ମଙ୍କିପକ୍ସର ପ୍ରଥମ ଟିକାକୁ ‘ହୁ’ର ଅନୁମତି ; ଭୂତାଣୁ ଉପରେ ଲାଗିବ ରୋକ୍

ମଙ୍କିପକ୍ସର ପ୍ରଥମ ଟିକାକୁ ମିଳିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମତି ; ଆଫିକ୍ରା ମହାଦେଶରେ ଏମପକ୍ସ ବ୍ୟାପୀବାରେ ଲାଗିବ ରୋକ । ଭାରତରେ ବି ଚିହ୍ନଟ ହୋଇଛି ମଙ୍କିପକ୍ସ ରୋଗୀ ।

66

କନକ ବ୍ୟୁରୋ: ବିଶ୍ୱବ୍ୟାପୀ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ମଧ୍ୟରେ ଆସିଛି ଆଶ୍ୱସ୍ତିକର ଖବର। ମଙ୍କିପକ୍ସର ପ୍ରଥମ ଟିକା ଏମଭିଏ-ବିଏନକୁ ସବୁଜ ସଙ୍କେତ ମିଳିଛି । ବଭାରିଆନ୍ ନର୍ଡ଼ିକ୍ ଦ୍ୱାରା ପ୍ରସ୍ତୁତ ଏହି ଟିକାକୁ ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ ସିଗନାଲ ମିଳିଛି । ମଙ୍କିପକ୍ସ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ପାଇଁ ଏହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରାକ୍-ଯୋଗ୍ୟତା ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛି ।

 ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ ଏହି ବିବୃତ୍ତିରେ କହିଛି ଯେ, ପୂର୍ବରୁ ଦିଆଯାଇଥିବା ଏମଭିଏ-ବିଏନର ଗୋଟିଏ ଡୋଜ୍ ଟିକା ପ୍ରାୟ ୭୬ପ୍ରତିଶତ ପ୍ରଭାବଶାଳୀ ଦର୍ଶାଇଥିଲା । ବର୍ତ୍ତମାନ ଦ୍ୱିତୀୟ ଡୋଜ୍ ଟିକା ୮୨ପ୍ରତିଶତ ଫଳପ୍ରଦ ହେବ ବୋଲି ଆକଳନ କରାଯାଉଛି । ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe