ବଲାଙ୍ଗୀର ବେଲପଡ଼ାରେ ଆମ୍ବୁଲାନ୍ସ ଅବ୍ୟବସ୍ଥାର ନଗ୍ନ ଚିତ୍ର,  ରୋଗୀଙ୍କୁ ନେଇ ମେଡିକାଲ ଯିବା ବେଳେ ଅଧାବାଟରେ ହେଲା ଅଚଳ

ଛଟପଟ ହେଲେ ରୋଗୀ । ତୀବ୍ର ଅସନ୍ତୋଷ ।

ଅଧାବାଟରେ ଅଚଳ ଆମ୍ବୁଲାନ୍ସ

ଅଧାବାଟରେ ଅଚଳ ଆମ୍ବୁଲାନ୍ସ Photograph: (KanakNews)

କନକ ବ୍ୟୁରୋ; ଆମ୍ବୁଲାନ୍ସ ଅବ୍ୟବସ୍ଥାର ଆଉ ଏକ ନଗ୍ନ ଚିତ୍ର ଆସିଛି ବଲାଙ୍ଗୀର ଜିଲ୍ଲାରୁ । ଗୁରୁତର ରୋଗୀଙ୍କୁ ନେଇ ମେଡିକାଲ ଯାଉଥିବା ବେଳେ ଅଧାବାଟରେ ଅଚଳ ହେଲା ୧୦୮ ଆମ୍ବୁଲାନ୍ସ । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅଞ୍ଚଳର ବିଷ୍ଣୁ ବୁଡେକ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ ।

ଘରଠୁ ମାତ୍ର ଗୋଟେ କିଲୋମିଟର ଯିବା ପରେ ଆମ୍ବୁଲାନ୍ସଟି ରାସ୍ତାରେ ରହିଯାଇଥିଲା । ଫଳରେ ରୋଗୀ ଅଧାରାସ୍ତାରେ ଛଟପଟ ହୋଇଥିଲେ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ସମୟରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ଆମ୍ବୁଲାନ୍ସ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସୁଛି। ରୋଗୀ କିଭଳି ରାସ୍ତା ମଝିରେ ଛଟପଟ ହେଉଛନ୍ତି, ତାର ଖବର ଆମେ ସାମ୍ନାକୁ ଆଣୁଛୁ। ହେଲେ ବ୍ୟବସ୍ଥାରେ ପରିବର୍ତ୍ତନ ହେଉନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe