତି.. ତାଙ୍କୁ ବି କଷ୍ଟ ହୁଏ ହେଲେ ଆଖିରୁ ଲୁହ ବାହାରେନି..।  ଆଖିରୁ ଲୁହ ବାହାରିଲେ କାଳେ ଏ ସମାଜ ତାଙ୍କୁ କାପୁରୁଷ କହିବ ..  ଭିରୁ କହିବ..।  ପରିବାର କହିବ ଆରେ ପୁଅଟା ହୋଇ କାନ୍ଦୁଛୁ କଣ.. କିନ୍ତୁ  ପରିବାର ଆଉ ସମାଜ  ଭୁଲି ଯାଏ ଯେ ମର୍ଦ୍ଦ  କୋ ଭି ଦର୍ଦ୍ଦ ହୋତା ହୈ..  ଆଉ ସେହି  କଷ୍ଟ ସୀମା ଟପିଲା ପରେ   ଗୋଟିଏ ପୁରୁଷର ଚରମ ନିଷ୍ପତ୍ତି ଥାଏ ଆତ୍ମହତ୍ୟା.. ହଁ ଆତ୍ମହତ୍ୟା..  ଯାହା ଅତୁଲ ସୁଭାଷଙ୍କ କ୍ଷେତ୍ରରେ ଘଟିଛି।  ବେଙ୍ଗାଲୁରର AI  ଇଞ୍ଜିନିୟର  ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ସାରା ଦେଶରେ ଚହଳ ସୃଷ୍ଟି କରିଛି ।   

Advertisment

ସ୍ତ୍ରୀ  ଅଲଗା ରହି ଦେଉଥିଲେ ନିର୍ଯାତନା..  ମିଛ ମାମଲାରେ ଅତୁଲଙ୍କୁ ଫସାଇଥିଲେ.. ଅତୁଲଙ୍କଠୁ ତାଙ୍କ ଦୁଇ ବର୍ଷର ପୁଅକୁ ଦୂରେଇ ରଖିଥିଲେ.. ଭରଣ ପୋଷଣ ପାଇଁ କୋଟି କୋଟି ଟଙ୍କା କରିଥିଲେ  ଡିମାଣ୍ଡ..  ପୁଅର  ଦେଖାଶୁଣା  ପାଇଁ ଅଲଗା ଆକାରରେ  ମାଗିଥିଲେ ଟଙ୍କା। ଏହି ତମାମ ଘଟଣା ପାଇଁ ମରି ମରି ବଞ୍ଚଥିଲେ ଅତୁଲ। ଅତୁଲଙ୍କ ସ୍ତ୍ରୀ  ନିକିତା ସିଙ୍ଘାନିଆ  ୯ ଟି ମିଛ ମାମଲା କରିଥିଲେ ଅତୁଲ ଏବଂ  ତାଙ୍କ ବାପା ମା ଙ୍କ ନାଁରେ। ମିଛ ମାମଲାରେ  ଅଦାଲତର ଚକ୍କର କାଟି  କାଟି ନୟାନ୍ତ ହୋଇଯାଥିଲେ।  ଏଥିରୁ ବାହାରିବା ପାଇଁ ସେ ଆତ୍ମହତ୍ୟା  ପରି ରାସ୍ତା ବାଛିଥିଲେ। ୯୦ ମିନିଟ୍‌ର ଭିଡିଓ  ଏବଂ ୨୪  ପୃଷ୍ଠାର ସୁଇସାଇଡ୍‌ ନୋଟ ଲେଖି  ନାରୀ ପ୍ରତି ସମ୍ବେଦନଶୀଳ ଥିବା  ଆଇନ୍‌ କାନୁନ ବ୍ୟବସ୍ଥାରୁ ସବୁଦିନ ପାଇଁ ବିଦାୟ ନେଇଥିଲେ।  

