ରାଜ୍ୟରେ ଅପରାଧ ନେଇ ବିଧାନସଭାରେ ଶ୍ୱେତପତ୍ର ; ଶ୍ୱେତପତ୍ରକୁ ନେଇ ତେଜିଲା ରାଜନୀତି

ରାଜ୍ୟରେ ଅପରାଧ ନେଇ ବିଧାନସଭାରେ ଶ୍ୱେତପତ୍ର ; ଶ୍ୱେତପତ୍ରକୁ ନେଇ ତେଜିଲା ରାଜନୀତି ଗତବର୍ଷ ରୁଜୁ ହୋଇଥିଲା ୨ ହଜାର ୮୨୬ଟି ଦୁଷ୍କର୍ମ ମାମଲା ୧୭୬୨ଟି ମାମଲାରେ ରହିଛି ସତ୍ୟତା, ୨୩୪୮ଟି ସାଇବର ଅପରାଧରୁ ୫୨୨ ଅପରାଧିଙ୍କୁ କରାଯାଇଛି ଗିରଫ

assemblyy----

କନକ ବ୍ୟୁରୋ: ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର।୨୦୨୩ରେ ରାଜ୍ୟରେ ୧ ଲକ୍ଷ ୯୯ ହଜାର ୯୫୪ଟି ଧାର୍ତ୍ତବ୍ୟ ଅପରାଧ ଘଟିଛି।  ସେଥିରୁ ୧୩୬୨ଟି ହତ୍ୟା, ୩୭୦ ଡକାୟତି, ୨୮୨୬ଟି ଦୁଷ୍କର୍ମ, ୨୬୯୧ଟି ଲୁଣ୍ଠନ, ୧୬୫୫ଟି ଦଙ୍ଗା ହୋଇଥିବା ନେଇ ଶ୍ବେତପତ୍ରରେ ଉଲ୍ଲେଖ ରହିଛି। ୨୦୨୩ରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ଶ୍ବେତପତ୍ର ପ୍ରକାଶ ପାଇବା ପରେ ରାଜନୀତି ତେଜିଛି। ବିଜେଡି କହିଛି, ଏହା ପୂର୍ବ ସରକାରର ସଫଳତା। ସେହିଭଳି କଂଗ୍ରେସ କହିଛି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରନ୍ତୁ ସରକାର। ପୋଲିସକୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଉ। ପ୍ରତିକ୍ରିୟାରେ ବିଜେପି କହିଛି, ପୂର୍ବ ସରକାର ପୋଲିସକୁ କବଳିତ କରି ରଖିଥିଲା।
ଶ୍ୱେତପତ୍ର

ଏବେ ନଜର ପକାନ୍ତୁ ଶ୍ୱେତପତ୍ରରେ ସରକାର ଦେଇଥିବା ତଥ୍ୟ ଉପରେଟ୍:

ଧାର୍ତ୍ତବ୍ୟ ଅପରାଧ : 
୧ ଲକ୍ଷ ୯୯ ହଜାର ୯୫୪ଟି ଧାର୍ତ୍ତବ୍ୟ ଅପରାଧରୁ ୧,୯୨,୨୩୮ଟି ମାମଲା ସତ୍ୟ
୧,୩୫,୮୧୩ଟି ମାମଲାରେ ଦୋଷାରପ ଫର୍ଦ୍ଦ ଦାଖଲ
ଯୌତୁକ ଜନିତ ହତ୍ୟା:
୨୩୧ଟି ମାମଲା ରୁଜୁ,  ୯୫ଟି ଦୋଷାରପ ଫର୍ଦ୍ଦ ଦାଖଲ
୧୨୬ଟି ମାମଲା ତଦନ୍ତାଧୀନ 
ଚୋରି:
୧୬୮୫୧ଟି ଚୋରି ମାମଲା ରୁଜୁ, ୧୬୪୭୨ ମାମଲା ସତ୍ୟ
୯୦୨୫ ଜଣଙ୍କୁ ଚୋରି ମାମଲାରେ ଗିରଫ
୪୭ କୋଟି ୯୪ ହଜାର ୮୮୭ ଟଙ୍କାର ସମ୍ପତି ଜବତ
ଦଙ୍ଗା...
୨୦୨୩ ମସିହାରେ ୧୬୫୫ଟି ଦଙ୍ଗା ମାମଲା ରୁଜୁ, ୧୬୧୯ଟି ମାମଲା ସତ୍ୟ
ବର୍ଷ ଶେଷ ସୁଦ୍ଧା ୯୨୯ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ
ଦୁଷ୍କର୍ମ...
୨୦୨୩ ମସିହାରେ ୨୮୨୬ଟି ଦୁଷ୍କର୍ମ ମାମଲା ରୁଜୁ
ରୁଜୁ ହୋଇଥିବା ମାମଲାରୁ ୨୭୬୨ଟି ସତ୍ୟ ମାମଲା 
ବର୍ଷ ଶେଷ ସୁଦ୍ଧା ୧୮୪୭ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ 
ସାଇବର ଅପରାଧ...
୨୦୨୩ରେ ୨୩୪୮ଟି ସାଇବର ଅପରାଧ ମାମଲା ପଞ୍ଜିକୃତ
ବର୍ଷ ଶେଷ ସୁଦ୍ଧା ୨୯୧ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ
୮୧୦ଜଣ ଅପରାଧୀଙ୍କ ମଧ୍ୟରୁ ୫୨୨ଜଣ ରାଜ୍ୟ ଭିତରୁ ଓ ବାହାରୁ ଗିରଫ
୩ ବର୍ଷରେ ୨ ଗୁଣା ବଢିଛି ସାଇବର ଠକେଇ
୩ ବର୍ଷରେ ୪୦ ହଜାର ୬୨ଟି ମାମଲା ରୁଜୁ
ପ୍ରାୟ ୧୦୦କୋଟିରୁ ଅଧିକ ଟଙ୍କାର ଆର୍ଥିକ ଠକେଇ
ମାତ୍ର ୧୪ କୋଟି ୭୮ ଲକ୍ଷ ଠାବ କରାଯାଇଛି, ପୋଲିସ ଫେରାଇଛି ୨ କୋଟି ୯୭ ଲକ୍ଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe