କିଏ ଟ୍ରେନ ହାଇଜାକ୍ କରିଥିବା ବଲୁଚ ଲିବରେସନ୍ ଆର୍ମୀ? ଯିଏ ପାକିସ୍ତାନ ଆର୍ମିକୁ ନାକରେ ପାଣି ପିଆଉଛି

Advertisment

ପାକିସ୍ତାନରେ ଆତଙ୍କବାଦୀମାନେ ଟ୍ରେନ ହାଇଜାକ କରି ୪୫୦ ଯାତ୍ରୀଙ୍କୁ ବନ୍ଧକ କରିନେଇଛନ୍ତି । ତେବେ ଏହି ଘଟଣା ପଛରେ ବଲୁଚି ଲିବରେସନ ଆର୍ମୀର ହାତ ଥିବା କୁହାଯାଉଛି । ବଲୁଚ ଲିବରେସନ ଆର୍ମୀ ଦାବି କରିଛି ଯେ ସେ କ୍ୱେଟାରୁ ପେଶାବର ଯାଉଥିବା ଜାଫର ଏକ୍ସପ୍ରେସକୁ ବୋଲନରେ ହାଇଜାକ କରିନେଇଛନ୍ତି, ଆଉ ୪୫୦ ଯାତ୍ରୀ ତାଙ୍କ କବଜାରେ ରହିଛନ୍ତି ।

ପାକିସ୍ତାନରେ ଆତଙ୍କବାଦୀମାନେ ଟ୍ରେନ ହାଇଜାକ କରି ୪୫୦ ଯାତ୍ରୀଙ୍କୁ ବନ୍ଧକ କରିନେଇଛନ୍ତି । ତେବେ ଏହି ଘଟଣା ପଛରେ ବଲୁଚି ଲିବରେସନ ଆର୍ମୀର ହାତ ଥିବା କୁହାଯାଉଛି । ବଲୁଚ ଲିବରେସନ ଆର୍ମୀ ଦାବି କରିଛି ଯେ ସେ କ୍ୱେଟାରୁ ପେଶାବର ଯାଉଥିବା ଜାଫର ଏକ୍ସପ୍ରେସକୁ ବୋଲନରେ ହାଇଜାକ କରିନେଇଛନ୍ତି, ଆଉ ୪୫୦ ଯାତ୍ରୀ ତାଙ୍କ କବଜାରେ ରହିଛନ୍ତି ।

EF

Photograph: (KANAK NEWS)

କନକ ବ୍ୟୁରୋ: ପାକିସ୍ତାନରେ ଆତଙ୍କବାଦୀମାନେ ଟ୍ରେନ ହାଇଜାକ କରି ୪୫୦ ଯାତ୍ରୀଙ୍କୁ ବନ୍ଧକ କରିନେଇଛନ୍ତି । ତେବେ ଏହି ଘଟଣା ପଛରେ ବଲୁଚି ଲିବରେସନ ଆର୍ମୀର ହାତ ଥିବା କୁହାଯାଉଛି । ବଲୁଚ ଲିବରେସନ ଆର୍ମୀ ଦାବି କରିଛି ଯେ ସେ କ୍ୱେଟାରୁ ପେଶାବର ଯାଉଥିବା ଜାଫର ଏକ୍ସପ୍ରେସକୁ ବୋଲନରେ ହାଇଜାକ କରିନେଇଛନ୍ତି, ଆଉ ୪୫୦ ଯାତ୍ରୀ ତାଙ୍କ କବଜାରେ ରହିଛନ୍ତି । ଏହା ପ୍ରଥମଥର ହୋଇନି ଯେଉଁଠି ବିଏଏଲ ପାକିସ୍ତାନ ଆର୍ମୀଙ୍କ ନାକରେ ପାଣି ପିଆଇଛନ୍ତି । 

ବଲୁଚି ଲିବରେସନ ଆର୍ମୀ ଏକ ବିଦ୍ରୋହୀ ସଶସ୍ତ୍ର ଅଲଗାଗବାଦୀ ସଂଗଠନ । ଯାହା ପାକିସ୍ତାନର ବଲୁଚସ୍ତାନ ପ୍ରାନ୍ତରେ ଲମ୍ୱା ସମୟ ଯାଏଁ ସକ୍ରିୟ ରହିଛି । ଆଫଗାନିସ୍ତାନକୁ ଲାଗିଥିବା ଏହି ଅଞ୍ଚଳର ଲୋକଙ୍କ କହିବାକଥା ହେଲା ସେମାନଙ୍କୁ କୌଣସି ସୁବିଧା ମିଳୁନାହିଁ । ବଲୁଚିସ୍ତାନର ସ୍ୱତନ୍ତ୍ରତା ପାଇଁ ବଲୁଚର ଲୋକମାନେ ନିଜ ଅଧିକାରୀ ଦାବି କରିଆସୁଛନ୍ତି । ତେବେ ଏଥିପାଇଁ ବଲୁଚି ଲିବରେସନ ଆର୍ମୀ କାମ କରୁଛି । ସେମାନେ ମୁଖ୍ୟତଃ ପାକିସ୍ତାନୀ ସେନା, ସରକରୀ ପ୍ରତିଷ୍ଠାନ ଓ ଚୀନ ପରିୟୋଜନା ଉପରେ ଆକ୍ରମଣ କରନ୍ତି । ପାକିସ୍ତାନ ୨୦୦୬ରେ ବିଏଲଏକୁ ଆତଙ୍କୀ ସଂଗଠନ ଘୋଷଣା କରିଛି । 

୧୯୪୭ରେ ଯେତେବେଳେ ପାକିସ୍ତାନ ଗଠନ ହେଲା, ବଲୁଚିସ୍ତାନ ଏକ ସ୍ୱତନ୍ତ୍ର ଅଞ୍ଚଳ ଥିଲା । ହେଲେ ୧୯୪୮ ମସିହାରେ ପାକିସ୍ତାନ ଏହାକୁ ବଳପୂର୍ବକ ନିଜ ଦେଶରେ ସାମିଲ କରିଦେଇଥିଲା । ବଲୁଚସ୍ତାନର ଲୋକ ନିଜ ସାଂସ୍କୃତିକ ଓ ରାଜନୈତିକ ପରିଚୟକୁ ନେଇ ସଂଘର୍ଷ କରୁଥିଲେ । ୧୯୭୦ରେ ଦଶକରେ ବଲୁଚି ରାଷ୍ଟ୍ରବାଦୀମାନେ ପାକିସ୍ତାନଠାରୁ ଅଲଗା ହେବାକୁ ଅନେକ ପ୍ରୟାସ କରିଥିଲେ । ପାକିସ୍ତାନ ୧୯୭୦ରେ ଏକ ବଡ ସୈନ୍ୟ ଅଭିଯାନ ଆରମ୍ଭ କରିଥିଲେ ଯେଉଁଥିରେ ବଲୁଚର ଅନେକ ନେତା ଓ ସମୁଦାୟଙ୍କୁ ପ୍ରତାଡିତ କରାଯାଇଥିଲା । ଆଉ ସେବେଠାରୁ ବଲୁଚର କିଛି ସଂଗଠନ ସଶସ୍ତ୍ର ବିଦ୍ରୋହର ରାସ୍ତା ବାଛିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe