କନକ ବ୍ୟୁରୋ : ନନ୍ଦନକାନନ ପାଇଁ ଖୁସିର ଖବର ନେଇ ଆସିଲେ ନୂଆ ଅତିଥି । ଧଳା ବାଘୁଣୀ ରୂପା ଗର୍ଭରୁ ଜନ୍ମ ନେଇଛନ୍ତି ୪ ଶାବକ । ଖୁଆଡ଼ରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଛି ଶାବକଙ୍କ ଚିତ୍ର । ଏହାର ଫଟୋ ମଧ୍ୟ ନନ୍ଦନକାନନ କତ୍ତୃପକ୍ଷ ଜାରି କରିଛନ୍ତି ।

Advertisment

ମାଆ ବାଘୁଣୀ ରୂପା ୨୦୧୮ ମସିହାରେ ନନ୍ଦନକାନନରେ ହିଁ ଜନ୍ମ ଗ୍ରହଣ କରିଥିଲା । ଏବେ ରୂପାର ବୟସ ୬ ବର୍ଷ ହୋଇଥିବା ବେଳେ ୪ଟି ଶାବକଙ୍କୁ ଜନ୍ମ ଦେଇଛି । ଏହାକୁ ମିଶାଇ ତୃତୀୟ ଥର ପାଇଁ ମାଆ ହୋଇଛି ଧଳା ବାଘୁଣୀ । ୨୦୨୨ରେ ପ୍ରଥମେ ୨ଟି ଶାବଙ୍କୁ ଜନ୍ମ ଦେଇଥିଲା ରୂପା । କିନ୍ତୁ ମାସକ ମଧ୍ୟରେ ଦୁଇ ଶବକଙ୍କ ମୃତ୍ୟୁ ହୋଇଥିଲା ।

ଏହାପରେ ୨୦୨୩ରେ ଦ୍ୱିତୀୟ ଥର ପାଇଁ ଦୁଇଟି ଶାବକଙ୍କୁ ଜନ୍ମ ଦେଇଥିଲା । ଉଭୟ ଏବେ ସୁରକ୍ଷିତ ଥିବା ବେଳେ ନନ୍ଦନକାନନରେ ଅଛନ୍ତି । ଏବେ ତୃତୀୟ ଥର ପାଇଁ ମାଆ ହେବା ପରେ ନିଜ ରୂପା ଖୁଆଡ଼ ମଧ୍ୟରେ ୪ ଶାବକଙ୍କ ଯତ୍ନ ନେଉଥିବା ଦେଖିବାକୁ ମିଳିଛି ।