ଅତୁଲ ଙ୍କ ଆତ୍ମହତ୍ୟା ପରେ ଏବେ ସାରା ଦେଶରେ ଯୌତୁକ ନିରୋଧି ଆଇନ୍‌  ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଏଥିସହିତ ସୁଇସାଡ୍‌ ଭିଡିଓରେ କୋର୍ଟର ଯନ୍ତ୍ରଣା ବିଷୟରେ  ଅତୁଲ  କହିଥିଲେ। ଯେଉଁଥିପାଇଁ  ଏବେ ପୁରା ଆଇନ୍‌  ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବା ଆରମ୍ଭ କରିଛି।  ପ୍ରଶ୍ନ ଉଠୁଛି ନାରୀ ପ୍ରତି ସମ୍ବେଦନଶୀଳ  ଅଥଚ ପୁରୁଷ ପ୍ରତି ଉଦାସୀନ ଆଇନ ବ୍ୟବସ୍ଥା କାର୍ହିକି ?  ଯାହାର କରୁଣ ପରିଣତି  ସ୍ବରୁପ ଅତୁଲଙ୍କ ଜୀବନ ହାରିବାକୁ ପଡିଲା । ଯୌତୁକ ନିରୋଧି ଆଇନ୍‌ କୁ  ନେଇ ଯୁକ୍ତି ବାଢୁଛନ୍ତି ଲୋକେ । ଯଦିଓ  ଏହି ଆଇନ୍‌ କୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଦ୍ବାରା ଅନେକ ଥର କଡା ଟିପ୍ପଣୀ କରାଯାଇସାରିଛି ଯେ, ଏହି ଆଇନ୍‌ ର ଅପବ୍ୟବହାର କରାଯାଉଛି । ଯେଉଥିପାଇଁ ଅନେକ ନିର୍ଦ୍ଦୋଶ  ଦଣ୍ଡ ପାଉଛନ୍ତି । ଯାହାର ସଦ୍ୟତମ ଉହାରହଣ ଥିଲେ ଅତୁଲ। ସ୍ତ୍ରୀ ନିକିତାଙ୍କ ଦ୍ବାରା କରାଯାଇଥିବା ୯ଟି ମିଛ ମାମଲାରେ ଫସି ହନ୍ତସନ୍ତ ହେଉଥିଲେ ଅତୁଲ। ତେବେ କୁହାଯାଉଛି ଅତୁଲଙ୍କ ମୃତ୍ୟ ପାଇଁ  ସ୍ତ୍ରୀ ନିକିତା  ଏବଂ ଶ୍ବଶୁରଘର ଯେତିକି ଦାୟୀ ସେମାନଙ୍କ ଠାରୁ ଅଧିକ ବ୍ୟବସ୍ଥା ଦାୟୀ । ଯୌତୁକ ମାମଲାରେ ଅତୁଲ ଏବଂ ତାଙ୍କ ପରିବାର  ୧୨୦ଥର ଜୋନପୁର କୋର୍ଟରେ  ହାଜର ହୋଇସାରିଥିଲେ। 

 ଏଠି ଗୋଟିଏ କଥା କହିବୁ  ଯଦି ନାରୀ ନିର୍ଯାତନା କଥା ଉଠୁଛି  ତେବେ ଏଘଟଣାରେ ସବୁବେଳେ ପୁରୁଷ ଭୁଲ ନଥାଏ କି  ପୁରୁଷର ପରିବାର। ନାରୀ ପ୍ରତି ସମ୍ବେଦନଶୀଳ ଥିବା ଆଇନ୍‌ ଗୋଟିଏ ପକ୍ଷରୁ ସୁବୁବେଳେ ବିଚାର କରେ କେମିତି ଝିଅଟିକୁ ନ୍ୟାୟ ମିଳିଯାଉ। ହେଲେ ଏଠି ଦେଖାଯାଏନା ଅନ୍ୟାୟ କିଏ କରିଛି .. ଭୁଲ କିଏ କରିଛି.. ଆଖି ବୁଝି ପୁରୁଷଙ୍କୁ ହିଁ ଦୋଷି  ସାବ୍ୟସ୍ତ କରାଯାଇଥାଏ। ଆଉ କୋର୍ଟ ଲଦିଦେଇଥାନ୍ତି ଏକାଠି ନରହିଲେ ବି ସ୍ତ୍ରୀର ସବୁ ଭରଣପୋଷଣ ଦାୟିତ୍ବ ପୁରୁଷର। ଛାଡପତ୍ର ସରିବା ପରେ ମଧ୍ୟ ସ୍ତ୍ରୀର ଭରଣପୋଷ ଭାର ନେଇଥାଏ ଏହି ପୁରୁଷ ।

ତେବେ ଏସବୁ ମାମଲାରେ ନାରୀ  ନିର୍ଯାତନା ଆଇନ୍‌ ର ଦୁରୁପଯୋଗ କରାଯାଉଛି। ମହିଳାମନେ ସ୍ବାର୍ଥ ସାଧନ ପାଇଁ  ସ୍ବାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ଏହି ଆଇନ୍‌ ର ଅପବ୍ୟବହାର କରୁଛନ୍ତି। IPC  ଧାରା ୪୯୮A ଦଫାକୁ  ମହିଳାମାନେ ଅପବ୍ୟବହାର କରି ପୁରୁଷଙ୍କ ବିରୋଧରେ ଏକ ଅସ୍ତ୍ର ଭାବେ  ବ୍ୟବହାର କରିଚାଲିଛନ୍ତି। ଘରୋଇ ହିଂସାର ଦ୍ବାହି ଦେଇ  ନିର୍ଦ୍ଦୋଶ କୁ  କୋର୍ଟର ଚକ୍କର କଟାଉଛନ୍ତି  ଏବଂ ଅଯୌକ୍ତିକ ଦାବି ପୁରଣ କରିବାକୁ ବାଧ୍ୟ କରୁଛନ୍ତି କିଛି  ନାରୀ।

NCRB   ରିପୋର୍ଟ ମୁତାବକ,  ପ୍ରତିବର୍ଷ  ଏକ ଲକ୍ଷରୁ ଅଧିକ ପୁରୁଷ କେବଳ  ପାରିବାରିକ ସମସ୍ୟା  କାରଣରୁ   ଆତ୍ମହତ୍ୟା କରୁଛନ୍ତି। ଯାହା ଚକିତ କରିଛି।   ତେବେ ବର୍ତ୍ତମାନ ସମସ୍ତିଙ୍କର ଗୋଟିଏ ସ୍ବର ବ୍ୟବସ୍ଥା ବଦଳିବା ଦରକାର। ନହେଲେ  ଅତୁଲଙ୍କ  ଅନେକ ନର୍ଦ୍ଦୋଶ ବଳି ପଡୁଥିବେ।