ପନ୍ନୁର ଧମକକୁ କିଏ କରେ ପରୱା: ରାଜଧାନୀରେ ସବୁ ସୁରକ୍ଷା ବିଭାଗର ମୁଖିଆ

ଡିଜି ସମ୍ମିଳନୀ ପୂର୍ବରୁ ଖୋଲା ଧମକ ଦେଇଥିଲା ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ସିଂ ପନ୍ନୁ । ସୁରକ୍ଷା ଅଧିକାରୀଙ୍କୁ ଆତଙ୍କବାଦୀ କହିବା ସହ ସେମାନଙ୍କ ମୁଖିଆ ଅମିତ ଶାହା ଟେରର ଅର୍ଗାନାଇଜେସନ୍ ମୁଖ୍ୟ ବୋଲି କହିଥିଲା ପନ୍ନୁ ।

wdw

କନକ ବ୍ୟୁରୋ: ଡିଜି ସମ୍ମିଳନୀ ପୂର୍ବରୁ ଖୋଲା ଧମକ ଦେଇଥିଲା ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ସିଂ ପନ୍ନୁ । ସୁରକ୍ଷା ଅଧିକାରୀଙ୍କୁ ଆତଙ୍କବାଦୀ କହିବା ସହ ସେମାନଙ୍କ ମୁଖିଆ ଅମିତ ଶାହା ଟେରର ଅର୍ଗାନାଇଜେସନ୍ ମୁଖ୍ୟ ବୋଲି କହିଥିଲା ପନ୍ନୁ । କେବଳ ସେତିକି ନୁହେଁ ଭୁବନେଶ୍ୱରରେ ବଡ଼ ଧରଣରର ଆକ୍ରମଣ ନେଇ ନିଜ ସମର୍ଥକଙ୍କୁ ମଧ୍ୟ ଦେଇଥିଲା ଆହ୍ୱାନ। ହେଲେ ପନ୍ନୁର କଥାକୁ ଖାତିର କରେ କିଏ । ନିଜକୁ ଖଲିସ୍ତାନୀ କହୁଥିବା ପନ୍ନୁ ଭାରତ ବିରୋଧୀ ମନ୍ତବ୍ୟ ଦେଇଥାଏ । ଭାରତରେ ଶିଖ ଲୋକଙ୍କୁ ଉସକାଇବା ଭଳି ମନ୍ତବ୍ୟ ଦେଇଥାଏ ପନ୍ନୁ । ଆଉ ଏବେ ଡିଜି ସମ୍ମିଳନୀରେ ଆକ୍ରମଣ ନେଇ ଚେତାବନୀ ଦେଇଛି ଖଲିସ୍ତାନୀ ଆତଙ୍କୀ। ହେଲେ ଯେଉଁଠି ଦେଶର ଏତେ ବଡ଼ ବଡ଼ ସୁରକ୍ଷା ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି, ପନ୍ନୁ ଭଳି ଆତଙ୍କୀର କଥାକୁ ଖାତିର କିଏ କରେ। 

କିଏ ଖଲିସ୍ତାନୀ ଆତଙ୍କୀ ପନ୍ନୁ?
ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ
ପଞ୍ଜାବ ଅମୃତସରରେ ଜନ୍ମ, ଏବେ କାନାଡାର ବାସିନ୍ଦା
ଖଲିସ୍ତାନୀ ଉଗ୍ରବାଦର ପ୍ରମୁଖ ଚେହେରା
ଭାରତ ବିରୋଧୀ ମନ୍ତବ୍ୟ ଦେଇ ରହିଥାଏ ଚର୍ଚ୍ଚାରେ
ଭାରତରେ ହିଂସା ଉସୁକାଇବାଭଳି ଦେଇଥାଏ ମନ୍ତବ୍ୟ
ମୋଦୀ, ଶାହା, ଡୋଭାଲଙ୍କୁ ଦେଇଥିଲା ହତ୍ୟା ଧମକ
ବିଦେଶରେ ଖଲିସ୍ତାନୀ ଉଗ୍ରବାଦକୁ ସକ୍ରିୟ ରଖିଛି ପନ୍ନୁ
ଶିଖ୍‌ ଫର ଜଷ୍ଟିସ୍ ନାମରେ ଆନ୍ଦୋଳନ କରୁଛି ପନ୍ନୁ
୨୦୧୯ରେ ଶିଖ୍‌ ଫର୍‌ ଜଷ୍ଟିସକୁ ନିଷିଦ୍ଧ କରିଥିଲେ ଅମିତ ଶାହ
ଭାରତରେ ପନ୍ନୁ ଉପରେ ବି ଲାଗିଛି ପ୍ରତିବନ୍ଧକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe