କନକ ବ୍ୟୁରୋ: କିଏ ଓ କାହିଁକି ଭାଇ ଭଉଣୀଙ୍କୁ ମାରିଲା ଗୁଳି । କେମିତି ଘଟିଥିଲା ଗୁଳିକାଣ୍ଡ । କନକ ନ୍ୟୁଜ କ୍ୟାମେରା ଆଗରେ ଛାତିଥରା କାହାଣୀ କହିଲେ ଆହତ ନାବାଳକ। ଅନୁଗୁଳ କିଶୋରନଗର ଥାନା ଭାଗମଣ୍ଡା ଗାଁରେ ଗତକାଲି ବିଳମ୍ୱିତ ରାତିରେ ଘଟିଥିଲା ଗୁଳିକାଣ୍ଡ । ଘର ବାରଣ୍ଡାରେ ଶୋଇଥିବା ବେଳେ ଭାଇ ଭଉଣୀଙ୍କ ଉପରେ ହଠାତ୍ ଗୁଳିମାଡ଼ ହୋଇଥିଲା । ଏଥିରେ ଉଭୟ ଗୁରୁତର ହୋଇଛନ୍ତି । ୯ ବର୍ଷର ଭାଇ ଓ ୧୩ ବର୍ଷ ଭଉଣୀ ପେଟରେ ବାଜିଛି ଗୁଳି । କଟକ ବଡ଼ ମେଡିକାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ କୁନି କୁନି ଭାଇ ଭଉଣୀଙ୍କୁ କାହିଁକି ଗୁଳିମାଡ଼ ହୋଇଛି, ତାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ କିଶୋରନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।