କନକ ବ୍ୟୁରୋ: ପାଖେଇ ଆସୁଛି ଶୀତ ଋତୁ, ଏହି ଋତୁରେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ, ଯେଉଁଥିପାଇଁ ଏହି ଋତୁରେ ଲୋକମାନେ ବହୁତ ଶୀଘ୍ର ଥଣ୍ଡା ଜ୍ୱର ରେ ଆକ୍ରାନ୍ତ ହୋଇଥାନ୍ତି । ସେଥିପାଇଁ ଶୀତ ଋତୁ ଆରମ୍ଭରୁ ନିଜ ଖାଦ୍ୟ ପେୟରେ ଧ୍ୟାନ ଦେବା ବା ବଦଳାଇବା ନିହାତି ଜରୁରୀ ଯାହା ଫଳରେ ଥଣ୍ଡା ସହ ମୁକାବିଲା କରିବା ପାଇଁ ନିଜ ଶରୀର ପ୍ରସ୍ତୁତ ରହିବ

Advertisment

ହଳଦୀ
ହଳଦୀକୁ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ। ଏହା ଆଣ୍ଠୁ ଗଣ୍ଠିର ଚିକିତ୍ସାରେ ଲାଭଦାୟକ ହୋଇଥାଏ। ଏଥିରେ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଛି। ଏହି କାରଣରୁ ଅନେକ ଡାଏଟିସିଆନ୍ ଏହି ମସଲାକୁ ଖାଦ୍ୟର ଏକ ଅଂଶ କରିବାକୁ ପରାମର୍ଶ ଦିଅନ୍ତି । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। 

ଅଦା
ଅଦା ସ୍ୱାସ୍ଥ୍ୟ ପାଇଁ ରାମବାଣ ସାବ୍ୟସ୍ତ ହୋଇଥାଏ । ଅଦା ଶରୀରରେ ହେଉଥିବା ଥଣ୍ଡା ଜନିତ ଅସୁସ୍ଥତାକୁ କୁ କମ୍ କରିବା ସହ, ଗଳା ଯନ୍ତ୍ରଣାକୁ ମଧ୍ୟ କରିଥାଏ। ଏହା ବାନ୍ତି ର ଅସୁବିଧାକୁ ମଧ୍ୟ କମ୍ କରିଥାଏ । ଏଥିରେ କ୍ୟାପ୍ସାଇସିନ୍ ନାମକ ତତ୍ତ୍ୱ ରହିଥାଏ, ଯାହା ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ।

ରସୁଣ
ରସୁଣ ଥଣ୍ଡା କାଶରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଖାଦ୍ୟର ସ୍ୱାଦକୁ ମଧ୍ୟ ବଢ଼ାଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ। ଏହାର ଗୁଣ ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । 

ଖଟା ଫଳ 
ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଖାଦ୍ୟରେ ଲେମ୍ବୁକୁ ସାମିଲ କରନ୍ତୁ। ଏହା ଶରୀରରେ ଭିଟାମିନ୍ ସି ଆଣ୍ଟିଅକ୍ସିଡେଣ୍ଟ ପ୍ରଦାନ କରିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ। 

ବାଦାମ 
ଶୀତ ଋତୁରେ ଶୁଖିଲା ବାଦାମ ନିହାତି ଖାଆନ୍ତୁ। କାରଣ ଏଥିରେ ଭରପୁର ମାତ୍ରାରେ ଶ୍ୱେତସାର ଥାଏ,ଏହା ଏକ ଉପଯୁକ୍ତ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଖାଦ୍ୟ । ଆପଣ ଗୁଡ଼ ଏବଂ ମହୁକୁ ମଧ୍ୟ ନିଜ ଖାଦ୍ୟରେ ସାମିଲ କରିପାରିବେ । ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହୋଇଥାଏ।