କନକ ବ୍ୟୁରୋ: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳି ଛାତ୍ରୀ ଆତ୍ମହତ୍ୟା ମାମଲାରେ ଘାଣ୍ଟୁଛି ଏନଏଚଆରସି ଟିମ୍ । ଆଜି ରାଜ୍ୟ ଅତିଥି ଭବନରେ ଦୁଇ ଜଣ ମହିଳା କର୍ମଚାରୀଙ୍କୁ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ । କିଟର ଇଣ୍ଟର ନ୍ୟାସନାଲ ରିଲେସନ ଅଫିସର ରେଶମ ନୱାଜଙ୍କ ସହ ଅନ୍ୟ ଜଣେ ମହିଳା ଅଧିକାରୀଙ୍କୁ ପଚରାଉଚରା କରାଯାଇଛି । ମୃତ ଛାତ୍ରୀଙ୍କ ୫ ସହପାଠୀ ମଧ୍ୟ ହାଜର ହୋଇଛନ୍ତି । ୩ ଜଣ କର୍ତ୍ତୃପକ୍ଷ ଓ ଛାତ୍ରଙ୍କୁ ହାଜର ପାଇଁ ନୋଟିସ ଜାରି କରିଛନ୍ତି ଉଚ୍ଚ ସ୍ତରୀୟ କମିଟି । ସେପଟେ ଜମି ଜବରଦଖଲ ନେଇ ମଧ୍ୟ ଟିମ୍ ନିକଟରେ ହାଜର ହୋଇ ତଥ୍ୟ ରଖିଛନ୍ତି ଜଣେ ବ୍ୟକ୍ତି ।
ଆଜି ବିଧାନସଭାରେ ଉଠିଛି କିଟ୍ ପ୍ରସଙ୍ଗ। ଛାତ୍ରୀ ମୃତ୍ୟୁ ମାମଲାରେ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । ଘଟଣାରେ ୧୦ ଜଣ ଗିରଫ ହୋଇଥିବା ବେଳେ ଅସଦାଚରଣ କରିଥିବା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଅଚ୍ୟୁତ ସାମନ୍ତଙ୍କ ସହ ୧୩ ଜଣଙ୍କୁ ପଚରାଉଚରା କରାଯାଇଛି । ସ୍ଥିତି ସ୍ୱାଭାବିକ ପାଇଁ ୪ ପ୍ରଫେସରଙ୍କୁ ନେଇ ଟିମ୍ ଗଠନ ହୋଇଛି । ଏହି ଟିମ୍ ୧୫ ଦିନରେ ଥରେ କିଟ୍ ଯାଇ ତର୍ଜମା କରିବ ।
ତେବେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ସରଜମିନ ତଦନ୍ତ କରୁଛନ୍ତି ଏନଏଚଆରସି ଟିମ୍ । ସେପଟେ ଜମି କେଳେଙ୍କାରୀ ମାମଲା କିଟ୍ ବିଶ୍ବବିଦ୍ୟାଳୟ ପାଇଁ ଅଡୁଆ ବଢ଼ାଇଛି ।