କନକ ବ୍ୟୁରୋ : ମୋଦୀଙ୍କ ଆମେରିକା ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜବୁତ ନେଇ ଚର୍ଚ୍ଚା ଭିତରେ ପୁଣି ହଇଚଇ ସୃଷ୍ଟି କରିଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ । ଭାରତକୁ ଟାର୍ଗେଟ୍ କରି ଆର୍ଥିକ ସହାୟତା ବନ୍ଦ କରିବା କଥା ଉଠାଇଛନ୍ତି ଟ୍ରମ୍ପ । ଟ୍ରମ୍ପ କହିଛନ୍ତି :
ଭାରତକୁ ଟ୍ରମ୍ପଙ୍କ ଟାର୍ଗେଟ୍
ଭାରତ ଚାହୁଁଥିଲା ଆଉ କିଏ ନିର୍ବାଚନ ଜିତୁ
ଅନ୍ୟ କାହାକୁ ଜିତାଇବାକୁ ଚାହୁଁଥିଲେ କି ବାଇଡେନ୍?
କାହିଁକି ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ
ଭୋଟର ହାର ବୃଦ୍ଧି ନେଇ 21 ମିଲିୟନ ଡଲାର କାହିଁକି ଦେବୁ
ଭାରତ ପାଖରେ ପ୍ରଚୁର ଅର୍ଥ ଅଛି
ତଥାପି ସେମାନେ ଆମେରିକା ଉପରେ ଅଧିକ ଶୁଳ୍କ ଲଗାନ୍ତି
ଭାରତ ଓ ମୋଦୀଙ୍କ ପାଇଁ ସମ୍ମାନ ଅଛି, କିନ୍ତୁ ପରିସ୍ଥିତ ଭିନ୍ନ ଏବେ
ଭାରତକୁ ଆର୍ଥିକ ସହାୟତା ବନ୍ଦ କରିବ ଆମେରିକା
ଅଧିକ ଶୁଳ୍କ ଲଗାଉଥିବାରୁ ଚିହିଁକିଲେ ଟ୍ରମ୍ପ
ମୋଦୀ-ଟ୍ରମ୍ପ ଭେଟଘାଟ ପରେ ଦୁଇ ଦେଶ ମଧ୍ୟରେ ଦ୍ବୈତ ବାଣିଜ୍ୟ ନେଇ ଚୁକ୍ତି ହୋଇଛି । କିନ୍ତୁ ଆମେରିକା ରାଷ୍ଟ୍ରପତି ଏଥିରେ ଉତ୍ସାହିତ ନଥିବା ଜଣାପଡିଛି । ସେ ଭାରତକୁ ଏକ ଅଧିକ ଶୁଳ୍କ ଲଗାଉଥିବା ଦେଶ କହିଛନ୍ତି । କେବଳ ସେତିକି ନୁହେଁ ଆମେରୀକିୟ କମ୍ପାନୀ ଟେସଲାର ଭାରତରେ ନିବେଶକୁ ନେଇ ମଧ୍ୟ ଟ୍ରମ୍ପ ପ୍ରଶ୍ନ ଉଠାଇଛନ୍ତି । ନିକଟରେ ଆମେରିକାରୁ ବେଆଇନ ପ୍ରବାସୀଙ୍କୁ ହାତକଡି ଓ ଚେନରେ ବାନ୍ଧି ଭାରତ ପ୍ରତ୍ୟାର୍ପଣ କରାଯାଇଥିଲା । ଯାହାକୁ ନେଇ ଆମେରିକାର ନୀତି ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଆଉ ଏବେ ଟ୍ରମ୍ପ ସଦ୍ୟ ବୟାନ ଦେଶର ରାଜନୀତିକୁ ସରଗରମ କରିଦେଇଛି ।