ବଜେଟରେ କେଉଁ ବିଭାଗକୁ ମିଳିବ କେତେ ଟଙ୍କା ? ଓଡ଼ିଶାକୁ ମିଳିପାରେ କି ଅଧିକ ଅନୁଦାନ

Advertisment

ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ଆଉ ମାତ୍ର କିଛି ସମୟ ପରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍। ଦିନ ୧୧ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ବଜେଟରେ କାହାକୁ କ’ଣ ମିଳିବ? ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ'ଣ ବିଶେଷ ରହିବ ?  ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତ ପର୍ଯ୍ୟନ୍ତ ଏନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ବଜେଟରେ ମହଙ୍ଗା ନିୟନ୍ତ୍ରଣ ନେଇ ଆସିବ ବଡ଼ ପଦକ୍ଷେପ

ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ଆଉ ମାତ୍ର କିଛି ସମୟ ପରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍। ଦିନ ୧୧ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ବଜେଟରେ କାହାକୁ କ’ଣ ମିଳିବ? ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ'ଣ ବିଶେଷ ରହିବ ?  ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତ ପର୍ଯ୍ୟନ୍ତ ଏନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ବଜେଟରେ ମହଙ୍ଗା ନିୟନ୍ତ୍ରଣ ନେଇ ଆସିବ ବଡ଼ ପଦକ୍ଷେପ

BUDGET 1

BUDGET 1 Photograph: (KanakNews )

କନକବ୍ୟୁରୋ : ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ଆଉ ମାତ୍ର କିଛି ସମୟ ପରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍। ଦିନ ୧୧ଟା ବେଳେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ବଜେଟରେ କାହାକୁ କ’ଣ ମିଳିବ? ମଧ୍ୟବିତ୍ତଙ୍କ ଉପରେ ଟିକସ ବୋଝ କମିବ ନା ନିମ୍ନ ଆୟ ବର୍ଗଙ୍କ ପାଇଁ କ'ଣ ବିଶେଷ ରହିବ ?  ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି କର୍ପୋରେଟ ଜଗତ ପର୍ଯ୍ୟନ୍ତ ଏନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ବଜେଟରେ ମହଙ୍ଗା ନିୟନ୍ତ୍ରଣ ନେଇ ଆସିବ ବଡ଼ ପଦକ୍ଷେପ। ସରକାର ମୁଦ୍ରାସ୍ଫୀତି ଓ ଟିକସ କ୍ଷେତ୍ରରେ ଲୋକଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି। ସବୁଠାରୁ ବଡ ଉପହାର ସ୍ବରୂପ ଟିକସ ରିହାତି ଆକାରରେ ମିଳିବାର ସମ୍ଭାବନା ରହିଛି ।

ବଜେଟ୍‌  ହେଉଛି ଦେଶର ଗୋଟିଏ ବର୍ଷରେ ଆୟ ଏବଂ ବ୍ୟୟର  ହିସାବ ଦେଶକୁ ଚଳେଇ ବିଶ୍ୱରେ ଏକ ବିକଶିତ ରାଷ୍ଟ୍ର  ଭାବରେ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କୁ ଆବଶ୍ୟକ  ହୋଇଥାଏ ପ୍ରଚୁର ଅର୍ଥ  । ଭାରତୀୟ ସମ୍ବିଧାନ ଧାରା  ୧୧୪(୩) ଅନୁସାରେ ସଂସଦର ବିନାନୁମତିରେ  ସରକାର ଗୋଟିଏ ପଇସା ମଧ୍ୟ ଖର୍ଚ୍ଚ କରିପାରନ୍ତି  ନାହିଁ । ତେଣୁ ସମ୍ବିଧାନ ଧାରା ୧୧୨ ଅନୁସାରେ ପ୍ରତିବର୍ଷ  ସଂସଦରେ ବଜେଟ୍‌ ଉପସ୍ଥାପନ ଏବଂ ଅନୁମୋଦନର  ନିୟମ ରହିଛି ।

ଗୋଟିଏ ବର୍ଷରେ ସରକାରଙ୍କର  ସମୁଦାୟ ଆୟ ଏବଂ ସମୁଦାୟ ବ୍ୟୟକୁ ଯଦି ଗୋଟିଏ  ଗୋଟିଏ ଟଙ୍କା ଧରାଯାଏ ତାହେଲେ ସେ ଟଙ୍କା କେଉଁ  ସ୍ରୋତରୁ ଆସିବ ଏବଂ କେଉଁ ବାବଦର ଖର୍ଚ୍ଚ ହେବ  ତାହାର ବିବରଣୀ ହିଁ ବଜେଟ୍‌ ।  ଯେହେତୁ ବଜେଟ୍‌ ବ୍ୟକ୍ତିଗତ ଆୟ ଠାରୁ ଆରମ୍ଭ  କରି ଦେଶର ଆୟ ଏବଂ ବ୍ୟୟ ଦେଖାଏ, ଏହା ସାଧାରଣ  ଲୋକ, କର୍ପୋରେଟ ଜଗତ, ବଡ଼ ଓ ସାନ ଦୋକାନୀ  ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରଭାବିତ  କରେ ।  ତେଣୁ ବଜେଟରୁ ଦେଶବାସୀ  ବହୁତ କିଛି ଆଶା କରନ୍ତି । ୨୦୨୫- ୨୬ ବଜେଟରୁ ସାଧାରଣ ଲୋକ ଓ  ଅର୍ଥନୈତିକ ବିଶାରଦ ଯାହା ଆଶା କରନ୍ତି  ତାହା ଆଲୋଚନା ସାପେକ୍ଷ ।

ବଜେଟ୍‌  ଉପରେ ସବୁଠୁ ବେଶୀ ଆଶା ଥାଏ  ଆୟକର ଦାତାଙ୍କର । ଦେଶରେ ଦରଦାମ  ବୃଦ୍ଧି, ଉଚ୍ଚ ସୁଧହାର, ବିନିର୍ମାଣ କ୍ଷେତ୍ରରେ  ଉତ୍ପାଦନ ହ୍ରାସ ଏବଂ ପ୍ରତିକୂଳ  ବୈଶ୍ୱିକ ପରିସ୍ଥିତି ଯୋଗୁଁ  ଦେଶର ଅଭିବୃଦ୍ଧି ହାର ହ୍ରାସ ଯୋଗୁଁ ସାଧାରଣ ଲୋକ  ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀ ହାତରେ  ଅର୍ଥ କମ୍‌  ।  ତେଣୁ କ୍ରୟଶକ୍ତି ଓ କିଣାକିଣି କମ୍‌ ।  ଚାହିଦା କମ୍‌ ହେଲେ  ଯୋଗାଣ କମ୍‌ ହେବ । ଉତ୍ପାଦନ ହ୍ରାସ ସ୍ୱାଭାବିକ ।  ସରକାର ଏଥିପ୍ରତି ଯତ୍ନବାନ ହୋଇ କର ହାରରେ ହ୍ରାସ  ଓ ଉତ୍ପାଦନ ବୃଦ୍ଧି ପାଇଁ ବ୍ୟବସ୍ଥା କରିପାରନ୍ତି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe