ବିଧାନସଭାରେ କିଏ ପଚାରୁଛି କେତେ ପ୍ରଶ୍ନ? କିଏ କରୁଛି ଦମଦାର ପ୍ରଦର୍ଶନ?

Advertisment

ବିଧାନସଭାରେ ଆପଣଙ୍କ ବିଧାୟକ ଆପଣଙ୍କ ପାଇଁ  କେତେ ପ୍ରଶ୍ନ ପଚାରୁଛନ୍ତି । ଆଉ କିଏ ଦମଦାର ପ୍ରଦର୍ଶନ କରୁଛି । ବିଧାୟକଙ୍କ ରିପୋର୍ଟ କାର୍ଡ ନେଇ  ଦେଖନ୍ତୁ କନକ ନ୍ୟୁଜର ଏକ୍ସକ୍ସୁସିଭ ରିପୋର୍ଟ । 

ବିଧାନସଭାରେ ଆପଣଙ୍କ ବିଧାୟକ ଆପଣଙ୍କ ପାଇଁ  କେତେ ପ୍ରଶ୍ନ ପଚାରୁଛନ୍ତି । ଆଉ କିଏ ଦମଦାର ପ୍ରଦର୍ଶନ କରୁଛି । ବିଧାୟକଙ୍କ ରିପୋର୍ଟ କାର୍ଡ ନେଇ  ଦେଖନ୍ତୁ କନକ ନ୍ୟୁଜର ଏକ୍ସକ୍ସୁସିଭ ରିପୋର୍ଟ । 

Assembly Odisha

Assembly Odisha Photograph: (kanaknews)

କନକ ବ୍ୟୁରୋ: ନଭେମ୍ୱର ୨୬ରୁ ଆରମ୍ଭ ହୋଇଥିଲା ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିନବେଶନ ।  ଏଥିରେ ୧୨ଟି କାର୍ୟ୍ୟଦିବସ ସହ ଡିସେମ୍ବର ୧୧ରେ ସରିଥିଲା ଅଧିବେଶନ । ହେଲେ ଆପଣଙ୍କ ବିଧାୟକ ବିଧାନସଭାରେ କେତେ ଆପଣଙ୍କ ପ୍ରଶ୍ନ ପଚାରୁଛନ୍ତି ? କଣ ରହୁଛି ସେମାନଙ୍କ ପ୍ରଦର୍ଶନ? ନଜର ପକାନ୍ତୁ ବିଧାନସଭାରୁ ଆସିଥିବା ବିଧାୟକଙ୍କ ପ୍ରଶ୍ନର ହିସାବକିତାବ ଉପରେ । ଏଥିରେ ଉଲ୍ଲେଖ ରହିଛି କେଉଁ ବିଧାୟକ କେତେ ତାରକା ଓ ଅଣତାରକା ପ୍ରଶ୍ନ କରିଛନ୍ତି । 

ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନୋତ୍ତର : 
- ପ୍ରାୟ ୨୭ ଜଣ ବିଧାୟକ ଶୀତ ଅଧିବେଶନରେ କୌଣସି ପ୍ରଶ୍ନ କରିନାହାନ୍ତି
-ଅର୍ଥାତ ତାରକା ହେଉ କି  ଅଣତାରକା, କୌଣସି ବି ପ୍ରଶ୍ନ କରି ନାହାନ୍ତି
-୨୭ ବିଧାୟକଙ୍କ ମଧ୍ୟରେ ଅଛନ୍ତି ନବୀନ ପଟ୍ଟନାୟକ, ଜୟନାରାୟଣ ମିଶ୍ର 
-ଅରବିନ୍ଦ ମହାପାତ୍ର, ଆକାଶଦାସ ନାୟକ, ଅଶ୍ବିନୀ ଷଡ଼ଙ୍ଗୀ
-ଆଶ୍ରିତ ପଟ୍ଟନାୟକ, ଦୁର୍ଗାପ୍ରସନ୍ନ ନାୟକ, ଇରାଶିଷ ଆଚାର୍ୟ୍ୟ
-ସନ୍ତୋଷ ଖଟୁଆ, ପ୍ରମିଳା ମଲ୍ଲିକ, ପ୍ରତାପ ନାୟକ
-ରଘୁନାଥ ଜଗଦଲ୍ଲା,ସଞ୍ଜିବ ମଲ୍ଲିକ, ସାଗର ଦାସ
ଏଭଳି  ପ୍ରାୟ ୨୭ ବିଧାୟକ ଗୃହ କାର୍ୟ୍ୟରେ ଭାଗନେଇଥିଲେ ବି କିଛି ତାରକା, ଅଣତାରକା ପ୍ରଶ୍ନ ପଚାରନାହାନ୍ତି ବୋଲି ବିଧାନସଭାର ରିପୋର୍ଟ କହୁଛି ।


ଆଉ କିଛି ବିଧାୟକ ଗୃହରେ ଦମଦାର ପ୍ରଦର୍ଶନ କରିଛନ୍ତି । ପ୍ରାୟ ୧୨ ଜଣ ବିଧାୟକ ଶହେରୁ ଅଧିକ ପ୍ରଶ୍ନ ପଚାରିଛନ୍ତି । ନଜର ପକାନ୍ତୁ ତାଲିକା ଉପରେ

ରଣେନ୍ଦ୍ର ପ୍ରତାପ ସ୍ବାଇଁ                      ୧୧୧
ଟଙ୍କଧର ତ୍ରିପାଠୀ                            ୧୧୦
ତାରା ବାହିନୀପତି                            ୧୦୬
ଧୃବ ସାହୁ                                      ୧୦୯
ସୋଫିଆ ଫିର୍ଦ୍ଦୋସ                            ୧୦୭
ଓମ ପ୍ରକାଶ ମିଶ୍ର                                ୧୦୪
ଉପାସନା ମହାପାତ୍ର                             ୧୦୦
ରଣେନ୍ଦ୍ର ପ୍ରତାପ ସ୍ବାଇଁ ସବୁଠୁ ଅଧିକ ପ୍ରଶ୍ନ କରିଛନ୍ତି । ସେହିପରି ଟଙ୍କଧର ତ୍ରିପାଠୀ ୧୧୦ଟି ତାରକା ଅଣତାରକା ପ୍ରଶ୍ନ କରିଛନ୍ତି । କଂଗ୍ରେସ ବିଧାୟକ ତାରାବାହିନୀପତି ୧୦୬ ପ୍ରଶ୍ନ ପଚାରିଥିବାବେଳେ ସୋଫିଆ ଫିର୍ଦ୍ଦୋଶ ୧୦୭ଟି ପ୍ରଶ୍ନ କରିଛନ୍ତି ।      

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe