କନକବ୍ୟୁରୋ : ଲିଟିଲ ମାଷ୍ଟରଙ୍କୁ କିଏ କଲା ଅସମ୍ମାନ । ସୁନୀଲ ଗାଭାସ୍କରଙ୍କୁ ଅସମ୍ମାନ ନେଇ ଅଭିଯୋଗ ହୋଇଛି। ପୂର୍ବତନ ଭାରତୀୟ ପେସର କର୍ସନ ଘାଭ୍ରୀ କହିଛନ୍ତି, ଆଜିର ଜେନେରେସନର ଖେଳାଳିମାନେ ଗାଭାସ୍କରଙ୍କ ମୂଲ୍ୟବାନ ପରାମର୍ଶକୁ ଉପେକ୍ଷା କରୁଛନ୍ତି, ଯାହା ଦୁର୍ଭାଗ୍ୟଜନକ। ବିଶେଷ କରି ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ୍ ଅଣଦେଖା କରିଥିବା ଖୁଲାସା କରିଛନ୍ତି ସେ ।
ତେବେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲୀ ଓ ଭିଭିଏସ ଲକ୍ଷ୍ମଣ ପରି ପୂର୍ବତନ ଖେଳାଳିମାନେ ଗାଭାସ୍କରଙ୍କ ପରାମର୍ଶ ନେଇ ଉପକୃତ ହୋଇଥିବା ବେଳେ ବର୍ତ୍ତମାନର ପିଢ଼ି ତାହା କରୁନାହାନ୍ତି। ଘାଭ୍ରୀ କହିଛନ୍ତି , ବିଦେଶୀ ଖେଳାଳିମାନେ ମଧ୍ୟ ଗାଭାସ୍କରଙ୍କଠାରୁ ପରାମର୍ଶ ନେଉଛନ୍ତି, କିନ୍ତୁ ଭାରତୀୟ ବ୍ୟାଟ୍ସର ତାହା କରୁନଥିବା ଦୁଃଖଦ। ରୋହିତଙ୍କ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଗାଭାସ୍କରଙ୍କ ଟିପ୍ପଣୀ ନେଇ ବିସିସିଆଇକୁ ଅଭିଯୋଗ ଓ ଆଇପିଏଲ୍ ୨୦୨୪ରେ ବିରାଟଙ୍କ ଷ୍ଟ୍ରାଇକ ରେଟ୍ ନେଇ ଗାଭାସ୍କରଙ୍କ ସହ ମତାନ୍ତର ଏହି ବିବାଦକୁ ବଢ଼ାଇଛି। ଘାଭ୍ରୀ ଗାଭାସ୍କରଙ୍କ ସମାଲୋଚନାକୁ କ୍ରିକେଟରଙ୍କୁ ସକାରାତ୍ମକ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।