କନକ ବ୍ୟୁରୋ : ମହାରାଷ୍ଟ୍ରରେ ଶପଥ ନେଇଛି ନୂଆ ସରକାର। ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ହେଲେ ଏବେ ବି ସରିନି ମହାରାଷ୍ଟ୍ର ସସପେନ୍ସ। ଏକନାଥ ସିନ୍ଦେଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଲାଗି ରହିଛି । ଗୃହ ମନ୍ତ୍ରାଳୟ ଦାବି କରିପାରନ୍ତି ଏକନାଥ ସିନ୍ଦେ । ଗୃହ ମନ୍ତ୍ରାଳୟକୁ ନେଇ ନ୍ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ଆଭ୍ୟନ୍ତରୀଣ ଚାପ ଓ ଅନ୍ୟ ସମୀକରଣ ବଜାୟ ରଖିବା ପାଇଁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏକନାଥ ସିନ୍ଦେ । ଏହାରି ଭିତରେ ମହାରାଷ୍ଟ୍ରରେ କାହାକୁ କେଉଁ ବିଭାଗ ମିଳିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି ବିଜେପିରୁ ୨୦ ଜଣ ମନ୍ତ୍ରୀ ହେବେ । ଏକନାଥ ସିନ୍ଦେ ଗୋଷ୍ଠୀରୁ ୧୩ ଓ ଏନସିପିକୁ ୧୦ ଜଣ ମନ୍ତ୍ରୀ ହେବେ। ଅଜିତ ପାୱାରଙ୍କୁ କେଉଁ ବିଭାଗ ମିଳିବ ତାହା ଉପରେ ମଧ୍ୟ ନଜର ରହିଛି ।  ଏକନାଥ ସିନ୍ଦେଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ଅର୍ଥ ମନ୍ତ୍ରାଳୟ ମିଳିଥିଲା । 

Advertisment

ଚାଲେଞ୍ଜ ଫର ଫଡନାଭିସ
ତୃତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଛନ୍ତି ଦେବେନ୍ଦ୍ର ଫଡନାଭିସ୍‌ । ମହାରାଷ୍ଟ୍ରରେ ସବୁଠୁ ଅଧିକ ରାଲି କରିବା ସହ ବିଚକ୍ଷଣ ରଣନୀତି ପାଇଁ ବିଜେପିକୁ ମିଳିପାରିଛି ଏହି ସଫଳତା । କିନ୍ତୁ ନିର୍ବାଚନ ଜିତିବା ଓ ସରକାର ଚଳାଇବା ମଧ୍ୟରେ ରହିଛି ଅନେକ ତଫାତ । ମେଣ୍ଟ ସରକାର ହୋଇଥିବାରୁ ସହଯୋଗୀଙ୍କୁ ନେଇ ଚାଲିବା ଫଡନାଭିସଙ୍କ ପାଇଁ ହେବ ସବୁଠୁ ବଡ଼ ଚାଲେଞ୍ଜ । ତେବେ ଦେଖନ୍ତୁ ଫଡନାଭିସଙ୍କ ପାଇଁ କଣ ରହିବ ମୁଖ୍ୟ ଚାଲେଞ୍ଜ?


ଫଡନାଭିସଙ୍କ ପାଇଁ ଅଗ୍ନି ପରୀକ୍ଷା
ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବା ହେବ ବଡ଼ ଆହ୍ବାନ
ମହାରାଷ୍ଟ୍ର ସରକାରଙ୍କ ମୁଣ୍ଡରେ ରହିଛି ୭.୮୨ ଲକ୍ଷ କୋଟି ଟଙ୍କାର ଋଣ
ନିର୍ବାଚନ ପୂର୍ବରୁ ଅନେକ ଯୋଜନା ନେଇ ପ୍ରତିଶ୍ରୁତି ଦେଇଛି ମହାୟୁତି ମେଣ୍ଟ
ପ୍ରତିଶ୍ରୁତି ପାଳନ ପାଇଁ ଅର୍ଥ ଯୋଗାଡ଼ କରିବା ହେବ ବଡ଼ ଚାଲେଞ୍ଜ
ମହିଳାଙ୍କୁ ମିଳିଥିବା ରାଶି ବୃଦ୍ଧି ପାଇଁ ଘୋଷଣା କରାଯାଇଥିଲା 
ମହିଳାଙ୍କ ସହାୟତା ୧୫୦୦ରୁ ୨୧୦୦ କରିବାକୁ ପ୍ରତିଶ୍ରୁତି ମିଳିଛି
ବୃଦ୍ଧବୃଦ୍ଧା ଓ ବିଧବାଙ୍କ ଭତ୍ତା ବୃଦ୍ଧି ମଧ୍ୟ ବଡ଼ ଚାଲେଞ୍ଜ
କିଷାନ ନିଧି ରାଶି ୧୨ ହଜାରରୁ ୧୫ ହଜାର କରିବାକୁ ଘୋଷଣା ହୋଇଛି
କୃଷକଙ୍କ ଋଣ ଛାଡ଼ ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ
ବିଏମସି ନିର୍ବାଚନ ଜିତିବା ଫଡନାଭିସଙ୍କ ପାଇଁ ବଡ଼ ଆହ୍ବାନ
ବିଏମସି ନିର୍ବାଚନ ଯାଏ ମୁଖ୍ୟମନ୍ତ୍ରୀ ରହିବାକୁ ଦାବି କରୁଥିଲେ ଏକନାଥ ସିନ୍ଦେ
ଗୁଜରାଟ ଚାଲିଯାଉଥିବା ପ୍ରୋଜେକ୍ଟକୁ ରୋକିବା ପ୍ରାଥମିକତା ହେବ
ଆଇନଶୃଙ୍ଖଳା, ଆର୍ଥିକ ବିକାଶ, ନିଯୁକ୍ତି ସୃଷ୍ଟି ଭଳି ପରୀକ୍ଷା ଦେବାକୁ ପଡ଼ିବ