ନନ୍ଦନକାନନରେ ଆଖି ବୁଜିଲା ଧଳା ବାଘ ଶାବକ ; ବାଘୁଣୀ ମୌସୁମୀ ଗର୍ଭରୁ ହୋଇଥିଲା ଜନ୍ମ

Advertisment

ଜୁନ୍ ୭ ତାରିଖରେ ବାଘୁଣୀ ମୌସୁମୀ ଗର୍ଭରୁ ରାଜେଶର ମିଳନରୁ ଜନ୍ମ ହୋଇଥିଲା ଧଳା ଶାବକ । ଜନ୍ମରୁ ଅସୁସ୍ଥ ଥିଲା ଧଳା ବାଘ ଶାବକ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜନ୍ମରୁ କମ୍ ଓଜନ ଥିବା ସହ ସଂକ୍ରମଣର ଶିକାର ହୋଇଥିଲା ।

ଜୁନ୍ ୭ ତାରିଖରେ ବାଘୁଣୀ ମୌସୁମୀ ଗର୍ଭରୁ ରାଜେଶର ମିଳନରୁ ଜନ୍ମ ହୋଇଥିଲା ଧଳା ଶାବକ । ଜନ୍ମରୁ ଅସୁସ୍ଥ ଥିଲା ଧଳା ବାଘ ଶାବକ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜନ୍ମରୁ କମ୍ ଓଜନ ଥିବା ସହ ସଂକ୍ରମଣର ଶିକାର ହୋଇଥିଲା ।

8

Photograph: (kanak news)

କନକ ବ୍ୟୁରୋ : ନନ୍ଦନକାନନରେ ଆଖି ବୁଜିଲା ଧଳା ବାଘ ଶାବକ । ଜନ୍ମ ହେବାର ଅଢ଼େଇ ମାସ ପରେ ଧଳା ଶାବକର ମୃତ୍ୟୁ । ଜୁନ୍ ୭ ତାରିଖରେ ବାଘୁଣୀ ମୌସୁମୀ ଗର୍ଭରୁ ରାଜେଶର ମିଳନରୁ ଜନ୍ମ ହୋଇଥିଲା ଧଳା ଶାବକ । ଜନ୍ମରୁ ଅସୁସ୍ଥ ଥିଲା ଧଳା ବାଘ ଶାବକ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜନ୍ମରୁ କମ୍ ଓଜନ ଥିବା ସହ ସଂକ୍ରମଣର ଶିକାର ହୋଇଥିଲା । ଏହାସହିତ କାନରେ ସଂକ୍ରମଣ ହେବା ସହ ଝାଡ଼ାରେ ରକ୍ତ ପଡ଼ୁଥିଲା । 

କେବଳ ଏତିକି ନୁହେଁ, ଜନ୍ମରୁ ରୁଗ୍‌ଣ ଥିଲା । ଆଉ ଶେଷରେ ଆଜି ତା’ର ମୃତ୍ୟୁ ହୋଇଛି । ବାଘ ଶାବକର ମୃତ୍ୟୁ ସହ ଧଳା ବାଘ ସଂଖ୍ୟା ୫କୁ ହ୍ରାସ ପାଇଛି । ସେପଟେ ନନ୍ଦନକାନନରେ ମୋଟ ବାଘ ସଂଖ୍ୟା ମଦ୍ୟ ୨୮କୁ ହ୍ରାସ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe